POLITICALS

ସିବିଆଇ ରିମାଣ୍ଡରେ ଚିଦାମ୍ବରମ : ୨୬ ପର୍ଯ୍ୟନ୍ତ ରିମାଣ୍ଡ ପାଇଁ କୋର୍ଟଙ୍କ ଅନୁମତି

Untitled 1

ବୁଧବାର ନିଜର ଦିଲ୍ଲୀ ବାସଭବନରୁ ଗିରଫ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କୁ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଜୋରଦାର ଝଟ୍‌କା ଲାଗିଛି। ସିବିଆଇ ତାଙ୍କୁ ୫ ଦିନ ପାଇଁ ଅର୍ଥାତ ଅଗଷ୍ଟ ୨୬ ତାରିଖ ସୋମବାର ଯାଏ ରିମାଣ୍ଡରେ ନେବାପାଇଁ କରିଥିବା ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି। ବିଚାରପତି ତାଙ୍କୁ ସିବିଆଇ ରିମାଣ୍ଡରେ ନେବା ବାବଦରେ କହିଥିଲେ, ସମସ୍ତ ପ୍ରମାଣ ଏବଂ ଯୁକ୍ତିକୁ ବିଚାରକୁ ନେଇ ତାଙ୍କ ରିମାଣ୍ଡ ଯଥାର୍ଥ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଏହି ରାୟ ପରେ ଚିଦାମ୍ବରମ୍‌ ନିଜେ କିଛି କହିନଥିଲେ ମଧ୍ୟ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌  ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୁଁ ମଧ୍ୟ ଏହି ପ୍ରକ୍ରିୟା ଦେଇ ଯାଇଛି, ଏମିତି ହେବ ବୋଲି ଆଗୁଆ ଜାଣିଥିଲି।

ଏହା ସହ କୋର୍ଟର ସର୍ତ୍ତନୁଯାଇ ଏହି ସମୟରେ ତାଙ୍କ ପରିବାର ଲୋକ ଏବଂ ଓକିଲ ୩୦ ମିନିଟ୍ ପାଇଁ ପ୍ରତିଦିନ ଭେଟିପାରିବେ ବୋଲି କୋର୍ଟ କହିଛନ୍ତି। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତି ୪୮ ଘଣ୍ଟାରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା  କରାଯିବ।ସୂଚନାଯୋଗ୍ୟ ଯେ, ଆସନ୍ତାକାଲି ସୁପ୍ରିମ୍‌କୋର୍ଟରେ ଚିଦାମ୍ବରମ୍‌ଙ୍କ ଅନ୍ତରୀଣ ସୁରକ୍ଷା ପାଇଁ ଶୁଣାଣି ହେବ। ଏହା ଜଷ୍ଟିସ୍‌ ଆର ବାନୁମତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁଣାଣି କରିବ ବୋଲି ସୂଚନା ମିଳିଛି।

ପଢନ୍ତୁ: ସ୍କୁଲ୍ ବାହାରେ ପ୍ଲାକାର୍ଡ ଧରି ମଧ୍ୟାହ୍ନ ଭୋଜନ ପାଇଁ ବିକ୍ଷୋଭ କରୁଛନ୍ତି କୁନି ପିଲା

Related posts

ବିଜେଡ଼ିକୁ ଓଡିଶାରୁ ଓପାଡି ଫିଙ୍ଗି ଦିଅ ବୋଲି କହିଲେ ଅମିତ ଶାହା

Ratnamani Moharana

କାଶ୍ମୀର ସ୍ଥିତି ଦେଖି ଭୟରେ ଜାତିସଙ୍ଘର ହସ୍ତକ୍ଷେପ ଲୋଡ଼ିଲେ ଇମରାନ ଖାନ୍

Ratnamani Moharana

ରାହୁଲଙ୍କ ଜ୍ୟାକେଟ୍‌କୁ ନେଇ ସମାଲୋଚନା

ENO Beuro