Entertainment

ପଦ୍ମାବତୀ ବଦଳରେ ‘ପଦ୍ମାବତ’,ଏହାର କାରଣ କ’ଣ ? ଆସନ୍ତୁ ଜାଣିବା

ସିିନେମା ପଦ୍ମାବତୀର କାହାଣୀରେ କିଛି ପରିବର୍ତ୍ତନ ଆସିଛି ।  ସିନେମା ‘ପଦ୍ମବତୀ’ର ରିଲିଜ ଡେଟକୁ ନେଇ ଚିନ୍ତିତ ଥିବା କଥା ମଧ୍ୟ ସାମ୍ନାକୁ ଆସିଛି ।

ଏହି ଫିଲ୍ମ ରେ  ଦୀପିକା ପାଦୁକୋନ୍‌ ,ରଣବୀର ସିଂ ଓ ସାହିଦ୍‌ କପୁର ଙ୍କୁ ମୁଖ୍ୟ ଭୂମିକା ରେ ଦେଖିବାକୁ ପାଇବେ । ଏହି ଫିଲ୍ମ ରେ ନିର୍ଦେଶନା ଦେଇଛନ୍ତି ସଂଜୟ ଲୀଲା ଭସାଂଲୀ। ଭସାଂଲୀଙ୍କ ନିର୍ଦ୍ଦେଶିତ ‘ପଦ୍ମାବତୀ’ କାର୍ଯ୍ୟ ଆରମ୍ଭ ହେବା ଦିନଠାରୁ ବିବାଦ ଘେରରେ ରହି ଆସିଛି। ସିବିଏଫସିଙ୍କ ପକ୍ଷରୁ ଏହା ୟୁ/ଏ ସାର୍ଟିଫିକେଟ ଦିଆଯିବା ପରେ ଏହାର ରିଲିଜ୍‌ ତାରିଖ ବି ଜଣାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଏହା ଆଗାମୀ  ମାସ ଜାନୁୟାରୀ ୨୫ ତାରିଖରେ ରିଲିଜ୍‌ ହେବାର ସମ୍ଭାବନା ରହିଛି ।

ସେନ୍‌ସର୍‌ ବୋର୍ଡ ସବୁଜ ସଙ୍କେତ ଦେଲା ‘ପଦ୍ମାବତୀ’କୁ ।ଗତ ବର୍ଷ ଡିସେମ୍ବର ୨୮ ତାରିଖ ଦିନ ସିବିଏଫସିର ବିଚାରକ ମଣ୍ଡଳୀ ଏଥିଲାଗି ଏକ ସ୍ୱତନ୍ତ୍ର ବୈଠକରେ ଏକତ୍ରୀତ ହୋଇ ‘ପଦ୍ମାବତୀ’କୁ ୟୁ/ଏ ସାର୍ଟିଫିକେଟ ପ୍ରଦା ନ କରିଛନ୍ ବୈଠକରେ ବିଚାରକ ମଣ୍ଡଳୀଙ୍କ ସହ ସିବିଏଫସିର କର୍ମକର୍ତ୍ତା, ଅଧ୍ୟକ୍ଷ ପ୍ରସୂନ୍‌ ଯୋଶୀ ଏବଂ ‘ପଦ୍ମାବତୀ’ର ସେନ୍‌ସର୍‌ ଲାଗି ଗଠିତ ସ୍ୱତନ୍ତ୍ର ପରାମର୍ଶଦାତା ମଣ୍ଡଳୀର ସଦସ୍ୟ ଉପସ୍ଥିତ ଥିଲେ। ଏହି ବୈଠକରେ ସିନେମାର ନାମ ପରିବର୍ତ୍ତନ ସହ ବିବାଦୀୟ ‘ଘୁମର୍‌’ ଗୀତରେ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ହୋଇଥିଲା।

ସିବିଏଫସିର ବିଚାରକ ମଣ୍ଡଳୀ ସଞ୍ଚୟଲୀଲା ଭଂସାଲି ବହୁଚର୍ଚ୍ଚିତ ଫିଲ୍ମ ‘ପଦ୍ମାବତୀ’କୁ ଦେଖିବା ପରେ ଏହାର ନାମ ପରିବର୍ତ୍ତନ ଲାଗି ମଧ୍ୟ ସୁପାରିଶ କରିଥିଲେ। ଫିଲ୍ମର ନାମ ପଦ୍ମାବତୀ ବଦଳରେ ‘ପଦ୍ମାବତ’ ରଖିବାକୁ ପରାମର୍ଶ ଦେଇଛନ୍ତି।

ଏଥିସହ ଫିଲ୍ମର କାହାଣୀରେ ‘ସତୀ’ ପ୍ରଥାକୁ ଗୌରାବାନ୍ଵିତ କରିବା ଭଳି ଦୃଶ୍ୟ ଦେବାକୁ  ମଧ୍ୟ ସୁପାରିଶ କରାଯାଇଥିଲା।

ପଢନ୍ତୁ ;

ସଲ୍ମାନ ଖାନ ଙ୍କୁ ଗ୍ୟାଙ୍ଗଷ୍ଟରଙ୍କ ଧମକ! କାରଣ କ’ଣ,ଆସନ୍ତୁ ଜାଣିବା

Related posts

Srikant Mishra’s 2 Oriya Albums has released world wide on Akshaya Mohanty’s Birthday

Jitendra

‘ଭାରତ’ ଫିଲ୍ମରେ ପ୍ରିୟଙ୍କାଙ୍କ ବଦଳରେ ନଜର ଆସିବେ ଏହି ନାୟିକା

ENO Beuro

Ranjeet – Landa Villain || Special Interview || Jatra Duniya || Tulasi Gananatya

ENO Beuro

1 comment

Leave a Comment