Loading...

ଋଷ ଘରେ ପଶି ଆକ୍ରମଣ କରିଛି ୟୁକ୍ରେନ୍‌ ସେନା

ଋଷ ଘରେ ପଶି ଆକ୍ରମଣ କରିଛି ୟୁକ୍ରେନ୍‌ ସେନା

ଋଷ ଏବଂ ୟୁକ୍ରେନ୍‌ ଯୁଦ୍ଧ ବିଶ୍ବବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ୟୁକ୍ରେନ୍‌ ଭିତରେ ପଶି ଘନଘନ ମିସାଇଲ ମାଡ କରୁଛନ୍ତି ଋଷ ସେନା । ୩ପଟୁ ଘେରି ଯାଇ ଆକ୍ରମଣ ଜାରି ରଖିଛନ୍ତି ଋଷୀ ସୈନ୍ୟ ।

ଋଷ ଏବଂ ୟୁକ୍ରେନ୍‌ ଯୁଦ୍ଧ ବିଶ୍ବବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ୟୁକ୍ରେନ୍‌ ଭିତରେ ପଶି ଘନଘନ ମିସାଇଲ ମାଡ କରୁଛନ୍ତି ଋଷ ସେନା । ୩ପଟୁ ଘେରି ଯାଇ ଆକ୍ରମଣ ଜାରି ରଖିଛନ୍ତି ଋଷୀ ସୈନ୍ୟ । ଏହାରି ମଧ୍ୟରେ ଆଉ ଏକ ବଡ ‌ଖବର ସାମ୍ନାକୁ ଆସିଛି । ଋଷ ଘରେ ପଶି ଆକ୍ରମଣ କରିଛି ୟୁକ୍ରେନ୍‌ ସେନା । ଋଷର ରୋସ୍ତୋଗ୍‌ ସହରରେ ମିସାଇଲ ମାଡ କରିଛି ୟୁକ୍ରେନ୍‌ । ଆକ୍ରମଣ ମଧ୍ୟରେ ପ୍ରଥମ ଥର ପାଇଁ ଋଷ ସୀମା ଭିତରେ ପଶି ଦୁଃସାହସ ଦେଖାଇଛି ୟୁକ୍ରେନ୍‌ ।
ଅନ୍ୟୃପଟେ ୟୁକ୍ରେନର ଗୋଟିଏ ପରେ ଗୋଟିଏ ସ୍ଥାନରେ ମିସାଇଲ ମାଡ କରିଚାଲିଛି ଋଷ । ମିସାଇଲ ମାଡର ଗୋଟିଏ ପରେ ଗୋଟିଏ ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି । ଏପରିକି ୟୁକ୍ରେନର ପରମାଣୁ ଘାଟିକୁ ମଧ୍ୟ ନିଜ କବଜାକୁ ନେଇସାରିଛି ଋଷ ସେନା । ଗତକାଲି ଠାରୁ ଯୁଦ୍ଧ ଆରମ୍ଭ ହୋଇସାରିଥିଲେ ସୁଦ୍ଧା ଚୁପ୍‌ ବସିଛି ନାଟୋ । ଶୁକ୍ରବାର ସନ୍ଧ୍ୟାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଛି ନାଟୋ । ଭର୍ଚୁଆଲ ବୈଠକରେ ଆମେରିକା, ଇଂଲଣ୍ଡ ସମେତ ବଡବଡ ଦେଶ ଯୋଗ ଦେବେ । ଏହି ବୈଠକରେ ୟୁକ୍ରେନ-ଋଷ ଯୁଦ୍ଧ ନେଇ ଆର୍‌ ପାର୍ ନିଷ୍ପତ୍ତି ନିଆଯିବ ।
ସେପଟେ ୟୁକ୍ରେନ ମଧ୍ୟ ଋଷକୁ ଶେଷ ଚେତାବନୀ ଦେଇଛି । ଦେଶ ଭିତରେ ପଶି ଆକ୍ରମଣର ପରିଣାମ ଋଷ ଭୟଙ୍କର ଭାବେ ଭୋଗିବ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେଂସ୍କି । ଅନ୍ୟପଟେ ଋଷର ଆଭିମୁଖ୍ୟ ଆଗକୁ କିଭଳି ରହିବ ତାହା ଉପରେ ମଧ୍ୟ ବିଶ୍ବବାସୀଙ୍କ ନଜର ରହିଛି । ବିଶ୍ବର ଦ୍ବିତୀୟ ଶକ୍ତିଶାଳୀ ସେନା ଋଷ ପଛଟୁ ହଟିବାର ସମ୍ଭାବନା ଖୁବ୍‌ କମ । ଏପଟେ ଋଷ ସହ ପୁରା ଦମରେ ଲଢୁଛି ୟୁକ୍ରେନ୍‌ । ସୈନ୍ୟ ସାମର୍ଥ୍ୟ କମ ଥାଇ ବି ପଛ ଘୁଞ୍ଚା କିମ୍ବା ଆତ୍ମସମର୍ପଣ କରୁନାହିଁ ୟୁକ୍ରେନ୍‌ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.