30.1 C
Bhubaneswar
October 22, 2021
EnewsOdia.Com
ନ୍ୟୁଜ୍

ଡାକ୍ତରଖାନାରୁ ଡିସଚାର୍ଜ ହେଲେ ଓଟିଭି କ୍ୟାମେରା ମ୍ୟାନ୍‌ ପ୍ରଭାତ ସିହ୍ନା

ଭଗବାନ ମୋତେ ରଖିଲେ, ତାକୁ ନେଇଗଲେ। ତାହା ସବୁଠୁ ଅଧିକ କଷ୍ଟ ଦେଉଛି। ମନରେ ସବୁଦିନ ପାଇଁ ଏହି ଦୁଃଖ ରହିବ।’ ଆଜି ଏଭଳି କିଛି ଭାବବିହ୍ୱଳ କଥା ଶୁଣିବାକୁ ମିଳିଥିଲା ଓଟିଭି କ୍ୟାମେରା ମ୍ୟାନ୍‌ ପ୍ରଭାତ ସିହ୍ନାଙ୍କ ମୁହଁରୁ।  ‘ଆପଣ ସମସ୍ତଙ୍କ ଆଶୀର୍ବାଦ ଓ ଭଲ ପାଇବା ଯୋଗୁ ନୂଆ ଜୀବନ ପାଇଛି। ମୁଁ ସୁସ୍ଥ ହୋଇ ଆଜି ଘରକୁ ଫେରୁଛି। ହେଲେ ମନରେ ଦୁଃଖ ରହିଗଲା ଯେ, ଅରିନ୍ଦମ ଭାଇ ରହିଲେ ନାହିଁ। ଆମେ ଦୁହେଁ ସାଥୀ ହୋଇ ସବୁ ଜାଗାକୁ ନ୍ୟୁଜ୍‌ କଭର କରିବାକୁ ଯାଉଥିଲୁ। ଭଗବାନ ମୋତେ ରଖିଲେ, ତାକୁ ନେଇଗଲେ।ପ୍ରଭାତ କହିଥିଲେ, ସେଠୁ କିପରି ବଞ୍ଚିକି ଆସିଛି ତାହା ଉପରବାଲା ହିଁ ଜାଣିଛି। ବୋଟ୍‌ ତଳେ ବହୁ ସମୟ ରହି ଯାଇଥିଲି। ବହୁ ସଂଘର୍ଷ କରି ବାହାରକୁ ଆସିଲି। ଅଘଟଣ କେତେବେଳେ ଆସିବ କେହି କହିପାରିବେନି। ୟା ପୂର୍ବରୁ ବି ଆମେ ବହୁ ବିପଦପୂର୍ଣ୍ଣ ଜାଗାକୁ ଯାଇ କାମ କରିଛୁ। ହେଲେ ଏମିତି ଅଘଟଣ ଘଟିବ ବୋଲି ଆମେ ଜାଣି ନ ଥିଲୁ। ଯେତେବେଳେ ଯାହା ଘଟିବାର ଥିବ ଘଟିବ। ଆମେ କେବଳ ଆମ କାମ କରି ଚାଲିବୁ।

ସୂଚନାଯୋଗ୍ୟ, ଶୁକ୍ରବାର ଘଟିଥିବା ଏହି ଦୁର୍ଘଟଣାରେ ଓଟିଭିର ଚିଫ୍‌ ରିପୋର୍ଟର ଅରିନ୍ଦମ ଦାସ ଓ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତ୍ୟୁ ହୋଇଥିଲା। ମୁଣ୍ଡଳି ବ୍ରିଜ୍‌ ନିକଟରେ ମହାନଦୀରେ ଫସି ଥିବା ଏକ ହାତୀର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଓଡ୍ରାଫ୍‌ ଟିମ୍‌ ସହିତ ଖବର ପ୍ରସାରଣ ପାଇଁ ବୋଟ୍‌ରେ ଯାଇଥିଲେ ଅରିନ୍ଦମ ଓ ପ୍ରଭାତ। ତେବେ ନଦୀର ପ୍ରଖର ସ୍ରୋତରେ ରବର୍ ବୋଟ୍‌ଟି ମୁଣ୍ଡଳି ବ୍ରିଜ୍ ନିକଟରେ ଓଲଟି ପଡ଼ିଥିଲା। ଫଳରେ ଅରିନ୍ଦମ ଓ ସୀତାରାମ ଭାସି ଯାଇଥିଲେ। ଓଡ୍ରାଫ୍‌ର ତିନି ସଦସ୍ୟଙ୍କ ସହିତ ପ୍ରଭାତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପ୍ରଭାତଙ୍କୁ ମେଡିସିନ୍ ବିଭାଗ ଆଇସିୟୁରେ ରଖାଯାଇଥିଲା। ସୁସ୍ଥ ହେବା ପରେ ତିନି ଦିନ ପରେ ଆଜି ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି।

ପଢନ୍ତୁ: ପିପିଲି ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର, ଶେଷଥର ପାଇଁ ଭୋଟରଙ୍କ ଦୁଆରକୁ ଯିବେ ପାର୍ଥୀ

Related posts

ବଜ୍ରକାପ୍ତାରୁ ବ୍ୟାପୁଛି କରୋନା ଭାଇରସ୍‌ !

Ratnamani Maharana

ପୁଣି ଧନୀ ତାଲିକା ଶୀର୍ଷରେ ମୁକେଶ ଅମ୍ବାନୀ

Ratnamani Maharana

ସୁପର ଓଭରରେ ଟିମ ଇଣ୍ଡିଆର ସୁପର ବିଜୟ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More