ବକ୍ସ ଅଫିସ : ପଦ୍ମାବତ୍‌ ଆୟ ୧୦୦କୋଟି ଟପିଲା

ସାମ୍ନାକୁ ଆସିଲା ‘ପଦ୍ମାବତ’ର  ଆୟ

ଚଳିତ ବର୍ଷ ବଲିଉଡର ସବୁଠୁ ବଡ ବିବାଦୀୟ ଫିଲ୍ମ ପଦ୍ମାବତ ଜାନୁଆରୀ ୨୫ରେ ରିଲିଜ୍ ହୋଇଛି। ଏହା ମଧ୍ୟରେ ଫିଲ୍ମର ତିନିଦିନର ଆୟ ତଥ୍ୟ ସାମ୍ନାକୁ ଆସିଛି। ଅଧା ଦିନର ବ୍ୟବସାୟ ଅର୍ଥାତ ବୁଧବାର ରାତିରେ ହୋଇଥିବା ପେଡ ସୋରେ ଏହି ଫିଲ୍ମ ପ୍ରାୟ ୫ କୋଟି ଟଙ୍କାର ବ୍ୟବସାୟ କରିଛି।

ପ୍ରଥମ ୩ଦିନରେ ଏହି ଚଳଚ୍ଚିତ୍ର ୮୩କୋଟି ଟଙ୍କା ଆୟ କରିଥିଲା । ଜାନୁଆରୀ ୨୬ରେ ସର୍ବାଧିକ ୩୨କୋଟି ଟଙ୍କା ଆୟ ହୋଇଥିଲାବେଳେ ଜାନୁଆରୀ ୨୫ରେ ୧୯କୋଟି, ଜାନୁଆରୀ ୨୭ରେ ୨୭କୋଟି ଓ ଜାନୁଆରୀ ୨୪ରେ ପ୍ରିଭୁ୍ୟ ବାବଦରେ ୫କୋଟି ଆୟ ହୋଇଥିଲା ।

ଏମିତିରେ ଏହି ଫିଲ୍ମ ପୁରା ଦେଶରେ ରିଲିଜ୍ ହେବାର ଥିଲା। ମାତ୍ର ବିରୋଧ କାରଣରୁ ଏହା କିଛି ରାଜ୍ୟରେ ରିଲିଜ୍ ହୋଇ ପାରିନାହିଁ। ଯେଉଁଠି ଏହି ଫିଲ୍ମ ରିଲିଜ୍ ହୋଇନାହିଁ ସେହି ସବୁ ବଡ଼ ରାଜ୍ୟ ହିଁ ରହିଛି। ତେଣୁ ଏହାର ବ୍ୟବସାୟରେ ନିଶ୍ଚିତ ପ୍ରଭାବ ପଡ଼ିବ। ଇନ୍ଦୋର, ଭୋପାଳ, ଅହମ୍ମଦାବାଦ, ବରୋଦା, ଜୟପୁର ପରି ବଡ଼ ସହରରେ ଏହି ଫିଲ୍ମ ଗାଏବ ରହିଛି। କର୍ଣ୍ଣାଟକରେ ବନ୍ଦ କାରଣରୁ ଏହି ଫିଲ୍ମ ଗୁରୁବାର ସନ୍ଧ୍ୟାରେ ରିଲିଜ୍ ହୋଇଥିଲା ।

ଏହି ଫିଲ୍ମ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ପ୍ରାୟ ୬ ରୁ ୭ ହଜାର ସ୍କ୍ରିନରେ ରିଲିଜ୍ ହେବାର ଥିଲା। ମାତ୍ର ଗୁରୁବାର ଏହା ୪୦୦୦ ସ୍କ୍ରିନରେ ରିଲିଜ୍ ହୋଇଛି।

ପଢନ୍ତୁ ;

ଏମଆରଆଇ ମେସିନରେ ଫସିବାରୁ ଯୁବକଙ୍କ ଦୁଃଖଦ ମୃତ୍ୟୁ

ପ୍ରଥମ ୩ଦିନରେ ଏହି ଚଳଚ୍ଚିତ୍ର ୮୩କୋଟି ଟଙ୍କା ଆୟ କରିଥିଲା - 4.5

89%

ଜାନୁଆରୀ ୨୭ରେ ୨୭କୋଟି ଓ ଜାନୁଆରୀ ୨୪ରେ ପ୍ରିଭୁ୍ୟ ବାବଦରେ ୫କୋଟି ଆୟ ହୋଇଥିଲା - 4

80%
4.2/5

Very Good!

ବକ୍ସ ଅଫିସ : ପଦ୍ମାବତ୍‌ ଆୟ ୧୦୦କୋଟି ଟପିଲା

ଚଳିତ ବର୍ଷ ବଲିଉଡର ସବୁଠୁ ବଡ ବିବାଦୀୟ ଫିଲ୍ମ ପଦ୍ମାବତ ଜାନୁଆରୀ ୨୫ରେ ରିଲିଜ୍ ହୋଇଛି। ଏହା ମଧ୍ୟରେ ଫିଲ୍ମର ତିନିଦିନର ବ୍ୟବସାୟ ତଥ୍ୟ ସାମ୍ନାକୁ ଆସିଛି। ଅଧା ଦିନର ବ୍ୟବସାୟ ଅର୍ଥାତ ବୁଧବାର ରାତିରେ ହୋଇଥିବା ପେଡ ସୋରେ ଏହି ଫିଲ୍ମ ପ୍ରାୟ ୫ କୋଟି ଟଙ୍କାର ବ୍ୟବସାୟ କରିଛି।

No Votes Yet

You're not rated yet