News

ପଦ୍ମଶ୍ରୀ ପ୍ରକାଶ ରାଓଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Untitled 1

ପଦ୍ମଶ୍ରୀ ଡି.ପ୍ରକାଶ ରାଓ ଅସୁସ୍ଥ

ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ଡି. ପ୍ରକାଶ ରାଓ  ଅସୁସ୍ଥ । ଅସୁସ୍ଥତା ଯୋଗୁଁ ତାଙ୍କୁ କଟକ ବଡ ମେଡିକାଲ ଆଇସିୟୁରେ ଭର୍ତ୍ତି କରାଯାଛନ୍ତି । ପ୍ରକାଶ ରାଓ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଅନୁଗୁଳକୁ ଯାଇଥିବା ସମୟରେ ସେଠାରେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ । ସେଠାରୁ ତାଙ୍କୁ ଏସସିବି ଡାକ୍ତରଖାନାକୁ ଅଣାଯାଇ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଏସସିବି ଆଶୁଚିକିତ୍ସା କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ସମୟରେ ସିଟି ସ୍କାନ୍‌ ଆଦି ପରୀକ୍ଷା ନିରୀକ୍ଷାରୁ ପ୍ରକାଶ ରାଓଙ୍କର ମସ୍ତିଷ୍କ ଆଘାତ (ବ୍ରେନ୍‌ ଷ୍ଟ୍ରୋକ୍‌) ହୋଇଥିବା ଜଣାପଡିଛି । ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ପ୍ରକାଶ ରାଓଙ୍କୁ ସମସ୍ତ ଚିକିତ୍ସା ଖର୍ଚ୍ଚ ମାଗଣାରେ ଦେବାକୁ ଘୋଷଣା କରିଛନ୍ତି ନବୀନ । ଏହାସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସୂଚନାଯୋଗ୍ୟ, କଟକ ବକ୍ସିବଜାର ଅଞ୍ଚଳରେ ରହୁଥିବା ଡି. ପ୍ରକାଶ ରାଓଙ୍କର ସମାଜସେବା କ୍ଷେତ୍ରରେ ବହୁ ଖ୍ୟାତି ରହିଛି । ସ୍ଥାନୀୟ ଅଞ୍ଚଳରେ ତାଙ୍କର ଏକ ଚା’ ଦୋକାନ ରହିଛି । ଚା’ ବିକ୍ରି କରି ପ୍ରକାଶ ରାଓ ନିଜ ଘରେ ଏକ ଶିକ୍ଷାନୁଷ୍ଠାନ ଖୋଲି ବସ୍ତିବାସିନ୍ଦାଙ୍କ ଗରିବ ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ କରୁଛନ୍ତି । ତେବେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗତ ମାର୍ଚ୍ଚ ମାସରେ ପ୍ରକାଶ ରାଓଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ପୁରସ୍କାର  ପ୍ରଦାନ କରିଥିଲେ ।
ପଢନ୍ତୁ: ଆଳୁକୁ ନେଇ ବିଧାନସଭାରେ ମୁହାଁମୁହିଁ ହେଲେ ପ୍ରଦୀପ ମହାରଥୀ ଓ ନିରଞ୍ଜନ ପୂଜାରୀ

Related posts

ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଲା ଦେଶର ପ୍ରଥମ ଜୈବ ଇନ୍ଧନ ଚାଳିତ ବିମାନ

ENO Beuro

ପରଲୋକରେ ଭାଷାବିତ୍ ଡ.ଧନେଶ୍ୱର ମହାପାତ୍ର

ENO Beuro

ଅନ୍ତିମ ଯାତ୍ରାରେ ଅଟଳ,ଦିଲ୍ଲୀସ୍ଥିତ ବାସଭବନରୁ ବାହାରିଲା ବାଜପେୟୀଙ୍କ ପାର୍ଥିବ ଶରୀର

ENO Beuro

1 comment

Leave a Comment