Loading...

ଆମେରିକୀୟ କମ୍ପାନୀ ଟେସଲା ମାଲିକଙ୍କୁ ଟ୍ବିଟ କରି ଭାରତର ଟେସଲା ଦେଖାଇଲେ ଆନନ୍ଦ ମହିନ୍ଦ୍ରା

ଆମେରିକୀୟ କମ୍ପାନୀ ଟେସଲା ମାଲିକଙ୍କୁ ଟ୍ବିଟ କରି ଭାରତର ଟେସଲା ଦେଖାଇଲେ ଆନନ୍ଦ ମହିନ୍ଦ୍ରା

ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଅଟନ୍ତି । ପ୍ରତିଦିନ ସେ ଟ୍ୱିଟରରେ ବିଭିନ୍ନ କୌତୁହଳପୂର୍ଣ୍ଣ ପୋଷ୍ଟିଂ କରନ୍ତି । କେବେକେବେଳ ସେ ଦେଶର ଦକ୍ଷତାକୁ ପ୍ରଶଂସା କରନ୍ତି ତ ଆଉ କେତେବେଳେ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ କୌଶଳ ସମ୍ପର୍କରେ ଆଲୋଚନା କରନ୍ତି ।

ଧୁନିକତା ଭିତରେ ହଜି ଯାଉଛି ବିନା ପ୍ରଦୂଷଣରେ ରାସ୍ତାରେ ଗଡ଼ୁଥିବା ଶଗଡ଼ ଗାଡ଼ି । ଇଞ୍ଜିନ ଚାଳିତ ଗାଡ଼ି ଆଗରେ ଚାହିଦା କମିଯାଇଛି ସିନା, ଟେସଲାଙ୍କ ସ୍ୱୟଂଚାଳିତ ଗାଡ଼ି ସହିତ ଏହାର ସାମଞ୍ଜସ୍ୟ ରହିଛି । ଟେସଲାଙ୍କ ଗାଡ଼ି ଓ ଶଗଡ଼ ଗାଡ଼ି ମଧ୍ୟରେ ଏକ ସମାନତା ବାହାର କରିଛନ୍ତି ଦେଶର ଅଗ୍ରଣୀ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା । ଟେସଲାଙ୍କ ଗାଡ଼ି ପରି ଶଗଡ଼ରେ କୌଣସି ଡ୍ରାଇଭରର ଆବଶ୍ୟକତା ନାହିଁ ବରଂ ଅନେକ ବିଶେଷତ୍ୱ ରହିଛି । ଏଥିରେ ନା ତାଏ ତେଲ ଦର ବୃଦ୍ଧ ଚିନ୍ତା, ନା ପ୍ରଦୂଷଣ ହେବାର ଭୟ । ବିନା ବାଧାରେ ଧୀରେ ଧୀରେ ଗାଡ଼ି ଗଲେ ।

 

ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଅଟନ୍ତି । ପ୍ରତିଦିନ ସେ ଟ୍ୱିଟରରେ ବିଭିନ୍ନ କୌତୁହଳପୂର୍ଣ୍ଣ ପୋଷ୍ଟିଂ କରନ୍ତି । କେବେକେବେଳ ସେ ଦେଶର ଦକ୍ଷତାକୁ ପ୍ରଶଂସା କରନ୍ତି ତ ଆଉ କେତେବେଳେ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ କୌଶଳ ସମ୍ପର୍କରେ ଆଲୋଚନା କରନ୍ତି । କେବଳ ଏତିକି ନୁହେଁ ବେଳେବେଳେ ତାଙ୍କର ପୋଷ୍ଟଗୁଡିକ ବହୁତ ମଜାଦାର ହୋଇଥିବାରୁ ଲୋକମାନେ ବହୁତ ପସନ୍ଦ କରନ୍ତି । ଗତକାଲି ଆନନ୍ଦ ମହିନ୍ଦ୍ରା ଟ୍ୱିଟରରେ ଏକ ଶଗଡ଼ର ଚିତ୍ର ସେୟାର କରି ଟେସଲା ସିଇଓ ଏଲୋନ୍ ମସ୍କଙ୍କୁ ଟ୍ୟାଗ୍ କରିଛନ୍ତି ।

ପୁରୁଣା ଦିନର ଏକ ପୁରୁଣା ଫଟୋଚିତ୍ରକୁ ସେୟାର କରିଛନ୍ତି ଆନନ୍ଦ ମହିନ୍ଦ୍ରା । ଶଗଡ଼ ଗାଡ଼ି ଉପରେ ଦୁଇ ଜଣ ଥିବା ବେଳେ ଦୁଇ ଜଣ ଯାକ ତଳକୁ ଗୋଡ଼ ରଖି ଆରାମରେ ଶୋଇଥିବାରୁ ଦେଖିବାକୁ ମିଳୁଛି । ଏହି ଫଟୋ ପୁରୁଣା କଥା ମନେ ପକାଇ ଦେଉଛି, ଯେତେବେଳେ ଦେଶର ଅଧିକାଂଶ ସ୍ଥାନରେ ଶଗଡ଼ ବ୍ୟବହାର କରାଯାଉଥିଲା ।

ଶଗଡ଼ ଫଟୋ ସହ ଆନନ୍ଦ ମହିନ୍ଦ୍ରା ଏକ କ୍ୟାପସନ୍‌ ମଧ୍ୟ ଲେଖାଯାଇଛି । ବ୍ୟାକ୍‌ ଟୁ ଦ ଫ୍ୟୁଚର ସହ ଲେଖା ସହ “Original Tesla vehicle. No Google map required, No fuel to buy, No pollution ଲେଖାଯାଇଛି । ଶଗଡ଼ ଗାଡ଼ି ଉଦ୍ଦେଶ୍ୟରେ ଲେଖିଛନ୍ତି, ଏହାରି ହଁ ମୂଳ ପ୍ରକୃତ ଟେସଲା ଗାଡ଼ି । ଏହି ଗାଡ଼ି ପାଇଁ ଗୁଗୁଲ୍ ମ୍ୟାପର ଆବଶ୍ୟକତା ନଳାହିଁ । ସଂପୂର୍ଣ୍ଣ ପ୍ରଦୂଷଣମୁକ୍ତ ତଥା ସ୍ୱୟଂ ଚାଳିତ ସ୍ୱତନ୍ତ୍ର ଗାଡ଼ି । ଘରୁ କାର୍ଯ୍ୟସ୍ଥଳ ପର୍ଯ୍ୟନ୍ତ ବୁକ କରନ୍ତୁ ଓ ଶୋଇ ଶୋଇ ଅଚିନ୍ତାରେ ଆପଣ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଯିବେ ।

ଆନନ୍ଦ ମହିନ୍ଦ୍ରା ଏହି ଫଟୋ ସେୟାର କରିବା ମାତ୍ରେ ୟୁଜରମାନେ ବିଭିନ୍ନ ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୭୬.୬ ହଜାରରୁ ଅଧିକ ଲାଇକ୍ ପାଇଛି ଏବଂ ୮ ହଜାରରୁ ଅଧିକ ଥର ରିଟ୍ୱିଟ କରାଯାଇଛି । ଆନନ୍ଦ ମହିନ୍ଦ୍ରାଙ୍କ ଏହି ପୋଷ୍ଟରେ ୟୁଜରମାନେ ବିଭିନ୍ନ ପ୍ରକାରର ମଜାଳିଆ ମନ୍ତବ୍ୟ ଏବଂ ଚିତ୍ର ପୋଷ୍ଟ କରୁଛନ୍ତି ।

ଏଲୋନ୍ ମସ୍କକୁ ଟ୍ୟାଗ୍ କରିବାର କାରଣ:

ଆମେରିକାର ଅଗ୍ରଣୀ ବୈଦ୍ୟୁତିକ ଯାନ ନିର୍ମାତା କମ୍ପାନୀ ଟେସଲାର ପ୍ରତିଷ୍ଠାତା ତଥା ସିଇଓ ହେଲେ ଏଲୋନ୍ ମସ୍କ । ତାଙ୍କ କମ୍ପାନୀ ସ୍ୱୟଂଶାସିତ ଟେକନିକଯୁକ୍ତ କାର ତିଆରି ପାଇଁ ବିଶ୍ୱବ୍ୟାପୀ ପ୍ରସିଦ୍ଧ । ବୋଧହୁଏ ଏହି କାରଣରୁ ଆନନ୍ଦ ମହିନ୍ଦ୍ରା ଶଗଡ଼ ଗାଡ଼ିର ଚିତ୍ରରେ ଏଲୋନ୍ ମସ୍କକୁ ଟ୍ୟାଗ୍ କରିଛନ୍ତି । କାରଣ ତାଙ୍କ ଗାଡ଼ି ପରି ଶଗଡ଼ ଗାଡ଼ି ପାଇଁ ମଧ୍ୟ ଡ୍ରାଇଭର ଆବଶ୍ୟକ ପଡ଼େନାହିଁ । ରାସ୍ତା ଉପରେ ଗାଡ଼ିକୁ ଆପେ ଆପେ ଟାଣେ ବଦଳ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.