POLITICALS

ପଦ୍ମ ଧରିଲେ ସିମୁଳିଅାର ପୂର୍ବତନ କଂଗ୍ରେସ ବିଧାୟକ ପଦ୍ମଲୋଚନ ପଣ୍ଡା

padma

୩୫ ବର୍ଷ ପରେ କଂଗ୍ରେସ ଛାଡ଼ିଲେ ପଦ୍ମଲୋଚନ

ଉପକୂଳ ଗଡ଼ରେ ବିଜେପିର ଆଖି । ବାଲେଶ୍ୱରରେ କଂଗ୍ରେସ ମଙ୍ଗ ଧରୁଥିବା ନେତାଙ୍କୁ ନିଜ ଆଡ଼କୁ ନେଉଛି ବିଜେପି ।ସିମୁଳିଅାର ପୂର୍ବତନ କଂଗ୍ରେସ ବିଧାୟକ ପଦ୍ମଲୋଚନ ପଣ୍ଡା। ଖଇରା ବ୍ଲକ୍‌ ପତରାହପୁର ମେଳନ ପଡ଼ିଆରେ ଅନୁଷ୍ଠିତ ବିଜେପିର ମିଳନ ପର୍ବରେ ନିଜ ନିର୍ବାଚନ ମଣ୍ଡଳୀର ବହୁ କଂଗ୍ରେସ କର୍ମୀଙ୍କ ସହ ସେ ବିଜେପିରେ ଯୋଗ ଦେଇଛନ୍ତି।

padma

୧୯୮୫, ୧୯୯୫ ଓ ୨୦୦୪ରେ ସେ ସିମୁଳିଆର ବିଧାୟକ ଥିଲେ । ତେବେ ଦୀର୍ଘଦିନ ଧରି ସେ କଂଗ୍ରେସରେ ଆଉ ସକ୍ରିୟ ନଥିଲେ । ବିଶେଷକରି ପିିସିସି ଉପସଭାପତି ଅନନ୍ତ ସେଠୀଙ୍କ ସହ ତାଙ୍କର ସୁସମ୍ପର୍କ ନଥିବାରୁ ସେ କଂଗ୍ରେସ ପ୍ରତି ବୀତସ୍ପୃହ ହୋଇ ପଡ଼ିଥିଲେ । ପଦ୍ମଲୋଚନ ବିଜେପିରେ ଯୋଗଦେବା ପରେ ସିମୁଳିଆ ବିଜେପି ରାଜନୀତି ଉଷ୍ମ ହୋଇପଡ଼ିଛି ।

ସୂଚନାଯୋଗ୍ୟ,୨୦୧୯ ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ଶକ୍ତି ଜୁଟାଇବା ସହ ମିଶନ୍ ୧୨୦ ଲକ୍ଷ୍ୟରେ ବିଜେପି । ଶାସକ ଏବଂ କଂଗ୍ରେସ ଦଳକୁ କଡ଼ା ଟକ୍କର ଦେବା ପାଇଁ ଉପକୂଳ ଗଡ଼ ଉପରେ ଧିରେ ଧିରେ ଶକ୍ତି ବିସ୍ତାର କରୁଛି ବିଜେପି ।

ପଢନ୍ତୁ;ଚନ୍ଦାପଣ ପାଇଁ ଚିନ୍ତିତ କି ? ଏହି ସମସ୍ୟାରୁ ମୁକ୍ତି ପାଇଁ ଖାଆନ୍ତୁ ଏହିସବୁ ଖାଦ୍ୟ

Related posts

ବାଚସ୍ପତିଙ୍କୁ ଚିଠି ଲେଖିଲେ ଭର୍ତ୍ତୃହରି ” ବୈଜୟନ୍ତଙ୍କୁ ହଟାଅ “

ENO Beuro

ଶପଥ ଗ୍ରହଣରେ ମୋଦିଙ୍କୁ ନିମନ୍ତ୍ରଣ କରିପାରନ୍ତି ଇମ୍ରାନ

ENO Beuro

କଂଗ୍ରେସର ବରିଷ୍ଠ ନେତା ଗୁରୁଦାସ କାମତଙ୍କ ପରଲୋକ

ENO Beuro

Leave a Comment