Loading...

କମଳା କରେ କମାଲ୍ !!

କମଳା କରେ କମାଲ୍ !!

କମଳାର ନାଁ ଶୁଣିଲେ ପାଟିରେ ଲାଳ ଚାଲିଆସେ l ଏବେ ଶୀତ ଋତୁ ଚାଲିଛି l ବଜାରରେ ଉତ୍ତମ ମାନର କମଳା ଉପଯୁକ୍ତ ଦରରେ ବହୁ ପରିମାଣରେ ଉପଲବ୍ଧ ହେଉଛି l ବଜାର ହାଟରେ ଏତେ ପରିମାଣର ସତେଜ କମଳା ଦେଖିଲେ ଯେମିତି ଲାଗୁଛି କମଳାର ବଜାର ବସିଛି l

କମଳାର ନାଁ ଶୁଣିଲେ ପାଟିରେ ଲାଳ ଚାଲିଆସେ l ଏବେ ଶୀତ ଋତୁ ଚାଲିଛି l ବଜାରରେ ଉତ୍ତମ ମାନର କମଳା ଉପଯୁକ୍ତ ଦରରେ ବହୁ ପରିମାଣରେ ଉପଲବ୍ଧ ହେଉଛି l ବଜାର ହାଟରେ ଏତେ ପରିମାଣର ସତେଜ କମଳା ଦେଖିଲେ ଯେମିତି ଲାଗୁଛି କମଳାର ବଜାର ବସିଛି l

ବୈଜ୍ଞାନିକ ପରୀକ୍ଷଣଗୁଡ଼ିକରୁ ଜଣ ପଡିଛି ଯେ, କମଳରେ ପ୍ରଚୁର ପରିମାଣରେ କାରୋଟିନଏଡ, ଫ୍ଲାଭୋନଏଡ, ଫୋଲେଟ ଏବଂ ଭିଟାମିନ ସି ଭଳି ଆଣ୍ଟିଅକ୍ସିଡାଣ୍ଟ ଏବଂ ଫାଇଟୋକେମିକାଲ ଭରି ରହିଛି l ଏହି ଭଳି ପୋଷକତତ୍ତ୍ୱଗୁଡ଼ିକ ଡାଇବେଟିସ ଏବଂ ହୃଦରୋଗ ଭଳି ମାରାତ୍ମକ ରୋଗଗୁଡ଼ିକୁ ପ୍ରତିହତ କରିବାରେ ସାହାଯ୍ୟ କରିଥାନ୍ତି l ତେଣୁକରି କମଳାକୁ ପୋଷକତତ୍ତ୍ୱଗୁଡ଼ିକର ଭଣ୍ଡାର କହିଲେ ଅତ୍ୟୁକ୍ତି ହେବ ନାହିଁ l କମଳରେ କମ କ୍ୟାଲୋରୀ ରହିଥାଏ ଏବଂ  ପୋଷକତତ୍ତ୍ୱଗୁଡ଼ିକ ପ୍ରଚୁର ମାତ୍ରାରେ ରହିଥାଏ l ଫୋଲେଟ, ଭିଟାମିନ ସି, ଫାଇବର, ଥାୟାମିନର ଉପଯୁକ୍ତ ଉତ୍ସ ହେଉଛି କମଳା l ଆସନ୍ତୁ ଆଜି କମଳାର ଉପଯୋଗୀତା ବିଷୟରେ କିଛି ଆଲୋଚନା କରିବା l

କମଳାରେ ଦ୍ରବଣୀୟ ଏବଂ ଅଦ୍ରବଣୀୟ ଭାବରେ ଫାଇବର ଭରି ରହିଛି, ଯାହା କୋଷ୍ଠକାଠିନ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ l କମଳା ମଧ୍ୟ ପାଚକ ରସ କ୍ଷରଣ ବୃଦ୍ଧି କରିବାରେ ସାହାଯ୍ୟ କରେ ଯାହା ଦ୍ୱାରା ଖାଦ୍ୟ ଭଲ ଭାବରେ ହଜମ ହୁଏ l

କମଳାରେ ଅଧିକ ପରିମାଣରେ ମାଗ୍ନେସିୟମ ରହିଥାଏ, ତେଣୁ ଏହା ରକ୍ତଚାପକୁ ନିୟନ୍ତ୍ରଣ କରେ l କମଳାରେ ପ୍ରାକୃତିକ ଭାବରେ ଥିବା ହେସ୍ପିରିଡିନ ଆମର ରକ୍ତଚାପକୁ ନିୟନ୍ତ୍ରଣ କରେ lରକ୍ତକୁ ଶୋଧନ କରିବାରେ କମଳାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି l କମଳାରେ ଥିବା ଫ୍ଲାଭୋନୟେଡ ଏଞ୍ଜାଇମ କାର୍ଯ୍ୟକାରିତାକୁ ସକ୍ରିୟ କରିବାରେ ସାହାଯ୍ୟ କରେ l ଏହା ଦ୍ୱାରା ଯକୃତରୁ ବିଷାକ୍ତ ପଦାର୍ଥ ବାହାରିଯାଏ l  

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.