News

ବିକ୍ରମ ସହ ଯୋଗାଯୋଗ ଚ୍ଛିନ୍ନ ପରେ ମଧ୍ୟ ଚନ୍ଦ୍ରପୃଷ୍ଠରେ ଅଭିଯାନ ଜାରି ରଖିଛି ଅର୍ବିଟର

Untitled 1

ସମ୍ପୂର୍ଣ୍ଣ ବିଫଳ ନୁହେଁ ଚନ୍ଦ୍ରଯାନ ମିଶନ୍ । ଚନ୍ଦ୍ରଯାନ-୨ ର ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ମିଶନ୍ ବିଫଳ ହୋଇଥିବା କୁହାଯାଉଛି । ତେବେ ଇସ୍ରୋ ସହ ଲ୍ୟାଣ୍ଡର ବିକ୍ରମରୁ କୌଣସି ପ୍ରକାର ସିଗନାଲ୍ ମିଳୁ ନ ଥିଲେ ମଧ୍ୟ ଅର୍ବିଟର ତା’ର କାର୍ଯ୍ୟ ଜାରି ରଖିଛି। କିନ୍ତୁ ଇସ୍ରୋର ଜଣେ ବୈଜ୍ଞାନିକ କହିଛନ୍ତି ମିଶନର କେବଳ ୫ ପ୍ରତିଶତ ଫେଲ ହୋଇଛି । କାରଣ ୯୮୭ କୋଟି ଟଙ୍କା ମିଶନ୍ ଚନ୍ଦ୍ରଯାନ-୨ର ସବୁଠାରୁ ବଡ ଭାଗ ଅର୍ଥାତ୍ ଅର୍ବିଟର ଏବେ ବି ଚନ୍ଦ୍ରକୁ ପ୍ରଦକ୍ଷିଣ କରୁଛି ।

Moon 2 750x430

 ଅର୍ବିଟର ଏକ ବର୍ଷ ଯାଏଁ ଇସ୍ରୋକୁ ପଠାଇବ ଫଟୋ 

ଚନ୍ଦ୍ରଯାନ-୨ରେ  ତିନୋଟି ଖଣ୍ଡ ରହିଛି । ଅର୍ବିଟର, ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ। ଚନ୍ଦ୍ରଯାନ-୨ ଅର୍ବିଟର ଏବେବି ଚନ୍ଦ୍ରକୁ ସଫଳତାର ସହ ପରିକ୍ରମା କରୁଛି। ଏହି ମିଶନ ୧ ବର୍ଷ ଧରି ଚାଲିବ। ଏହି ସମୟ ମଧ୍ୟରେ ଚନ୍ଦ୍ରପୃଷ୍ଠର ଅନେକ ତଥ୍ୟ ପଠାଇବ ଅର୍ବିଟର୍‌। ଏହି ଅର୍ବିଟର ଲ୍ୟାଣ୍ଡର ବିକ୍ରମର ମଧ୍ୟ ଫଟୋ ପଠାଇ ପାରିବ ବୋଲି ଜଣାପଡ଼ିଛି। ଏହାପରେ ବିକ୍ରମର ସ୍ଥିତି ନେଇ ସଠିକ୍‌ ତଥ୍ୟ ମିଳିପାରିବ।ବିକ୍ରମ ଏବଂ ପ୍ରଜ୍ଞାନରୁ ସୂଚନା ମିଳିପାରୁ ନ ଥିବାବେଳେ ଅର୍ବିଟର ତା’ର କାର୍ଯ୍ୟ ଜାରି ରଖିବ।

ପଢନ୍ତୁ: ଆଜି କଟକରେ ପହଞ୍ଚିବେ ଜଗା-କାଳିଆ

Related posts

ଡାକ୍ତରଙ୍କ ମାନବିକତା ପାଇଁ ଗୋପବନ୍ଧୁ ସମ୍ମାନ ପ୍ରଦାନ କରିବେ ରାଜ୍ୟ ସରକାର

ENO Beuro

ଉତ୍ତରାଖଣ୍ଡ: ଖାତକୁ ବସ୍ ଖସି ୪୮ ମୃତ

ENO Beuro

ପେଟ୍ରୋଲ ଓ ଡିଜେଲ ବିକ୍ରି ଉପରେ ପ୍ରଭାବ ପକାଇଛି ନୂଆ ମୋଟର ଯାନ ଆଇନ

Ratnamani Moharana