Loading...

ଅବ୍ୟବସ୍ଥା ଭିତରେ କପିଳେଶ୍ଵର ମନ୍ଦିର, ଓପାସରେ କପିଳନାଥ

ଅବ୍ୟବସ୍ଥା ଭିତରେ କପିଳେଶ୍ଵର ମନ୍ଦିର, ଓପାସରେ କପିଳନାଥ

ଅପୂଜା ରହିଛନ୍ତି ପ୍ରଭୂ କପିଳନାଥ। ନୀତିକାନ୍ତି ବନ୍ଦ ଥିବାରୁ ଓପାସ ରହିବା ସହ ବନ୍ଦୀ ହୋଇ ରହିଛନ୍ତି। ଦୀର୍ଘ ୮ ଦିନ hହେଲା ଏପରି ଅବ୍ୟବସ୍ଥା ଲାଗିରହିଛି।

ଅପୂଜା ରହିଛନ୍ତି ପ୍ରଭୂ କପିଳନାଥ। ନୀତିକାନ୍ତି ବନ୍ଦ ଥିବାରୁ ଓପାସ ରହିବା ସହ ବନ୍ଦୀ ହୋଇ ରହିଛନ୍ତି। ଦୀର୍ଘ ୮ ଦିନ  hହେଲା ଏପରି ଅବ୍ୟବସ୍ଥା ଲାଗିରହିଛି। ମଳ୍ଲିଆ ଓ ଖୁଣ୍ଟିଆ ସେବାୟତଙ୍କ ମଧ୍ୟରେ ବିବାଦ ପାଇଁ ବନ୍ଦ ପଡ଼ିଛି ମନ୍ଦିର। ବାବାଙ୍କ ନୀତିକାନ୍ତି ସମ୍ପନ୍ନ ସହ ମନ୍ଦିର ତାଲା କେବେ ଖୋଲିବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 ସେପଟେ ପ୍ରଶାସନର ପରାମର୍ଶ କ୍ରମେ ପୁଲିସ ୧୪  ମଲିଆ ଓ ଖୁଣ୍ଟିଆ ସେବାୟତଙ୍କ ବିରୋଧରେ ୧୦୭ ଦଫା ଲଗାଇଛି। ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ଭିତରେ ଆଲୋଚନା ବିଫଳ ହୋଇଛି। ମନ୍ଦିର ପ୍ରଶାସନ ଠାକୁରଙ୍କ ନୀତିକାନ୍ତି କରାଇବାକୁ ଉଦ୍ୟମ ବେଳେ ସେବାୟତଙ୍କ ପକ୍ଷରୁ ବିଶୃଙ୍ଖଳା ସୃଷ୍ଚି ଆଶଙ୍କାରେ ଏହି ପଦକ୍ଷେପ ନେଇଥିବା କହୁଛି ମନ୍ଦିର ଟ୍ରଷ୍ଟ ବୋର୍ଡ। ଏହା ସତ୍ତ୍ୱେ କୌଣସି ବଡ଼ ଧରଣର ଗଣ୍ଡଗୋଳ କଲେ, ୧୧୬ ଦଫାରେ ମାମଲା ହେବ ବୋଲି ଚେତେଇ ଦେଇଛି ପ୍ରଶାସନ। ତେବେ ପରସ୍ପରର ସହଯୋଗରେ ପ୍ରଭୂଙ୍କ କାମ କରାଇନେବା ବଦଳରେ ପ୍ରଶାସନର ଏଭଳି ନାଲିଆଖିକୁ ନାପସନ୍ଦ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। କପିଳନାଥ ଓପାସ ବାବଦରେ ସେ ବିଧାନସଭାରେ ବାରମ୍ୱାର କଥା ଉଠାଇଥିଲେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.