POLITICALS

ଗିରଫ ହେଲେ ପି.ଚିଦାମ୍ବରମ୍

Chidambaram1

ପୂର୍ବତନ କେନ୍ଦ୍ର ,ସ୍ବରାଷ୍ଟ୍ର ମନ୍ତ୍ରୀ ଓ  ପୂର୍ବତନ କେନ୍ଦ୍ର  ଅର୍ଥମନ୍ତ୍ରୀ  ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମଙ୍କୁ ଆଇଏନଏକ୍ସ ଦୁର୍ନୀତି ମାମଲାରେ ସିବିଆଇ ଗିରଫ କରିଛି । ସିବିଆଇ ବୁଧବାର ରାତିରେ ଦିଲ୍ଲୀର ଜୋରବାଗସ୍ଥିତ ତାଙ୍କର ସରକାରୀ ନିବାସରୁ ତାଙ୍କୁ ଗିରଫ କରିଛି । ସିବିଆଇ ଟିମ ଚିଦାମ୍ବରମଙ୍କୁ ସିବିଆଇର ମୁଖ୍ୟ କାର୍ଯ୍ୟାଳୟକୁ ନେଇଛି । ଆଜି ତାଙ୍କୁ ସ୍ପେଶାଲ୍ ସିବିଆଇ କୋର୍ଟକୁ ନିଆଯିବ । ସୁଚନାନୁସାରେ , ତାଙ୍କୁ ସିବିଆଇ ସ୍ପେଶାଲ୍ ଜଜ୍ ଅଜୟ କୁମାରଙ୍କ ଅଦାଲତରେ ହାଜର କରାଯିବ ।

P Chidambaram Arrested 1566410992
P Chidambaram Arrested

ପୂର୍ବରୁ ତାଙ୍କୁ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଥମେ ଦେଖିବାକୁ ମିଳିଥିଲା। ସେଠାରୁ ସେ ତାଙ୍କ ଘରେ ପହଞ୍ଚିଥିଲେ। ତାଙ୍କ ପଛେ ପଛେ ସିବିଆଇ ଟିମ୍‌ ମଧ୍ୟ ସେଠାରେ ପହଞ୍ଚି ଯାଇଥିଲା। ଫାଟକ ଖୋଲିବାକୁ ୨ ମିନିଟ୍‌ ଅପେକ୍ଷା କରିବା ପରେ ସିବିଆଇ ଟିମ୍‌ କାନ୍ଥ ଡେଇଁ ତାଙ୍କ ଘରେ ପଶିଥିଲେ। ଏହାପରେ ଇଡି ଟିମ୍ ଏବଂ ୨୦ ଜଣିଆ ଦିଲ୍ଲୀ ପୁଲିସ୍‌ ଟିମ୍‌  ମଧ୍ୟ ପହଞ୍ଚିଥିଲେ। ୩ଟି ସିବିଆଇ ଟିମ୍‌ ଘର ଭିତରେ ହିଁ ଚିଦାମ୍ବରମ୍‌ଙ୍କୁ ପଚରାଉଚରା କରିବା ପରେ ତାଙ୍କୁ ନିଜ ହେପାଜତକୁ ନେଇଥିବା ଜଣାପଡ଼ିଛି।

ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ, ‘ମୋତେ ଯଦି ଜୀବନ ଓ ସ୍ୱାଧୀନତା ମଧ୍ୟରୁ ଗୋଟିଏ ଚୟନ କରିବାକୁ ପଡ଼େ, ତା’ହେଲେ ମୁଁ ସ୍ୱାଧୀନତା   ହିଁ ବାଛିବି। ଆପଣମାନଙ୍କୁ ମୁଁ କହିବାକୁ ଚାହେଁ, କେହି କୁଆଡ଼େ ପଳାଇ ଯାଉ ନାହାନ୍ତି। ମୁଁ ଆଇନ୍‌ ଏବଂ ନ୍ୟାୟିକ ପ୍ରକ୍ରିୟାରେ ସାମିଲ ହେବାକୁ ଡରୁନାହିଁ। ମୁଁ ଗତକାଲି ରାତି ଏବଂ ଆଜି ଦିନ ତମାମ ମୋ ଓକିଲମାନଙ୍କ ସହ ମିଶି ମୋ ପକ୍ଷର ପ୍ରସ୍ତୁତି କରୁଥିଲି।

ପଢନ୍ତୁ: ତିନିଦିନିଆ ଭାରତ ଗସ୍ତରେ ଜାମ୍ବିଆ ରାଷ୍ଟ୍ରପତି ଏଡ଼ଗର ଲୁଙ୍ଗୁ

Related posts

ମୁଖ୍ୟମନ୍ତ୍ରୀ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଲା ବିଜେପି

Ratnamani Moharana

Senior IAS officer Rajiv Gauba Took Charge As The New Union Home Secretary

ENO Beuro

ସଂପର୍କ ଯୋଡ଼ୁଛି ‘ଫନି’: ବଦଳୁଛି ରାଜନୀତି ପାଣିପାଗ

Ratnamani Moharana

1 comment

ସେପ୍ଟେମ୍ବର ୧ରୁ ତମାଖୁ ପ୍ୟାକେଟ୍‌ରେ ନୂଆ ଚେତାବନୀ ଚିତ୍ର August 22, 2019 at 11:54 am

[…] ଗିରଫ ହେଲେ ପି.ଚିଦାମ୍ବରମ୍ […]

Leave a Comment