News

ଓୟୁଏଟିର ନୂତନ କୁଳପତି ନିଯୁକ୍ତି ପ୍ରକ୍ରିୟା ଜାରି

ଆଗ୍ରହୀ ପ୍ରଫେସର ଓ ବ୍ୟକ୍ତିବିଶେଷମା‌ନେ ମାର୍ଚ ୬ ସୁଧା କରିପାରିବେ  ଆବେଦନ

ଓଡ଼ିଶା କୃଷି ଓ ‌ବୈଷୟିକ ବିଶ୍ବବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତି ପାଇଁ ଆବେଦନ  ପ୍ରକ୍ରିୟା ଜାରି ରହିଛି। ଗତ ମାସରେ ବିଶ୍ଵବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ୍‌ ତିନିଜଣିଆ ସର୍ଚ୍ଚ କମିଟି ଗଠନ କରିଥିଲେ। କୃଷି ବିଭାଗ ସଚିବ କମିଟିର ଆବାହକ ରହିଥିବା ବେଳେ ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ ମହାପାତ୍ର କମିଟିର ଅଧ୍ୟକ୍ଷ ରହିଛନ୍ତି।

କମିଟିର ସଦସ୍ୟ ହେଉଛନ୍ତି ଓୟୁଏଟିର ପୂର୍ବତନ କୁଳପତି ଡ. କେ ପ୍ରଧାନ ଓ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର)ର ଡିଡିଜି ଡି କେ ଜେନା। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ କୃଷି ଓ କୃଷକ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।କୃଷି ଓ କୃଷି ସହ ଜଡ଼ିତ କ୍ଷେତ୍ରରେ ଦକ୍ଷତା ଅର୍ଜନ କରିଥିବା ଶିକ୍ଷାବିତ୍‌ ମାନଙ୍କୁ କୁଳପତି ଭାବେ ନିଯୁକ୍ତି ଦିଆଯିବ।

ଓୟୁଏଟି ଆଇନ ୧୯୬୫ର ସେକ୍ସନ-୯(୨)ଅନୁଯାୟୀ ୬୫ବର୍ଷ ବୟସ ହେବା ପରେ କୌଣସି ବି ବ୍ୟକ୍ତିବିଶେଷ କୁଳପତି ପଦରେ ରହିପାରିବେ ନାହିଁ।କୁଳପତି ପଦ ପାଇଁ ଆଗ୍ରହୀ ବ୍ୟକ୍ତିବିଶେଷ ତଥା ପ୍ରଫେସର୍‌ଙ୍କ ସର୍ବୋଚ୍ଚ ବୟସ ସୀମା ୨୦୧୯ ଏପ୍ରିଲ ୧ ସୁଦ୍ଧା ୬୨ ବର୍ଷ ହୋଇଥିବା ଆବଶ୍ୟକ।ଆଗ୍ରହୀ ବ୍ୟକ୍ତି ବିଶେଷ ଓ ପ୍ରୋଫେସର ମାନେ‘resch.agfe@gov.in’କୁ ମେଲ ମାଧ୍ୟମରେ ଆବେଦନ କରିପାରିବେ। ମାର୍ଚ ୬ ହେଉଛି ଆବେଦନର ଶେଷ ତାରିଖ।

 

ପଢନ୍ତୁ:ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ ହୁଏ ସୁସ୍ଵାଦୁ ମଲାଇ କୋବି

Related posts

ଆଜି ୧୨ ଘଣ୍ଟିଆ ଭୁବନ ବନ୍ଦ

ENO Beuro

ଆଜିଠୁ ଆରମ୍ଭ ହୋଇଛି ବିଶ୍ଵ ଖାଦ୍ୟ ମେଳା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଉଦ୍ଘାଟିତ

ENO Beuro

ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରୁଥିବା ଲୋକଙ୍କୁ ଜବାବ ଦେଲେ ନବୀନ

Ratnamani Moharana

Leave a Comment