February 18, 2019

ଧମକ ଦେଲେ ରାଜପୁତ ନେତା ,ଫିଲ୍ମକୁ ନେଇ ଆଉ ଏକ ଖବର ସାମ୍ନାରେ ,ଆସନ୍ତୁ ଜାଣିବା ସେ ସମ୍ପର୍କରେ

ବଂଶାଲୀଙ୍କ ଫିଲ୍ମ ପଦ୍ମାବତୀ ଏକ ଜାତୀୟ ବିବାଦ ଭାବରେ ମୁଣ୍ଡ ଟେକିବା ପରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲା । ଏଥିପାଇଁ ଯେ କେବଳ ଫିଲ୍ମ ପଦ୍ମାବତୀର ଅଭିନେତା ବା ଅଭିନେତ୍ରୀଙ୍କ ଜୀବନ ବିପଦରେ ପଡ଼ିନଥିଲା ବରଂ ସେମାନଙ୍କ ସପକ୍ଷରେ ଥିବା ଅଭିନେତା ଓ ଅଭିନେତ୍ରୀମାନେ ମଧ୍ୟ ଧମକର ଶିକାର ହୋଇଥିଲେ । ଫିଲ୍ମଟି ଡିସେମ୍ବରରେ ରିଲିଜ ହେବାକୁ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ବିବାଦ ଯୋଗୁଁ ଏହାକୁ କିଛି ସମୟ ପାଇଁ ସ୍ଥଗିତ ରଖା ଯାଇଥିଲା । ତେବେ ଫିଲ୍ମକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି ।

ଖବର ଅନୁସାରେ ,ଫିଲ୍ମ ପଦ୍ମାବତୀ ୨୬ ଜାନୁୟାରୀକୁ ରିଲିଜ ହେବ ବୋଲି ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ବର୍ତ୍ତମାନର ସୂଚନା ଅନୁସାରେ ଫିଲ୍ମର ରିଲିଜ ତାରିଖରେ ପରିବର୍ତ୍ତନ କରାଯାଇଛି । ଫିଲ୍ମ ୨୬ ଜାନୁୟାରୀ ପରିବର୍ତ୍ତେ ୨୫ ଜାନୁୟାରୀକୁ ରିଲିଜ ହେବ ବୋଲି ଘୋଷଣା କରାଯାଇଛି। ଏବଂ ରାଜସ୍ଥାନରେ ପଦ୍ମାବତ ଚଳଚ୍ଚିତ୍ର ମୁକ୍ତିଲାଭ କରିବ ନାହିଁ ବୋଲି ଜଣାପଡିଛି ।  ଏହି ଚଳଚ୍ଚିତ୍ରକୁ ମୁକ୍ତିଲାଭ କରିବାକୁ ଦିଆଯିବ ନାହିଁ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।

ପଦ୍ମାବତୀ ବିବାଦରେ ରାଜସ୍ଥାନ ବିଜେପି ମୁଖ୍ୟ ଅଶୋକ ପରନାମିଙ୍କ କହିବା ଅନୁସାରେ ଯଦି ସେନ୍ସର ବୋର୍ଡ଼ କ୍ଲିୟରାନ୍ସ ପ୍ରମାଣପତ୍ର ଦେଇସାରିଛନ୍ତି ତେବେ ଫିଲ୍ମରେ ଥିବା ଆପତ୍ତିଜନକ ଦୃଶ୍ୟକୁ ବାଦ ଦେବାକୁ ପଡ଼ିବ । ଯଦି ଏଭଳି ହୋଇସାରିଛି ତେବେ କୌଣସି ଅସୁବିଧା ନାହିଁ, ଯଦି ହୋଇନାହିଁ ତେବେ ଏହାକୁ ସହ୍ୟ କରାଯିବ ନାହିଁ । ଏହା ସହିତ ରାଜସ୍ଥାନର ଗୃହମନ୍ତ୍ରୀଙ୍କ କହିବା ଅନୁସାରେ ସେଠାରେ ଫିଲ୍ମ ଚାଲିପାରିବ ନାହିଁ । ରାଜସ୍ଥାନରେ ଫିଲ୍ମ ବ୍ୟାନ ହୋଇଥିବା କଥାକୁ ସେ ସ୍ପଷ୍ଟ କରିଛନ୍ତି ।

ଫିଲ୍ମଟିର ନାଁ ପରିବର୍ତ୍ତନ କରିବା ପରେ ମଧ୍ୟ ଏହାକୁ ରିଲିଜ ହେବାକୁ ଦେବେନାହିଁ ବୋଲି କରଣୀ ସେନା ଧମକ ଦେଇଛନ୍ତି । ଅନ୍ୟପକ୍ଷରେ ରାଜପୁତ ନେତା ସୁଖ ଦେବ ସିଂ ଗୋଗାମେଡ଼ିଙ୍କ କହିବା ଅନୁସାରେ ଯଦି କେବଳ ନାମ ପରିବର୍ତ୍ତନରେ ସମସ୍ତ ପରିବର୍ତ୍ତନ ଆସିଯିବ ତେବେ ପେଟ୍ରୋଲର ନାମକୁ ପରିବର୍ତ୍ତନ କରି ଗଙ୍ଗାଜଳ ରଖାଯିବ ଏବଂ ଏହି ଗଙ୍ଗାଜଳକୁ ସିନେମା ଘରେ ଛିଞ୍ଚି ନିଆଁ ଲଗାଯିବ ।

ପଢନ୍ତୁ ;

କେଉଁ ଦେଶ ପାଖରେ ରହିଛି ପରମାଣୁ ଅସ୍ତ୍ରର ସିକ୍ରେଟ କୋର୍ଡ, ଜାଣନ୍ତୁ ସେ ସମ୍ପର୍କ ରେ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More