Loading...

ହାଇଦ୍ରାବାଦରେ ଟଙ୍କାଟିଏ ଖର୍ଚ୍ଚ କଲେ ମିଳିବ ଉତ୍ତମ ସ୍ୱାସ୍ଥ୍ୟସେବା

ହାଇଦ୍ରାବାଦରେ ଟଙ୍କାଟିଏ ଖର୍ଚ୍ଚ କଲେ ମିଳିବ ଉତ୍ତମ ସ୍ୱାସ୍ଥ୍ୟସେବା

ସାମାନ୍ୟ କାଶ କି ଥଣ୍ଡା ହେଲେ ୫୦୦ରୁ ୬୦୦ ଟଙ୍କାର ଔଷଧ ଖାଇବା ପାଇଁ ପଡ଼ୁଛି । ବର୍ତ୍ତମାନ ସମୟରେ ଅନେକ ହସ୍ପିଟାଲ ଚିକିତ୍ସା ନାଁରେ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ଦେଖିବାକୁ ମିଳୁଛି ।

ସ୍ୱାସ୍ଥ୍ୟ ହିଁ ସମ୍ପଦ । ହେଲେ ଆଜିକା ମହଙ୍ଗା ଯୁଗରେ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟ ସେବା ପାଇବା କଷ୍ଟ । ସାମାନ୍ୟ କାଶ କି ଥଣ୍ଡା ହେଲେ ୫୦୦ରୁ ୬୦୦ ଟଙ୍କାର ଔଷଧ ଖାଇବା ପାଇଁ ପଡ଼ୁଛି । ବର୍ତ୍ତମାନ ସମୟରେ ଅନେକ ହସ୍ପିଟାଲ ଚିକିତ୍ସା ନାଁରେ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ଦେଖିବାକୁ ମିଳୁଛି । ହେଲେ ହାଇଦ୍ରାବାଦ ସହରର ଜିଜି ଚାରିଟେବୁଲ୍ ହସ୍ପିଟାଲରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ମାତ୍ର ଏକ ଟଙ୍କାରେ ଏଠାରେ ସ୍ୱାସ୍ଥ୍ୟସେବା ମିଳୁଛି। ଏହି ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଅନ୍ୟାନ୍ୟ ସୁବିଧା ମଧ୍ୟ ଉପଲବ୍ଧ କରାଯାଉଛି ।ହାଇଦ୍ରାବାଦର ଜିଜି ଚାରିଟେବୁଲ୍ ହସ୍ପିଟାଲର ଏମଡି ସୁରି ସୂର୍ଯ୍ୟ ଏସମ୍ପର୍କରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସାଧାରଣ ନାଗରିକଙ୍କ ନିକଟରେ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ପହଞ୍ଚାଇବା ଲକ୍ଷ୍ୟରେ ଏପରି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି । ଗରିବ ଲୋକମାନେ ଅନେକ ସମୟରେ ହସ୍ପିଟାଲର ବିଲ ଏବଂ ଦାମୀ ଡାକ୍ତରଙ୍କ ଫିସ ଯୋଗୁଁ ଉତ୍ତମ ଚିକିତ୍ସା ପାଇପାରନ୍ତି ନାହିଁ । ଏଭଳି ସ୍ଥିତିରେ ଚିକିତ୍ସା ଅଭାବରୁ ଅନେକ ରୋଗୀ ମୃତ୍ୟୁମୁଖରେ ମଧ୍ୟ ପଡ଼ନ୍ତି । ଏହି କାରଣରୁ ଜିଜି ଚାରିଟେବୁଲ୍ ହସ୍ପିଟାଲରେ ମାତ୍ର ଏକ ଟଙ୍କାରେ ଚିକିତ୍ସା କରାଯାଉଛି, ଯାହା ଦ୍ୱାରା ଗରିବ ରୋଗୀମାନେ ମଧ୍ୟ ଚିକିତ୍ସାସେବା ପାଇପାରିବେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.