Entertainment

‘ପଦ୍ମାବତ’ ରିଲିଜ୍‌କୁ ନେଇ ଆଜି ୪ଟି ରାଜ୍ୟରେ ବ୍ୟାପକ ହିଂସା ଓ ପୋଡ଼ାଜଳା

ବହୁଚର୍ଚ୍ଚିତ ଚଳଚ୍ଚିତ୍ର ‘ପଦ୍ମାବତ’କୁ ନେଇ ଆଜି ୪ଟି ରାଜ୍ୟରେ ବ୍ୟାପକ ହିଂସା ଓ ପୋଡ଼ାଜଳା ଦେଖିବାକୁ ମିଳିଛି। ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ଚଳଚ୍ଚିତ୍ର ଆଜି ରିଲିଜ୍‌ ହେଉଥିବା ବେଳେ ଏହାକୁ ନେଇ ଏଭଳି ହିଂସ୍ର ପ୍ରତିବାଦ ପୁଲିସ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି  । ଫିଲ୍ମ ମୁକ୍ତିଲାଭର ଅବ୍ୟବହିତ ପୂର୍ବରୁ ଆଜି ରାଜପୁତ କର୍ଣ୍ଣିସେନାର ସଦସ୍ୟମାନେ ରାଜସ୍ଥାନ, ଗୁଜରାଟ, ହରିୟାଣା ଏବଂ ଉତ୍ତର ପ୍ରଦେଶରେ ଆତଙ୍କରାଜ ସୃଷ୍ଟି କରିଛନ୍ତି। ଏହି ରାଜ୍ୟମାନଙ୍କରେ ୫୦ରୁ ଅଧିକ ସ୍ଥାନରେ ହିଂସାକାଣ୍ଡ ଓ ପୋଡ଼ାଜଳା ହୋଇଛି ଏବଂ କର୍ଣ୍ଣିସେନାର ଶତାଧିକ ସମର୍ଥକଙ୍କୁ ପୁଲିସ ଅଟକ ରଖିଛି ।

ଆନ୍ଦୋଳନ ହିଂସାତ୍ମକ ମୋଡ଼ ନେବାପରେ ବିଭିନ୍ନ ସ୍ଥାନରେ ପୁଲିସକୁ ଲାଠିମାଡ଼ କରିବାକୁ ପଡ଼ିଛି। କର୍ଣ୍ଣିସେନା ସମର୍ଥକମାନେ ଶତାଧିକ ଗାଡ଼ିରେ ନିଆଁ ଲଗାଇ ଦେଇଥିବା ବେଳେ ସାଧାରଣ ଜନତାଙ୍କୁ ମଧ୍ୟ ଅନେକ ସ୍ଥାନରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି। ଆଜି ୫୦ରୁ ଅଧିକ ସିନେମା ହଲ୍‌ରେ ଭଙ୍ଗାରୁଜା ହୋଇଥିବାରୁ ହଲ୍‌ ମାଲିକମାନେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି ବୋଲି ଜଣାପଡିଛି । ଆଜି କର୍ଣ୍ଣିସେନା ଦେଶବ୍ୟାପୀ ବିଭିନ୍ନ ସାମାଜିକ ସଂଗଠନକୁ ପ୍ରତିବାଦ କାର୍ଯ୍ୟକ୍ରମରେ ସାମିଲ ହେବାକୁ କହିଛି ଏବଂ କୌଣସି ସ୍ଥାନରେ ବି ଚଳଚ୍ଚିତ୍ରର ମୁକ୍ତିଲାଭ କରାଇ ନଦେବାକୁ ଧମକ ଦେଇଛି ।

ରାଜସ୍ଥାନରେ ବିତରକମାନେ ପଦ୍ମାବତ ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ଭୟରେ ମନା କରିଛନ୍ତି । ହରିୟାଣା ଏବଂ ଗୁଜରାଟରେ ମଧ୍ୟ ଚଳଚ୍ଚିତ୍ର ବିତରକ ସଂସ୍ଥାମାନେ ପଦ୍ମାବତକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି। ଶତାଧିକ ସିନେମା ହଲ୍‌ ମାଲିକ ପଦ୍ମାବତୀ ପ୍ରଦର୍ଶନ କରିବେ ନାହିଁ ବୋଲି ଆଗୁଆ ଜଣାଇ ଦେଇଛନ୍ତି। ଦିଲ୍ଲୀ-ଜୟପୁର ରାଜପଥରେ ଆଜି କର୍ଣ୍ଣିସନୋର ଅବରୋଧ ଯୋଗୁଁ ଅଣାୟତ୍ତ ସ୍ଥିତି ସୃଷ୍ଟି ହୋଇଥିଲା।

ଉତ୍ତର ପ୍ରଦେଶରେ ମଧ୍ୟ ପ୍ରତିବାଦ ଜୋର୍‌ଦାର ହୋଇଛି। ଲକ୍ଷ୍ନୌରେ କର୍ଣ୍ଣିସେନା ବିଭିନ୍ନ ସିନେମା  ହଲକୁ ଯାଇ ପଦ୍ମାବତ ନ ଦେଖାଇବାକୁ ଧମକ ଦେଇଛନ୍ତି। ମୁଜାଫରନଗର ଏବଂ କାନପୁରରେ ୬ଟି ସ୍ଥାନରେ କର୍ଣ୍ଣିସେନା ସମର୍ଥକମାନେ ହିଂସା ଭିଆଇଛନ୍ତି। କର୍ଣ୍ଣିସେନା ମୁଖ୍ୟ ଲୋକେନ୍ଦ୍ର ସିଂହ କଲଭି କହିଛନ୍ତି ଯେ କୌଣସି ସ୍ଥିତିରେ ବି ଏହି ଚଳଚ୍ଚିତ୍ରକୁ ମୁକ୍ତିଲାଭ ହେବାକୁ ଦିଆଯିବ ନାହିଁ। ଅହମଦାବାଦରେ ଉଗ୍ର ପ୍ରଦର୍ଶନକାରୀମାନେ ୪୦ରୁ ଅଧିକ ବାଇକ୍‌ ଓ ଅନେକ ଟ୍ରକ୍‌ରେ ନିଆଁ ଲଗାଇ ଦେଇଥିବା ବେଳେ ବିଭିନ୍ନ ଯାତ୍ରୀବାହୀ ବସ୍‌ ଉପରେ ଆକ୍ରମଣ କରିଛନ୍ତି।

ଫିଲ୍ମଟିର ରିଲିଜ୍‌ ବନ୍ଦ କରିବା ପାଇଁ କୌଣସି ରାଜ୍ୟର ଅଧିକାର ନାହିଁ ଏବଂ ଆଇନଶୃଙ୍ଖଳା ରକ୍ଷା ଦାୟିତ୍ୱ ସଂପୃକ୍ତ ରାଜ୍ୟ ସରକାରମାନଙ୍କର ବୋଲି ଗତକାଲି ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରିଥିଲେ ମଧ୍ୟ ମାମଲା ଅନିୟନ୍ତ୍ରିତ ହୋଇପଡ଼ିଛି। ହିଂସା ବ୍ୟାପକ ହେଉଥିବାରୁ ଏହି ଚଳଚ୍ଚିତ୍ରର ଭବିଷ୍ୟତ ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଲାଣି। ଗତ ୧୮ ତାରିଖରେ ସୁପ୍ରିମ୍‌କୋର୍ଟ ଦେଇଥିବା ରାୟର ପୁନର୍ବିଚାର କରିବାକୁ ସୋମବାର ରାଜସ୍ଥାନ ଓ ମଧ୍ୟପ୍ରଦେଶ ସରକାର କରିଥିବା ଆବେଦନକୁ ମଧ୍ୟ ଗତକାଲି ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଥିଲେ।

‘ପଦ୍ମାବତ’ ରିଲିଜ୍‌କୁ ନେଇ ଆଜି ୪ଟି ରାଜ୍ୟରେ ବ୍ୟାପକ ହିଂସା ଓ ପୋଡ଼ାଜଳା padmavati merge

ପଢନ୍ତୁ ;

ସାଂସଦ ବୈଜୟନ୍ତ ପଣ୍ଡାକୁ ବିଜୁ ଜନତା ଦଳରୁ ନିଲମ୍ବିତ କରାଗଲା

Related posts

ଏହି ଓଡିଆ ଫିଲ୍ମକୁ ମିଳିଛି ଆଉ ଏକ ଅପୂର୍ବ ସଫଳତା,ହଙ୍ଗେରିରେ ପ୍ରଦର୍ଶିତ ହେବ ‘କ୍ଷଣିକା ଦି ଲଷ୍ଟ୍‍ ଆଇଡିଆ”!

Krishna Kumar Manoj

ଏକାଠି ନଜର ଆସିବେ ଏହି ଯୋଡି ୧୫ ବର୍ଷ ପରେ

Krishna Kumar Manoj

ଦୀପିକା ପାଦୁକୋନଙ୍କ ବିବାହ ପ୍ରସ୍ତୁତି

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More