POLITICALS

ରାଜନେତାଙ୍କ ଭାଗ୍ୟ ପରୀକ୍ଷା ଆଜି: ବିଜେପି ଶୀର୍ଷରେ

Eee

ଆରମ୍ଭ ହେଲା ‘୨୦୧୯ ନିର୍ବାଚନ’ ଶେଷ ଅଙ୍କର ପ୍ରଦର୍ଶନ

ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ଗତ ଏପ୍ରିଲ ୧୧ ତାରିଖରୁ ଲାଗି ରହିଥିବା ସମସ୍ତ ଉତ୍କଣ୍ଠାରା ଅବସାନ ଆଜି ହେବାକୁ ଯାଉଛି। ବହୁ ଆଲୋଚିତ ଓ ବହୁ ପର୍ଯ୍ୟାଲୋଚିତ ୨୦୧୯ ଲୋକସଭା ନିର୍ବାଚନର ଶେଷ ଅଙ୍କ ଆଜି (ଗୁରୁବାର) ଅଭିନୀତ ହେବାକୁ ଯାଉଛି। ଆଉ ମାତ୍ର କିଛି ମୁହୂର୍ତ୍ତର ଅପେକ୍ଷା ପରେ ଦୀର୍ଘ ପ୍ରତୀକ୍ଷାର ଅନ୍ତ ହେବା ସେଥିପାଇଁ ସମସ୍ତଙ୍କ ଅପେକ୍ଷା ଶେଷ ଅଙ୍କର ଶେଷ ଫଳାଫଳ ଜାଣିବାକୁ! ଯାହାର ପ୍ରକ୍ରିୟା  ସକାଳ ୮ଟାରୁ ଆରମ୍ଭ ହୋଇସରିଲାଣି।

ସକାଳ ୯ଟା ୩୦ ସୁଦ୍ଧା ହୋଇଥିବା ଭୋଟ ଗଣନା ଅନୁସାରେ ବିଜେପି  ନେତୃତ୍ଵାଧୀନ ଏନଡିଏ ୩୦୭ ଆସନରେ ଆଗୁଆ ରହିଛି। ସେହିପିର କଂଗ୍ରେସ  ନେତୃତ୍ଵାଧୀନ ୟୁପିଏ ୧୧୬ଟି ଏବଂ ଅନ୍ୟାନ୍ୟ ଦଳ ୮୨ଟି ଆସନରେ ଆଗୁଆ ରହିଛନ୍ତି। ସେହିପରି ଓଡ଼ିଶାର ୨୧ ଲୋକସଭା ଆସନ ମଧ୍ୟରୁ ବିଜେଡି  ୪ ଓ ବିଜେପି ୩ଟି ଆସନରେ ଆଗୁଆ ରହିଛି। ବଲାଙ୍ଗୀର, ଢେଙ୍କାନାଳ ଏବଂ ଭୁବନେଶ୍ଵର ଲୋକସଭା ଆସନରେ ବିଜେପି ଆଗରେ ଥିବାବେଳେ ନବରଙ୍ଗପୁର, ଆସିକା ଓ ଅନ୍ୟ ୨ଟି ଲୋକସଭା ଆସନରେ ବିଜେଡି ଆଗୁଆ ରହିଛି।
ପଢନ୍ତୁ: ଶ୍ରୀହରିକୋଟାରୁ ପିଏସଏଲଭି ସି-୪୬ର ସଫଳ ପରୀକ୍ଷଣ

Related posts

ମିହିର ଦାସ ଓ ଅନୁ ଚୌଧୁରୀଙ୍କ ପରେ ଆଜି ବିଜେପିରେ ସାମିଲ ହେବେ ଅଭିନେତ୍ରୀ ମହାଶ୍ୱେତା ରାୟ

ENO Beuro

ଆଳୁକୁ ନେଇ ବିଧାନସଭାରେ ମୁହାଁମୁହିଁ ହେଲେ ପ୍ରଦୀପ ମହାରଥୀ ଓ ନିରଞ୍ଜନ ପୂଜାରୀ

Ratnamani Moharana

ଏବେ ଆପଣଙ୍କ ସମସ୍ୟା ଫୋନ ଯୋଗେ ସିଧା ଶୁଣିବେ ସୁପ୍ରିମୋ ନବୀନ ପଟ୍ଟନାୟକ

Ratnamani Moharana

Leave a Comment