19 C
Bhubaneswar
December 4, 2020
EnewsOdia.Com
ନ୍ୟୁଜ୍

ଏବେ କମ ଖର୍ଚ୍ଚରେ ବିଦେଶ ବୁଲାଇବ ଓଟିଡିସି

ରାଜ୍ୟରେ ପର୍ଯ୍ଯଟକଙ୍କ ଭିଡ ବଢାଇବା ପାଇଁ ଗତ ବର୍ଷ ଓଡିଶା ପର୍ଯ୍ଯଟନ ବିକାଶ ନିଗମ ଡେଷ୍ଟିନେସନ ୱେଡିଂ ପ୍ଯାକେଜ୍ ଲଞ୍ଚ କରିବା ପରେ ଏବେ ରାଜ୍ୟର ପର୍ଯ୍ୟଟକଙ୍କ ପାଇଁ ବିଦେଶ ଭ୍ରମଣର ସୁଯୋଗ ଆଣିଛି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)।
ଓଟିଡିସି ର ଏହି ନୂଆ ପ୍ଯାକେଜ୍ ‘ଗୋ ଗ୍ଲୋବାଲ’ରେ ବିଦେଶର ୫ଟି ସ୍ଥାନକୁ ଟୁର୍ କରିବାର ବ୍ୟବସ୍ଥା ‌ରହିଛି। ଏହି ୫ଟି ସ୍ଥାନ ହେଉଛି ଥାଇଲ୍ଯାଣ୍ଡ, ମାଲେସିଆ, ସିଙ୍ଗାପୁର, ଇଣ୍ଡୋରନେସିଆ ଏବଂ ଦୁବାଇ।

ଥାଇଲାଣ୍ଡ ଟୁରରେ ଜଣେ ୩ ରାତି ୪ ଦିନର ପ୍ୟାକେଜ ନେଇ ପାରିବ। ଏଥିପାଇଁ ବ୍ୟକ୍ତିଙ୍କ ପିଛା ଦର ୨୪ହଜାର ୯୯୦ ଟଙ୍କା ରହିଛି। ସେହିଭଳି ମାଲେସିଆ ଟୁରରେ ୩ ରାତି ୪ ଦିନ ପାଇଁ ବ୍ୟକ୍ତି ପିଛା ଦର ରହିଛି ୨୯ ହଜାର ୯୯୦ ଟଙ୍କା। ସିଙ୍ଗାପୁର ଟୁରରେ ୩ ରାତି ୪ ଦିନର ଭ୍ରମଣ ପାଇଁ ବ୍ୟକ୍ତି ପିଛା ଦର ରହିଛି ୩୯ ହଜାର ୯୯୦ ଟଙ୍କା। ଇଣ୍ଡୋନେସିଆ (ବାଲି) ଟୁରରେ ୪ ରାତି ୫ ଦିନର ଭ୍ରମଣ ପାଇଁ ଜଣ ପିଛା ଦର ରହିଛି ୩୪ହଜାର ୯୯୦ ଟଙ୍କା। ‌ଦୁବାଇ ଟୁର୍‌ ପାଇଁ ଜଣ ପିଛା ୪ ରାତି ୫ ଦିନର ଭ୍ରମଣ ପାଇଁ ଦର ରହିଛି ୫୩ହଜାର ୯୯୦ ଟଙ୍କା।

ପଢନ୍ତୁ: ମୁସଲମାନ ସମ୍ପ୍ରଦାୟର ବିବାହ କାର୍ଡରେ ଭଗବାନ ଗଣେଶ ଓ ରାଧାକୃଷ୍ଣଙ୍କ ଫଟୋ

Related posts

ପ୍ରଖ୍ୟାତ ବଙ୍ଗଳା ଅଭିନେତା ତଥା ପୂର୍ବତନ ସାଂସଦ ତାପସ ପାଲଙ୍କ ପରଲୋକ

Ratnamani Maharana

‘ମହା’ର ଉଗ୍ରରୂପ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷିବ !

Ratnamani Maharana

ଫେବୃଆରୀ ୯ରେ ସରୁଛି ରାମ ମନ୍ଦିର ଟ୍ରଷ୍ଟ ତିଆରି ଅବଧି

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More