• Home
  • Entertainment
  • ଆସନ୍ତା ୨୫ତାରିଖରେ ପୁରା ଦେଶରେ ରିଲିଜ୍ ହେବ ପଦ୍ମାବତ୍ , ରିଲିଜ୍ କୁ ନେଇ ହୋଇଥିବା ସବୁ ଆବେଦନକୁ ଖାରଜ କରିଛନ୍ତି : ସୁପ୍ରିମକୋର୍ଟ
Entertainment

ଆସନ୍ତା ୨୫ତାରିଖରେ ପୁରା ଦେଶରେ ରିଲିଜ୍ ହେବ ପଦ୍ମାବତ୍ , ରିଲିଜ୍ କୁ ନେଇ ହୋଇଥିବା ସବୁ ଆବେଦନକୁ ଖାରଜ କରିଛନ୍ତି : ସୁପ୍ରିମକୋର୍ଟ

ସଂଜୟ ଲୀଳା ଭନଶାଳୀ ଙ୍କ ସିନେମା ପଦ୍ମାବତ୍ କୁ ନେଇ ସାରା ଦେଶରେ ସୃଷ୍ଟି ହୋଇଥିବା ବିବାଦ ଉପରେ ସୁପ୍ରିମକୋର୍ଟ  ନିଷ୍ପତ୍ତି ନେଇଛନ୍ତି । ଫିଲିମ୍ କୁ ବେଆଇନ ଘୋଷଣା ସମ୍ପର୍କିତ ସମସ୍ତ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ଯେ, ହିଂସାକୁ କେବେ ବି ବରଦାସ୍ତ କରାଯିବପାରିବ ନାହିଁ । ରାଜ୍ୟ ସରକାରଙ୍କୁ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ହେବ । ଏବେ ପୂରା ଦେଶରେ ୨୫ ତାରିଖ ଦିନ ପଦ୍ମାବତ୍ ର ରିଲିଜ୍ ପାଇଁ ସୁପ୍ରିମକୋର୍ଟ କହିଛନ୍ତି ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି କୁ ନେଇ କରଣି ସେନା ମୁଖ୍ୟ  ଲୋକେନ୍ଦ୍ର ସିଂହ କାଲ୍‌ଭି  ଜନତାଙ୍କ ଅଦଲତକୁ ଯାଇ ନିଜ କଥା ରଖିବେ ବୋଲି ସ୍ପଷ୍ଟ କରାଇଛନ୍ତି । ପୂର୍ବରୁ ସେ କହିଥିଲେ ଯେ  କୌଣସି ବି ପରିସ୍ଥିତିରେ ବି ସେ ଚଳଚ୍ଚିତ୍ରଟିକୁ ରିଲିଜ୍‌ ହେବାକୁ ଦେବେ ନାହିଁ। ମାତ୍ର ଏବେ ସେ ନିଜର ମତ ବଦଳାଇ ତାଙ୍କ ଦଳର ସଦସ୍ୟଙ୍କ ସହ ଚଳଚ୍ଚିତ୍ରଟିକୁ ଦେଖିବା ପରେ ନିଷ୍ପତ୍ତି ନେବେ ବୋଲି ପ୍ରକାଶ କରିଛନ୍ତି।

ସେ ଏ ସଂପର୍କରେ କହିଛନ୍ତି ଯେ, ‘ଆମେ ଚଳଚ୍ଚିତ୍ରଟିକୁ ଥରେ ଦେଖୁ ବୋଲି ଚଳଚ୍ଚିତ୍ର ନିର୍ମାତା ଏକ ଚିଠି ଦେଇଛନ୍ତି। ହୁଏତ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟଲୀଲା ଭଂସାଲୀ ଭାବୁଥିବେ ଆମେ ସବୁ କିଛି ଭୁଲିଯାଇଛୁ। ମାତ୍ର ଆମେ କେବଳ ତାଙ୍କ କଥାକୁ ସମ୍ମାନ ଦେଇ ଚଳଚ୍ଚିତ୍ର ଦେଖିବୁ। ଆମେ ଚଳଚ୍ଚିତ୍ର ଦେଖିବା ପାଇଁ ଏବେ ପ୍ରସ୍ତୁତ ଅଛୁ । ଦେଶର ସବୁ ସିନେମା ହଲ୍‌ରେ ଚଳଚ୍ଚିତ୍ରରି ଦୃଶ୍ୟମାନ ହେବ କି ନାହିଁ ସେ ନିଷ୍ପତ୍ତି କର୍ଣ୍ଣି ସେନାର। ସେନ୍‌ସର୍‌ ବୋର୍ଡ ନିକଟରେ ୬ ଜଣଙ୍କ ନାମ କହି ମାତ୍ର ୩ ଜଣଙ୍କୁ ଚଳଚ୍ଚିତ୍ରଟିକୁ ଦେଖାଇବା ପରେ ନିଷ୍ପତ୍ତି ଶୁଣାଇଥିଲେ। ଆମେ ଚାହୁଁଛୁ ଆମ କର୍ଣ୍ଣି ସେନା ସଦସ୍ୟଙ୍କ ବ୍ୟତୀତ କିଛି ସାମ୍ବାଦିକମାନଙ୍କ ସହ ମିଶି ସେହି ୬ ଜଣ ଯାକ ଚଳଚ୍ଚିତ୍ରଟିକୁ ଦେଖନ୍ତୁ। ଚଳଚ୍ଚିତ୍ର ଦେଖିବା ପରେ ଆମେ ଯାହା ନିଷ୍ପତ୍ତି ନେବୁ ତାହାକୁ ନିର୍ମାତା ମାନିବା ଉଚିତ।

ଆସନ୍ତା ୨୫ତାରିଖରେ ପୁରା ଦେଶରେ ରିଲିଜ୍ ହେବ ପଦ୍ମାବତ୍ , ରିଲିଜ୍ କୁ ନେଇ ହୋଇଥିବା ସବୁ ଆବେଦନକୁ ଖାରଜ କରିଛନ୍ତି : ସୁପ୍ରିମକୋର୍ଟ Padmavati 66

ପଢନ୍ତୁ ;

ଏପ୍ରିଲ ୭ରୁ ଆରମ୍ଭ ଆଇପିଏଲ ମ୍ୟାଚ୍

Related posts

ଆମିରଙ୍କ ‘ମହାଭାରତ’ରେ କିଏ ହେବେ ଦ୍ରୋପଦି ଜାଣନ୍ତୁ ?

ମାୟାରେ ବାୟା ହେଲେ ନାଇଜେରିଆ କଣ୍ଠଶିଳ୍ପୀ

Krishna Kumar Manoj

ପବିତ୍ର ଓଡିଆ ନବବର୍ଷ ଏବଂ ପଣାସଂକ୍ରାନ୍ତି ଉପଲକ୍ଷେ ରିଲିଜ ହୋଇଯାଇଛି ମା ସାରଳାଙ୍କ ଓଡିଆ ଭଜନ କ୍ୟାସେଟ୍

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More