Entertainment

ପଦ୍ମାବତ୍‌ର ମୁକ୍ତିଲାଭକୁ ନେଇ ବିରୋଧ ଏବଂ ହିଂସା

ସଞ୍ଜୟ ଲୀଲା ଭଁଶାଲୀଙ୍କ ଚଳଚ୍ଚିତ୍ର ‘ପଦ୍ମାବତ୍‌’ର ମୁକ୍ତିଲାଭକୁ ନେଇ ଜାରି ରହିଥିବା ବିରୋଧ ଏବେ ହିଂସାର ରୂପ ନେଇଛି । ପଦ୍ମାବତୀ ନାଁ ପରିବର୍ତ୍ତନ ହୋଇ ପଦ୍ମାବତ୍ ହେଲା, ଅନେକ ସିନ୍ କାଟ୍ ହେଲା । ହେଲେ ଥମୁନାହିଁ ଏହି ଚିଳଚ୍ଚିତ୍ରକୁ ନେଇ ବିବାଦ । ସୁପ୍ରିମକୋର୍ଟ ଏହି ଚଳଚ୍ଚିତ୍ରର ମୁକ୍ତିଲାଭକୁ ସବୁଜ ସଂକେତ ଦେବା ପରେ ଏହି ଚଳଚିତ୍ରଟି ଜାନୁଆରୀ ୨୫ରେ ଏହା ଦେଶ ବ୍ୟାପୀ ମୁକ୍ତିଲାଭ କରିବାର ଅଛି । ହେଲେ ଏହା ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ପଦ୍ମାବତର ମୁକ୍ତିଲାଭକୁ ବିରୋଧ କରି ହିଂସାତ୍ମକ ବିରୋଧ ପ୍ରଦର୍ଶନ କରାଯାଉଛି ।

ମଙ୍ଗଳବାର ଗୁଜରାଟର କେତେକ ସିନେମା ହଲ ଓ ମଲ୍‌କୁ ଟାର୍ଗେଟ କରାଯାଇଛି । ବିରୋଧ ପ୍ରଦର୍ଶନକାରୀମାନେ କେତେକ ସିନେମା ମଲ୍‌ରେ ପଶି ଭଙ୍ଗାରୁଜୁା କରିଥିବାବେଳେ ୩ଟି ମଲ୍‌କୁ ଜାଳି ଦେଇଛନ୍ତି । ପ୍ରଦର୍ଶନକାରୀମାନେ ଭଙ୍ଗାରୁଜା କରିବା ସହ ମଲ୍‌ ବାହାରେ ଥିବା ଗାଡ଼ିରେ ବି ନିଅାଁ ଲଗାଇ ଦେଇଥିଲେ । ହିଂସାକାଣ୍ଡ ବଢୁଥିବାରୁ ବିଭିନ୍ନ ସ୍ଥାନରେ ପୁଲିସ୍‌ ମୁତୟନ କରାଯାଇଥିଲା । ଏପରିକି କେତେକ ସ୍ଥାନରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍‌କୁ ଫାଙ୍କା ଗୁଳି ଚାଳନା କରିବାକୁ ପଡ଼ିଥିଲା । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି । ପ୍ରକାଶ ଯେ ପଦ୍ମାବତ୍‌ର ମୁକ୍ତିଲାଭକୁ ବିରୋଧକରି ରାଜସ୍ଥାନ ଓ ମଧ୍ୟପ୍ରଦେଶ ସରକାର ଦାୟର କରିଥିବା ପିଟିସନକୁ ମଙ୍ଗଳବାର ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି ।

ଚଳଚ୍ଚିତ୍ରଟି ଗତବର୍ଷ ଡିସେମ୍ବର ପହିଲାରେ ମୁକ୍ତିଲାଭ କରିବାକୁ ସ୍ଥିର ହୋଇଥିଲା । ମାତ୍ର ଏହା ଐତିହାସିକ ଭାବନା କ୍ଷୁର୍ଣ୍ଣ କରୁଛି ବୋଲି ଦାବି କରି ଅନେକ ବିରୋଧ ପ୍ରଦର୍ଶନ କରିବା ପରେ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଏହାର ରିଲିଜ ତାରିଖ ଘୁଞ୍ଚାଇ ଦିଆଯାଇଥିଲା । ରଣବୀର ସିଂହ, ଦୀପିକା ପାଦୁକୋନ ଏବଂ ସାହିଦ କପୁର ଅଭିନୟ କରି ଥିଲା ବେଳେ ଆସନ୍ତାକାଲି ଫିଲ୍ମ ‘ପଦ୍ମାବତ’ ସାରା ଦେଶରେ ରିଲିଜ୍ ହେବ ।

ପଢନ୍ତୁ ;

ଗୋଖାଦ୍ୟ ଦୁର୍ନୀତି ମାମଲା, ତୃତୀୟ ମାମଲାରେ ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ

Related posts

ଜିନା ସାମଲଙ୍କ ସ୍ଵୟଂବରକୁ ନେଇ ତରଙ୍ଗ ଟିଭିରେ ନୂଆ ରିଆଲିଟି ସୋ “ଜିନାର ଜୀବନସାଥୀ”

ENO Beuro

ଗର୍ଲଫ୍ରେଣ୍ଡଙ୍କ ସାନଭଉଣୀଙ୍କ ସହ ନଜର ଆସିବେ ସୁଶାନ୍ତ ସିଂହ ରାଜ୍‌ପୁତ୍‌

ENO Beuro

ରିଲିଜ ହେଲା ସଂଜୟ ଦତ୍ତଙ୍କ ବାୟୋପିକ ‘ସଞ୍ଜୁ’ର ଟିଜର!

ENO Beuro

Leave a Comment