News

ଇଡିରେ ହାଜର ହେଲେ ପି.ଚିଦାମ୍ବରମ

p

ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ ବୁଧବାର ଇଡିରେ ହାଜର ହୋଇଛନ୍ତି। ୩୫୦୦ କୋଟି ଟଙ୍କାର ଏୟାସେଲ-ମ୍ୟାକ୍ସିସ କାରବାର ଏବଂ ୩୦୫ କୋଟି ଟଙ୍କାର ଆଇଏନଏକ୍ସ ମିଡିଆ ମାମଲା ଯୋଗୁଁ ଏହି ବରିଷ୍ଠ କଂଗ୍ରେସ ନେତାଙ୍କର ଭୂମିକା ତଦନ୍ତକାରୀ ଏଜେନ୍ସିଙ୍କ ନଜରକୁ ଆସିଥିଲା।

p

ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତିକଙ୍କ ନାମରେ ଅର୍ଥ ହେରଫେରର ଅଭିଯୋଗ ରହିଛି । ଉଭୟଙ୍କ ବିରୋଧରେ ପ୍ରମାଣଯୋଗ୍ୟ ତଥ୍ୟ ରହିଥିବା ଦାବି କରିଛି ଇଡି। ତତକାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ୱରେ ଚାଲିଥିବା ଉପା ସରକାରଙ୍କ ଅଧୀନରେ ପି ଚିଦାମ୍ବରମ୍ ଅର୍ଥମନ୍ତ୍ରୀ ଥିବା ସମୟରେ ୨୦୦୭ ମସିହାରେ ଅଭିଯୋଗ ହୋଇଥିବା ଅନିୟମିତତା ହୋଇଥିଲା

ଉଲ୍ଲେଖଯୋଗ୍ୟ, ପିଟର ମୁଖାର୍ଜୀ ଓ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଦ୍ୱାରା ପ୍ରସାରିତ ସଂସ୍ଥା ଆଇଏନଏକ୍ସ ମିଡିଆକୁ ଫରେନ ଇନଭେଷ୍ଟମେଣ୍ଟ ପ୍ରମୋସନ ବୋର୍ଡ କ୍ଲିଅରାନ୍ସ ଦେଇଥିବା ମାମଲାରେ ଉଭୟ ବାପା ଓ ପୁଅ ସିବିଆଇ ଏବଂ ଇଡିର ଜାଲରେ ରହିଛନ୍ତି।

ପଢନ୍ତୁ; ପ୍ରସ୍ତୁତ କରନ୍ତୁ ଲାଉ ଚଣା! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

Related posts

ହସ୍ପିଟାଲରେ ଭର୍ତ୍ତି ହେଲେ ଇନ୍ଦ୍ରାଣୀ ମୁଖାର୍ଜୀ

ENO Beuro

କାଠମାଣ୍ଡୁରେ ପଶୁପତିନାଥ ଧର୍ମଶାଳା ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ENO Beuro

Elephant Census Report – The Elephant Population In Odisha Has Increased

ENO Beuro

Leave a Comment