News

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ୨,୦୨୧ କୋଟି

modi

୨୦୧୪ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ନରେନ୍ଦ୍ର ମୋଦି ଏହି ୪ ବର୍ଷ ମଧ୍ୟରେ ଅନେକ ଥର ବିଦେଶ ଗସ୍ତ କରିଛନ୍ତି। ତେବେ ଏହି ୪ ବର୍ଷ ମଧ୍ୟରେ ମୋଦିଙ୍କ ବିଦେଶ ଗସ୍ତ ପାଇଁ ୨୦୨୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଖୋଦ୍‌ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

modi

୨୦୧୪ରୁ ୨୦୧୮ ମଧ୍ୟରେ ପ୍ରଧାନମନ୍ତ୍ରୀ କେଉଁ କେଉଁ ଦେଶକୁ ଗସ୍ତ କରିଛନ୍ତି ସେନେଇ ଶୁକ୍ରବାର ରାଜ୍ୟ ସଭାରେ ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି.କେ. ସିଂ କେତୋଟି ପ୍ରଶ୍ନର ଉତ୍ତର ଦେଇଛନ୍ତି। ଉକ୍ତ ଦେଶଗୁଡ଼ିକ ମଧ୍ୟରେ ୧୦ଟି ପ୍ରମୁଖ ରାଷ୍ଟ୍ର ରହିଛି ଯେଉଁଠୁ ଭାରତକୁ ସର୍ବାଧିକ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ (ଏଫ୍‌ଡିଆଇ) ଆସିଥିବା ସେ ଦର୍ଶାଇଛନ୍ତି। ଭି.କେ. ସିଂ କହିଛନ୍ତି, ଭାରତରେ ଆମେରିକାର ଏଫ୍‌ଡିଆଇ ୨୦୧୪ରେ ୩୦,୯୩୦.୫ ନିୟୁତ ଡଲାର ଥିବାବେଳେ ୨୦୧୭ରେ ଏହା ୪୩୪୭୮.୨୭କୁ ବୃଦ୍ଧି ପାଇଥିଲା।

ପ୍ରକାଶ ଯେ, ମୋଦିଙ୍କ ବିଦେଶ ଗସ୍ତ ପାଇଁ ଚାର୍ଟେଡ ଫ୍ଲାଇଟ ଭଡ଼ା ବାବଦରେ ୪୨୯.୨୫ କୋଟି ଟଙ୍କା, ସ୍ୱତନ୍ତ୍ର ବିମାନର ରକ୍ଷଣାବେକ୍ଷଣ ପାଇଁ ୧,୫୮୩.୧୮ କୋଟି ଟଙ୍କା, ହଟ ଲାଇନ ବାବଦରେ ୯.୧୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୨୦୧୪ ଜୁନରୁ ଅଦ୍ୟାବଧି ମୋଦି ୪୮ଟି ବିଦେଶ ଗସ୍ତରେ ୫୫ଟି ଦେଶକୁ ଯାଇଛନ୍ତି । ଅବଶ୍ୟ ଏଥିରେ ୨୦୧୮ରେ ହଟଲାଇନ ଖର୍ଚ୍ଚ ସାମିଲ କରାଯାଇନାହିଁ । ୨୦୧୪-୧୫ରେ ଚାର୍ଟେଡ ଫ୍ଲାଇଟ ବାବଦକୁ ୯୩.୭୬ କୋଟି ଟଙ୍କା, ୨୦୧୫-୧୬ରେ ୧୧୭.୮୯ କୋଟି ଟଙ୍କା, ୨୦୧୬-୧୭ରେ ୭୬.୨୭ କୋଟି ଟଙ୍କା, ୨୦୧୭-୧୮ରେ ୯୯.୩୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୨୦୧୮ ଡିସେମ୍ବର ୩ ତାରିଖ ସୁଦ୍ଧା ଚାର୍ଟେଡ ଫ୍ଲାଇଟ ବାବଦରେ ୪୨.୦୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ପଢନ୍ତୁ;  ଘରେ ତିଆରି କରନ୍ତୁ କାଜୁ ପନିର ! ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ

Related posts

ଔଷଧ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଓ ଉଜବେକିସ୍ତାନ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

ENO Beuro

‘କନ୍ଦମୂଳ’ ହେଲା କୃଷି ଓଡିଶା ଲୋଗୋ

ENO Beuro

ମଝି ଆକାଶରୁ ଖସି ପଡିଲା ତେଜସ୍ ବିମାନର ତେଲ ଟାଙ୍କି

Ratnamani Moharana

Leave a Comment