News

ସମସ୍ତ ଟ୍ରେନରେ ଅକ୍ସିଜେନ ସିଲିଣ୍ଡର ରଖିବା ବାଧ୍ୟତାମୂଳକ – ସର୍ବୋଚ୍ଚ ନ୍ୟାୟାଳୟ

ସମସ୍ତ ଟ୍ରେନରେ ଅକ୍ସିଜେନ ସିଲିଣ୍ଡର ରଖିବା ବାଧ୍ୟତାମୂଳକ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ରସରକାଙ୍କୁ ନିର୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଏବଂ ଜଷ୍ଟିସ୍ ଏ ଏମ ଖାନ୍ଓ୍ଵିଲ୍କର ଏବଂ ଡି ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ମଧ୍ୟ ରେଳବାଇକୁ ନିର୍ଦେଶ ଦେଇ କହିଛନ୍ତି ଯେ କୌଣସି ବ୍ୟକ୍ତି ଟ୍ରେନରେ ଯାତ୍ରା କରୁଥିବା ସମୟରେ ହଠାତ୍ ଅସୁସ୍ଥ ହୋଇ ପଡିଲେ ଯାତ୍ରୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ନିମନ୍ତେ ଏମସ ଡାକ୍ତରଙ୍କ ସହାୟତା ନିଅନ୍ତୁ।

ରେଳବାଇର ସବୁ ଟ୍ରେନରେ ଅକ୍ସିଜେନ୍ ସିଲିଣ୍ଡର୍ ରଖିବ। ଫଳତଃ, ଶ୍ୱାସଜନିତ ସମସ୍ୟାରେ ରୋଗୀ ଟ୍ରେନରେ ଯାତ୍ରାକରୁଥିବା ସମୟରେ ଜରୁରୀ ପରିସ୍ଥିତିରେ ଜୀବନ ରକ୍ଷାକାରୀ ଗ୍ୟାସ୍ ଅକ୍ସିଜେନ୍ ଯାତ୍ରୀଙ୍କୁ ଯୋଗାଇ ଦିଆଯିବ । ଯଦି କୌଣସି ଯାତ୍ରୀଙ୍କର ସାଥି ଟିକେଟ୍ କଲେକ୍ଟର ନିକଟରେ ଅଭିଯୋଗ କରନ୍ତି କି, ତାଙ୍କ ସହଯାତ୍ରୀଙ୍କର କୌଣସି ଡାକ୍ତରୀ ଅସୁବିଧା ଅଛି ଏବଂ ସେ ତୁରନ୍ତ ଚିକିତ୍ସା ଆବଶ୍ୟକ କରୁଛନ୍ତି, ତେବେ ସମ୍ପୃକ୍ତ ଅଧିକାରୀଙ୍କର କର୍ତ୍ତବ୍ୟ ହେଲା ପରବର୍ତ୍ତୀ ରେଳ ଷ୍ଟେସନ୍କୁ ଜଣାଇବା। ତାହା ହେଲେ ଡାକ୍ତରଖାନା ଥିବା ପରବର୍ତ୍ତୀ ଷ୍ଟେସନ୍ରେ ତାଙ୍କୁ ଆବଶ୍ୟକ ମୁତାବକ ଡାକ୍ତରୀ ସହାୟତା ଯୋଗାଇ ଦିଆଯାଇ ପାରିବ ବୋଲି ଖଣ୍ଡପୀଠ କହିଛନ୍ତି।

ଖଣ୍ଡପୀଠ କହିଛନ୍ତି ଯେ ଚଳନ୍ତା ରେଳରେ ଯାତ୍ରୀମାନଙ୍କୁ ଡାକ୍ତରୀ ସହାୟତା ଯୋଗାଇ ଦେବା ନିମନ୍ତେ ଅଧିକ ପଦକ୍ଷେପ ନେବା ଆବଶ୍ୟକ। ଏ ସଂକ୍ରାନ୍ତରେ ଏମ୍ସ୍ ର ବରିଷ୍ଠ ଡାକ୍ତରଙ୍କ ସହଯୋଗ ନେବା ନିମନ୍ତେ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି।

ସମସ୍ତ ଟ୍ରେନରେ ଅକ୍ସିଜେନ ସିଲିଣ୍ଡର ରଖିବା ବାଧ୍ୟତାମୂଳକ - ସର୍ବୋଚ୍ଚ ନ୍ୟାୟାଳୟ

ପଢନ୍ତୁ, ଗ୍ରାହକମାନଙ୍କ ପାଇଁ ଖୁସି ଖବର , ବିଦ୍ୟୁତ ସଂଯୋଗ ପାଇଁ ଲାଗୁ ହେବ ପୋର୍ଟାବିଲିଟି ବ୍ୟବସ୍ଥା

Related posts

ସରିଲା ରିମାଣ୍ଡ ଅବଧି , ଜେଲ ଗଲେ ପୁଞ୍ଜିଲାଲ

ENO Beuro

ପୁଲିସ-ବାଲି ମାଫିଆଙ୍କ ଅସାଧୁ ମେଣ୍ଟ : ସାମ୍ବାଦିକଙ୍କୁ ଡମ୍ପର ମଡ଼ାଇ ହତ୍ୟା

ENO Beuro

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇ ଓଡିଶା ପାଇଁ ଗୌରବ ଆଣିଛନ୍ତି ୨ ଓଡ଼ିଆ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More