EnewsOdia.Com

OTET ଅନିୟମିତତାକୁ ନେଇ ତେଜିଲେ ଛାତ୍ରଛାତ୍ରୀ

OTET ପରୀକ୍ଷାରେ ଅନିୟମିତତା ନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଘେରାଉ କଲେ  ଛାତ୍ରଛାତ୍ରୀ । ଭୁଲ ପ୍ରଶ୍ନ ପତ୍ର ପାଇଁ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ହୋଇ ଘେରାଉ କରିଛନ୍ତି । ଏନେଇ ଛାତ୍ରଛାତ୍ରୀଙ୍କ ସମର୍ଥନରେ ଆଗକୁ ଆସିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) । ସେମାନଙ୍କର ଦାବି ଛାତ୍ରଛାତ୍ରୀମାନଙ୍କୁ  ଗ୍ରେସ୍‌ ମାର୍କ ଦିଆଯାଉ ।  ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ନିମ୍ନଗାମୀ ହେବାକୁ ବସିଲାଣି । ଜିରୋ ଏଫ୍‌ର କଥା କହୁଥିବା ରାଜ୍ୟ ସରକାର ବିଭିନ୍ନ ପରୀକ୍ଷାରେ ଅନିୟମିତତା ରୋକିବାରେ ବିଫଳ ହେଉଥିବା ଦେଖିବାକୁ ମିଳିଛି । ଓଟିଇଟି ପ୍ରଶ୍ନପତ୍ରରେ ତ୍ରୁଟିକୁ ନେଇ ଛାତ୍ରାଛାତ୍ରୀଙ୍କ ମନରେ ଅସନ୍ତୋଷ ଥିବା ବେଳେ କେହି କେହି ରାଜ୍ୟ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ କଲେଣି ।

ଓଟିଇଟିରେ ଧାର୍ଯ୍ୟ ପାସ୍‌ ମାର୍କ ଠାରୁ ଅନେକ ପିଲା ଶିକ୍ଷା ବ୍ୟବସ୍ଥାର ତ୍ରୁଟି ପାଇଁ କେବଳ ଗୋଟିଏ ମାର୍କ ପାଇଁ ଅକୃତକାର୍ଯ୍ୟ ହେବାକୁ ବାଧ୍ୟ ହୋଇଛନ୍ତି । ଯଦି ରାଜ୍ୟର 26 ନମ୍ବର ରାଜ୍ୟପାଳ ନବୀନ ପଟ୍ଟନାୟକ ବୋଲି ଓଟିଇଟି ପ୍ରଶ୍ନର ଉତ୍ତର ହୁଏ, ତେବେ ଛାତ୍ରଛାତ୍ରୀ କରିବେ ବା କଣ ? ଓଟିଇଟିର ପ୍ରଶ୍ନପତ୍ର ଏବଂ ଉତ୍ତରକୁ ଦେଖିଲେ ଏମିତି ମନେ ହେଉଛି ଯେପରି ରାଜ୍ୟ ସରକାର ପିଲାଙ୍କ ଦକ୍ଷତା ମାପିବାକୁ ନୁହେଁ ବରଂ ସେମାନଙ୍କୁ ବୋକା ବନାଇବାକୁ ଚାହୁଁଛନ୍ତି । ତେବେ ଏନେଇ ଛାତ୍ରଛାତ୍ରୀଙ୍କ ମନରେ ଅସନ୍ତୋଷ ଜାତ ହେବା ସ୍ୱାଭାବିକ୍‌ । କେବଳ ଓଟିଇଟି ନୁହେଁ ଓପିଏସି ପରୀକ୍ଷାରେ ବି ଅନିୟମିତତାର ଅଭିଯୋଗ ବହୁ ସମୟରେ ସାମ୍ନାକୁ ଆସୁଛି । ତେବେ ଏହି ସବୁ ପ୍ରସଙ୍ଗକୁ ରାଜ୍ୟ ସରକାର କେବେ ଗୁରୁତର ସହ ନେଇ ସମାଧାନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ପଢନ୍ତୁ: ମୋଦି ଲେଖିଲେ କବିତା, ହେ ସା‌ଗର!!! ତୁମ୍‌ହେ ମେରା ପ୍ରଣାମ!

ସମ୍ବନ୍ଧିତ ଖବର

କୃଷି ଓଡ଼ିଶା ନୀତି-୨୦୨୦କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Ratnamani Maharana

୫ରୁ ରାଜ୍ୟରେ ବର୍ଷା ଓ ଘୂର୍ଣ୍ଣିଝଡ଼ ଆଶଙ୍କା

Ratnamani Maharana

ଆଜିଠାରୁ ରାଜଧାନୀରେ ଗଡିବ ସ୍ମାର୍ଟ ଅଟୋ

Ratnamani Maharana

୩୨୪ ଭାରତୀୟଙ୍କ ଧରି ଚାଇନାରୁ ଦିଲ୍ଲୀ ଆସିଲା ବିମାନ

Ratnamani Maharana

ଡିଗ୍ରି କଲେଜରେ ସ୍କୁଲ ଭଳି ଆରମ୍ଭ ହେବ ଏକ୍ସଟ୍ରା କ୍ଲାସ

Ratnamani Maharana

ଫୋନ୍‌ରେ କଥା ହେଲେ ଗ୍ରାହକଙ୍କୁ ମିଳିବ ଟଙ୍କା

Ratnamani Maharana