Loading...

ଚତୁର୍ଥ ଲହର ଚିନ୍ତା: ଆଜି ମଧ୍ୟାହ୍ନ ୧୨ଟାରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଚତୁର୍ଥ ଲହର ଚିନ୍ତା: ଆଜି ମଧ୍ୟାହ୍ନ ୧୨ଟାରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଚତୁର୍ଥ ଲହର ଚିନ୍ତା। ଦେଶର କୋଭିଡ ସ୍ଥିତି ନେଇ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହେବେ ।

ଚତୁର୍ଥ ଲହର ଚିନ୍ତା। ଦେଶର କୋଭିଡ ସ୍ଥିତି ନେଇ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହେବେ । ଦେଶରେ କୋଭିଡ କେସ ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସହ ଏ ନେଇ ଆଲୋଚନା ସହ ମତାମତ ନେବେ ମୋଦି । ବିଶ୍ୱର କିଛି ଦେଶରେ ମଧ୍ୟ ନୂଆ ଭାରିଆଣ୍ଟ ଯୋଗୁଁ ସଂକ୍ରମଣ ବଢୁଛି। ସାଂଘାଇରେ ସାଂଘାତିକ ସୃଷ୍ଟି ହୋଇଥିଲା। ଏ ସବୁକୁ ଦୃଷ୍ଟିରେ ରଖି ଭାରତ ସରକାର ଆଗୁଆ ସତର୍କ ହୋଇଛନ୍ତି । ପୂର୍ବରୁ ଓମିକ୍ରନ ଭାରିଆଣ୍ଟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକ କରିଥିଲେ। ସେପଟେ ଦେଶରେ ଗତ ୨୪ ଘଣ୍ଟାରେ ୨ ହଜାର ୪୮୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିରୁ ଦିଲ୍ଲୀରୁ ଅଧା । ଜାତୀୟ ରାଜଧାନୀରେ ୧୦୧୧ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ହରିୟାଣାରେ ୪୭୦, କେରଳ ୨୯୦, ଉତ୍ତରପ୍ରଦେଶ ୨୧୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.