News

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ପ୍ରସଙ୍ଗ: ମନ୍ତ୍ରୀଙ୍କ ବାସଭବନ ଘେରିଲେ ଏବିଭିପି

otet

ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ ବିରୋଧରେ ଆନ୍ଦୋଳନ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)। ଛାତ୍ର ସଂଗଠନ ଏବିଭିପି ପକ୍ଷରୁ ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ସରକାରୀ ବାସଭବନକୁ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ତେବେ ପୋଲିସ ଆନ୍ଦୋଳନକାରୀଙ୍କୁ ଅଟକାଇବାରୁ ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ଧସ୍ତାଧସ୍ତି ହୋଇଥିଲା। ଶେଷରେ ପୋଲିସ ଏବିଭିପିର ୨୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତାଙ୍କୁ ଧରିନେବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

otet

ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ, ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ଉପସଭାପତି ଠାକୁର ରଞ୍ଜିତ୍ ଦାଶ, ଜିଲ୍ଲା ସାଧାରଣ ସଂପାଦକ ସଂଗ୍ରାମ କେଶରୀ ନାୟକଙ୍କ ସମେତ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସଂପାଦକ ରାକେଶ ଜେନା, ଉପସଭାପତି ରଶ୍ମିରଞ୍ଜନ ମୁଦୁଲି, ସଂଯୋଜକ ଅଭିଷେକ ପରିଡା, ସୁଧାଂଶୁ ମହାନ୍ତି, ଅଭିଷେକ ସାହୁଙ୍କ ସମେତ ସମସ୍ତ ପଦାଧିକାରୀମାନେ ଉପସ୍ଥିତ ରହି ଆଗାମୀ ଦିନରେ ଉକ୍ତ ଘଟଣାର ସତ୍ୟାସତ୍ୟ ଲୋକଲୋଚନକୁ ଆଣିବା ସହ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବା ନିମନ୍ତେ ଦାବି ରଖିଥିଲେ।

ପଢନ୍ତୁ;  ଅମିତ ଶାହଙ୍କୁ ସ୍ୱାଇନ୍‌ ଫ୍ଲୁ,୧୮ ତାରିଖ କଟକ ସମାବେଶ ସ୍ଥଗିତ

Related posts

ଆଜିଠୁ ଆରମ୍ଭ ଯୁକ୍ତ ଦୁଇ ଆଡମିଶନ୍

Ratnamani Moharana

Due To Heavy Traffic, BDA Planning To Construct 2 Parallel Roads On Jayadev Vihar-Nandankanan

ENO Beuro

ଓଡିଶା ସମେତ ୧୪ଟି ରାଜ୍ୟରେ ଝଡତୋଫାନ ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ !

ENO Beuro

Leave a Comment