Loading...

ନ୍ୟୁଜ୍

ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଚ୍ଛେଦକୁ ବୈଧ ବୋଲି କହିଲେ ସୁପ୍ରିମକୋର୍ଟ

ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଚ୍ଛେଦକୁ ବୈଧ ବୋଲି କହିଲେ ସୁପ୍ରିମକୋର୍ଟ

ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ବୈଧ ମୋହର ମାରିଲେ ସୁପ୍ରିମକୋର୍ଟ। ଜମ୍ମୁ କାଶ୍ମୀରରୁ ୩୭୦  ଧାରା ଉଚ୍ଛେଦକୁ ବୈଧ ଘୋଷଣା କଲାପରେ ଭାରତ ରାଷ୍ଟ୍ରସଂଘରେ ମିଶିବା ବେଳେ ଜମ୍ମୁ ଓ କଶ୍ମୀର ତା’ର ସାର୍ବଭୌମତ୍ବ ବା ଅଭ୍ୟନ୍ତରୀଣ ସାର୍ବଭୌମତ୍ବ ଧରି ରଖି ନ ଥିଲା ବୋଲି ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନ ବିଚାର ପତି ଡି. ୱାଇ. ଚନ୍ଦ୍ରଚୂଡ଼।

ଆଜି ଦେବଦୀପାବଳି ପାଇଁ ଦୀପରେ ସଜେଇ ହେବ ସମ୍ପୂର୍ଣ୍ଣ ଶ୍ରୀମନ୍ଦିର

ଆଜି ଦେବଦୀପାବଳି ପାଇଁ ଦୀପରେ ସଜେଇ ହେବ ସମ୍ପୂର୍ଣ୍ଣ ଶ୍ରୀମନ୍ଦିର

ଆଜିଠୁ ଆରମ୍ଭ ହେଉଛି ଦେବ ଦୀପାବଳି। ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ପାଳନ ହେବାର ପରମ୍ପରା ରହିଛି । ଆଜି ପ୍ରଥମ ଦିନରେ ମହାପ୍ରଭୁ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢିବା ପରେ ଅଦିତି ଓ କଶ୍ୟପଙ୍କ ଉଦେଶ୍ୟରେ ଦୀପ ଦାନ ଓ ଶ୍ରାଦ୍ଧ ଦେଇଥାନ୍ତି।

ଟଙ୍କାର ପାହାଡ ଉପରେ ମଦଭାଟି ମାଲିକ, ଜବତ ହେଲା ମୋଟ ୪୫୪.୫ କୋଟି ଟଙ୍କା

ଟଙ୍କାର ପାହାଡ ଉପରେ ମଦଭାଟି ମାଲିକ, ଜବତ ହେଲା ମୋଟ ୪୫୪.୫ କୋଟି ଟଙ୍କା

୬ଦିନର ନନଷ୍ଟପ୍ ରେଡ୍ ଭିତରେ ପ୍ରାୟ ୪୫୪.୫ କୋଟି ଟଙ୍କା ଜବତ କରିଛି ଆୟକର ବିଭାଗ । ଆୟକର ବିଭାଗ ଓଡ଼ିଶା ଓ ଝାଡ଼ଖଣ୍ଡରୁ ଏପର୍ଯ୍ୟନ୍ତ ମୋଟ ୪୫୪ କୋଟି ୫୦ ଲକ୍ଷ ଟଙ୍କା ଜବତ କରିଥିବା ଜଣାପଡ଼ିଛି।

କଇଁଛଙ୍କ ସୁରକ୍ଷା ପାଇଁ ଜାନୁୟାରୀରୁ ମାର୍ଚ୍ଚ ଯାଏ  ଚାନ୍ଦିପୁର ଅବଦୁଲ କଲାମ ଦ୍ୱୀପରେ କ୍ଷେପଣାସ୍ତ୍ର ପରୀକ୍ଷଣ ବନ୍ଦ

କଇଁଛଙ୍କ ସୁରକ୍ଷା ପାଇଁ ଜାନୁୟାରୀରୁ ମାର୍ଚ୍ଚ ଯାଏ ଚାନ୍ଦିପୁର ଅବଦୁଲ କଲାମ ଦ୍ୱୀପରେ କ୍ଷେପଣାସ୍ତ୍ର ପରୀକ୍ଷଣ ବନ୍ଦ

କଇଁଛଙ୍କ ସୁରକ୍ଷା ପାଇଁ ମତ୍ସ୍ୟଜୀବୀମାନଙ୍କୁ ମାଛଧରା ପାଇଁ ବାରଣ କରାଯାଇଥିବାବେଳେ ସେମାନଙ୍କ ଜୀବନଜୀବିକା ଲାଗି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେଣୁ ଚାନ୍ଦିପୁର ଅବଦୁଲ କଲାମ ଦ୍ୱୀପରେ ଜାନୁୟାରୀରୁ ମାର୍ଚ୍ଚ ଯାଏ କ୍ଷେପଣାସ୍ତ୍ର ପରୀକ୍ଷଣ ବନ୍ଦ ରଖିବାକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ଜେନା ନିର୍ଦ୍ଦେଶ ଦେଇଛନ୍ତି।

ପାରାଦୀପ ବନ୍ଦରରେ ମିଳିଥିବା କୋକେନ ଘଟଣାରେ ନୂଆ ମୋଡ, ଗଭୀର ସମୁଦ୍ରରୁ କୋକେନ୍ ଖୋଜୁଛନ୍ତି ସ୍କୁବା ଡାଇଭର୍

ପାରାଦୀପ ବନ୍ଦରରେ ମିଳିଥିବା କୋକେନ ଘଟଣାରେ ନୂଆ ମୋଡ, ଗଭୀର ସମୁଦ୍ରରୁ କୋକେନ୍ ଖୋଜୁଛନ୍ତି ସ୍କୁବା ଡାଇଭର୍

୧୦ ଦିନ ହେବ କଷ୍ଟମ୍ ବିଭାଗ ହାତରେ ପାରାଦୀପ ବନ୍ଦରରେ ମିଳିଥିଲା କୋକେନ। ଗତକାଲି ସନ୍ଧ୍ୟାରୁ ଏହି ଘଟଣା ନୂଆ ମୋଡ ନେଇଛି। ୨୩ ପ୍ୟାକେଟ୍ କୋକେନ୍‌ରୁ ୨୨ ପ୍ୟାକେଟ୍ ଜବତ ହୋଇଥିବା ବେଳେ ଆଉ ଗୋଟିଏ ଜାହାଜର ତଳେ ଥିବା ପାଣି ଟ୍ୟାଙ୍କର୍‌ କିମ୍ବା କ୍ରିୟୁ ମେମ୍ବର ମାନେ ଗଭୀର ସମୁଦ୍ରକୁ ଫିଙ୍ଗିଥିବା ସନ୍ଦେହ କରି ପିଆଇସିଟି ବର୍ଥରେ ସ୍କୁବା ଡାଇଭର୍ ପହଞ୍ଚି ଗଭୀର ସମୁଦ୍ରରୁ କୋକେନ୍ ଖୋଜୁଥିବା ଜଣାପଡ଼ିବା ପରେ ଚର୍ଚ୍ଚା ବଢ଼ିଯାଇଛି।

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ପ୍ରଶ୍ନପତ୍ର ନମୁନାରେ ତ୍ରୁଟି

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ପ୍ରଶ୍ନପତ୍ର ନମୁନାରେ ତ୍ରୁଟି

ଆସନ୍ତା ବର୍ଷ ହେବାକୁ ଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ପ୍ରଶ୍ନପତ୍ର ନମୁନାରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି। ପ୍ରଶ୍ନପତ୍ର ନମୁନାରେ ଥିବା ବିଷୟ ଚଳିତ ବର୍ଷର ପାଠ୍ୟକ୍ରମରେ ନାହିଁ।

ରାଜ୍ୟରେ ଖସୁଛି ପାରଦ ବଢୁଛି ଶୀତ

ରାଜ୍ୟରେ ଖସୁଛି ପାରଦ ବଢୁଛି ଶୀତ

ଓଡ଼ିଶାରେ ଲାଗିରହିଥିବା କୋହଲା ପାଗ ଛାଡ଼ିଯାଇଛି। ଉତ୍ତର-ପଶ୍ଚିମ ପଟୁ ଥଣ୍ଡା ପବନ ବହିବା ପ୍ରଭାବରେ ରାତି ତାପମାତ୍ରା ହ୍ରାସ ପାଇବ। ଫଳରେ ଶୀତ ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ରିଲ୍ସ ପାଇଁ ପାଗଳ ଯୁବପିଢି,  ବିଜୁ ବାବୁଙ୍କ ପ୍ରତିମାସହ ରିଲ୍ସ କରି ଚର୍ଚ୍ଚାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଆଜାଦ କୁମାର ଦାସ

ରିଲ୍ସ ପାଇଁ ପାଗଳ ଯୁବପିଢି, ବିଜୁ ବାବୁଙ୍କ ପ୍ରତିମାସହ ରିଲ୍ସ କରି ଚର୍ଚ୍ଚାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଆଜାଦ କୁମାର ଦାସ

ଓଡ଼ିଶାର ବରପୁତ୍ର ଙ୍କୁ ବି ଛାଡ଼ିଲେନି । ରିଲ୍ସ କରିବାର ସବୁ ସୀମା ଟପିଗଲେ ଯୁବକ । କେନ୍ଦ୍ରାପଡ଼ା ରାଜନଗରର ଜଣେ ଛାତ୍ର ବିଜୁବାବୁଙ୍କ ଷ୍ଟାଚ୍ୟୁ ସହିତ ରିଲସ୍ କରୁଥିବାର ଚିତ୍ର ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । 

>