POLITICALS

ଯେଉଁ ସିବିଆଇ ଭବନକୁ ଉଦଘାଟନ କରିଥିଲେ ଆଜି ସେହି ମୁଖ୍ୟାଳୟକୁ ବନ୍ଧା ହୋଇଗଲେ

Untitled 1

ପୂର୍ବତନ କେନ୍ଦ୍ର ,ସ୍ବରାଷ୍ଟ୍ର ମନ୍ତ୍ରୀ ଓ  ପୂର୍ବତନ କେନ୍ଦ୍ର  ଅର୍ଥମନ୍ତ୍ରୀ  ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମଙ୍କୁ ଆଇଏନଏକ୍ସ ଦୁର୍ନୀତି ମାମଲାରେ ସିବିଆଇ ଗିରଫ କରିଛି । ସିବିଆଇ ବୁଧବାର ରାତିରେ ଦିଲ୍ଲୀର ଜୋରବାଗସ୍ଥିତ ତାଙ୍କର ସରକାରୀ ନିବାସରୁ ତାଙ୍କୁ ଗିରଫ କରିଛି । ମଜା କଥା ହେଉଛି କି ସିବିଆଇର ଯେଉଁ କାର୍ଯ୍ୟାଳୟରେ ପି.ଚିଦାମ୍ବରମଙ୍କୁ ଗିରଫ କରାଯାଇଛି ଏହାର ଉଦଘାଟନ ୟୁପିଏ ସରକାର ସମୟରେ ଗୃହମନ୍ତ୍ରୀ ଥିବା ପି ଚିଦାମ୍ବରମ୍ ହିଁ କରିଥିଲେ । ସିବିଆଇର ମୁଖ୍ୟାଳୟ  ଭବନ କଂଗ୍ରେସ ସରକାର ସମୟରେ ୨୦୧୧ ପ୍ରସ୍ତୁତ ହୋଇଥିଲା । ସେତେବେଳେ ଉଦଘାଟନର ମୁଖ୍ୟ ଅତିଥି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଥିଲେ । ଏହି କାର୍ଯ୍ୟକ୍ରମରେ ପି.ଚିଦାମ୍ବରମ୍ ବିଶେଷ ଅତିଥି ଭାବେ ନିମନ୍ତ୍ରିତ ହୋଇଥିଲେ । ବୁଧବାର ସିବିଆଇ ତାଙ୍କୁ ଅଭିଯୁକ୍ତ ରୁପେ ସେହି ମୁଖ୍ୟାଳୟକୁ ଆଣିଥିଲେ ।

ଗିରଫ ହେବା ପୂର୍ବରୁ ସେ କଂଗ୍ରେସ ମୁଖ୍ୟାଳୟରେ ଗଣମାଧ୍ୟମକୁ ସମ୍ବୋଧିତ କରିବା ପରେ ନିଜ ଆବାସରେ ପହଁଚିଥିଲେ । ପରେ ଇଡିର ଏକ ଟିମ୍ ମଧ୍ୟ ସେଠାରେ ପହଁଚି ଏକ ଘଣ୍ଟା ପରେ ଚିଦାମ୍ବରମ୍ ଙ୍କୁ ଗିରଫ କରି ଲୋଦି ରୋଡ୍ ସିଜିଓ କମ୍ପଲେକ୍ସ ସ୍ଥିତ ସିବିଆଇ ମୁଖ୍ୟାଳୟ ନେଇଯାଇଥିଲେ ।

ପଢନ୍ତୁ: ସେପ୍ଟେମ୍ବର ୧ରୁ ତମାଖୁ ପ୍ୟାକେଟ୍‌ରେ ନୂଆ ଚେତାବନୀ ଚିତ୍ର

Related posts

ଉପ ନିର୍ବାଚନ : କଂଗ୍ରେସ ପୋଛିନେଲା ୩ଟି ଯାକ ଆସନ , ସଫା ହେଲା ବିଜେପି

ENO Beuro

ଏଥର କ୍ୟାବିନେଟ୍‌ରୁ ବାଦ୍‌ ପଡ଼ିବେ ଅରୁଣ୍‌ ଜେଟ୍‌ଲି

Ratnamani Moharana

ପଦ୍ମ ଧରିଲେ ସିମୁଳିଅାର ପୂର୍ବତନ କଂଗ୍ରେସ ବିଧାୟକ ପଦ୍ମଲୋଚନ ପଣ୍ଡା

ENO Beuro