ପୁଣି ଛୋଟ ପରଦାକୁ ଏକାଠି ଫେରିବେ ସୁଶାନ୍ତ ଓ ଅଙ୍କିତା

sushant

ପୁଣି ଏକାଠି ଫେରିବେ ସୁଶାନ୍ତ ସିଂହ ରାଜପୁତ ଓ ଅଙ୍କିତା ଲୋଖଣ୍ଡେ। ଏକଦା ଏହି ଯୋଡ଼ି ଖୁବ୍‌ ଲୋକପ୍ରିୟ ହୋଇଥିଲା। ‘ପବିତ୍ର ରିସ୍ତା’ ଧାରାବାହିକ ଜରିଆରେ ଏହିଯୋଡି ବହୁତ ଲୋକପ୍ରିୟ ହୋଇଯାଇଥିଲେ। ଏବେ ଶୁଣିବାକୁ ମିଳୁଛି ‘ପବିତ୍ର ରିସ୍ତା’ ଧାରାବାହିକକୁ ପୁଣି ଟେଲିଭିଜନ୍ ପରଦାରେ ଦେଖିବାକୁ ମିଳିବ। ଆଉ ଏହା ସହିତ ସୁଶାନ୍ତ ଓ ଅଙ୍କିତା ବି ଫେରିବେ।

sushant

ମିଳିଥିବା ସୂଚନା ଅନୁଯାୟୀ ,ଜିଟିଭି ନିଜର ଦୁଇଟି ଶୋ’କୁ ପୁଣି ପ୍ରସାରଣ କରିବ। ଏ ଦୁଇଟି ହେଲା- ‘ଯୋଦ୍ଧା ଆକ୍‌ବର୍‌’ ଓ ‘ପବିତ୍ର ରିସ୍ତା’। ଜିଟିଭି ପକ୍ଷରୁ ଇନ୍‌ଷ୍ଟାଗାମ୍‌ ଜରିଆରେ ଏହି ବିଷୟରେ ସୂଚନା ଦିଆଯାଇଛି। ଏଥିରେ ଲେଖାଯାଇଛି,“ଦର୍ଶକଙ୍କ ଦାବିକୁ ଦୃଷ୍ଟିରେ ରଖି ଲୋକପ୍ରିୟ ଶୋ’ ‘ପବିତ୍ର ରିସ୍ତା’ ଓ ‘ଯୋଦ୍ଧା ଆକ୍‌ବର’କୁ ପୁଣି ପ୍ରସାରଣ କରାଯିବ। ସେପ୍ଟେମ୍ବର ୩ ତାରିଖରୁ ସୋମବାରରୁ ଶୁକ୍ରବାର ଅପରାହ୍ନ ୪ଟାରେ ‘ପବିତ୍ର ରିସ୍ତା’ ଓ ୫ ଟାରେ ‘ଯୋଦ୍ଧା ଆକ୍‌ବର’ ପ୍ରସାରିତ ହେବ।”

ସୂଚନାଯୋଗ୍ୟ, ୨୦୦୯ରେ ‘ପବିତ୍ର ରିସ୍ତା’ ଆରମ୍ଭ ହୋଇଥିଲା ଓ ଏହା ୫ ବର୍ଷ ଧରି ଚାଲିଥିଲା।

ପଢନ୍ତୁ; ଅକ୍ଟୋବର ୨ରେ ମୁକୁଳିବେ ବୟସ୍କ ବନ୍ଦୀ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More