News

ଆଖି ବୁଜିଲା ନନ୍ଦନକାନନର ଏକମାତ୍ର ବିରଳ ପ୍ରଜାତି ଓରାଙ୍ଗଓଟାନ୍ ‘ବିନି’

Oo

ଆଖି ବୁଜିଲା ନନ୍ଦନକାନନର ପ୍ରାଣୀ ଉଦ୍ୟାନର ଏକମାତ୍ର ବିରଳ ପ୍ରଜାତି  ଓରାଙ୍ଗଓଟାନ ‘ବିନି’। କାଲି ରାତି ପ୍ରାୟ ରାତି ପ୍ରାୟ ୯ଟା ୪୦ ମିନିଟ୍ ରେ ମୃତ୍ୟୁ ବରଣ କରିଛି । ବାର୍ଧକ୍ୟ ଜନିତ କାରଣ ଓ ଦୀର୍ଘଦିନ ଧରି ଅସୁସ୍ଥତା ଯୋଗୁ ବିନିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଓରାଙ୍ଗଓଟାନ୍ ‘ବିନି’ ଆମେରିକା ଏବଂ ସିଙ୍ଗାପୁରର ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଓୟୁଏଟିର ପ୍ରାଣୀ ବିଶେଷଜ୍ଞଙ୍କ ପକ୍ଷରୁ ତା’ର ଚିକିତ୍ସା ହେଉଥିଲା। ଗତ ୩ ଦିନ ହେଲା ଥଣ୍ଡା ସହ ବୟସାଧିକଜନିତ ଯୋଗୁ ଶ୍ୱାସନଳୀରେ ସଂକ୍ରମଣ ସମସ୍ୟା ବଢ଼ିଥିଲା। ମୃତ୍ୟୁ ବେଳକୁ ତାକୁ ୪୧ ବର୍ଷ ହୋଇଥିଲା। ଓୟୁଏଟିର ପ୍ରଫେସର ନିରଞ୍ଜନ ସାହୁ  ଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡ. ଇନ୍ଦ୍ରମଣି ନାଥଙ୍କ ସମେତ ସଦସ୍ୟମାନେ ଆସି ସ୍ବାସ୍ଥ୍ୟ ଅବସ୍ଥା ନୀରିକ୍ଷଣ କରି ଦେଇଥିବା ପରାମର୍ଶ କ୍ରମେ ଚିକିତ୍ସା କାଯାଉଥିଲା ।

ସମଗ୍ର ଭାରତ ବର୍ଷରେ ଏହି ପ୍ରଜାତି ପ୍ରାଣୀ ଏକମାତ୍ର ‘ବିନି’ କେବଳ ନନ୍ଦନକାନନରେ ରହି ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିଲା । ବିନିକୁ ୨୦୦୩ ମସିହା ନଭେମ୍ବର ୨୦ ତାରିଖରେ ପୁନେସ୍ଥିତ ରାଜୀବ ଗାନ୍ଧୀ ଜାତୀୟ ପ୍ରାଣୀ ଉଦ୍ୟାନରୁ ଅଣାଯାଇଥିଲା । ନନ୍ଦନକାନନକୁ ଆସିବା ବେଳେ ତା’ର ବୟସ ୨୫ ବର୍ଷ ଥିଲା ।
ପଢନ୍ତୁ: ଆଜି ମୋଦିଙ୍କ ଶପଥ ଗ୍ରହଣ: ଶପଥଗ୍ରହଣ ଉତ୍ସବରେ ଯୋଗଦେବେନି ନବୀନ

Related posts

ଟିଟୋର ଗୋ’ଚାଲାଣ କିଙ୍ଗପିନ ଗିରଫ

ENO Beuro

ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦୀନରେ ସାମିଲ ହେଲେ ଭାରତୀୟ ଯବାନ!

ENO Beuro

ଓଡ଼ିଆ ପୁଅ ରାଜକିଶୋର ମହାନ୍ତ, ନିଜ ନାମକୁ ଲିମକା ରେକର୍ଡରେ ଯୋଡିବାରେ ସକ୍ଷମ ହେଇଛନ୍ତି

ENO Beuro

Leave a Comment