SPORTS

ଏସିଆନ କଣ୍ଟିନେଣ୍ଟାଲ ଚେସ୍‌: ସ୍ଵର୍ଣ୍ଣ ଜିତିଲେ ପଦ୍ମିନୀ

padmini

ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭାରତର ଓଡ଼ିଆ ଆଇଏମ୍‌ ପଦ୍ମିନୀ ରାଉତ ଫିଲିପାଇନ୍ସରେ ଅନୁଷ୍ଟିତ ଏସିଆନ କଣ୍ଟିନେଣ୍ଟାଲ ଚେସ୍‌ ଚାମ୍ପିଅନସିପରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ୯ ରାଉଣ୍ଡ ବିଶିଷ୍ଟ ଟୁର୍ନାମେଣ୍ଟରେ ସେ ୭ ପଏଣ୍ଟ ସହ ଶୀର୍ଷସ୍ଥାନ ହାସଲ କରିଛନ୍ତି। ସିନିୟର୍‌ ବର୍ଗରେ ଏହା ତାଙ୍କର ପ୍ରଥମ ଏସିଆନ୍‌ ପଦକ । ଏହି ବିଜୟ ସହିତ ଋଷିଆରେ ହେବାକୁ ଥିବା ଆଗାମୀ ୨୦୨୦ ବିଶ୍ୱ କପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେ ଆଗକୁ ଆହୁରି ଭଲ ପ୍ରଦର୍ଶନ କରି ଅଧିକ ମେଡାଲ ଆଣିବେ ବୋଲି ଆଶା ରଖିଛନ୍ତି ।

padmini

ଏଥିସହ ୨୪ ବର୍ଷୀୟା ପଦ୍ମିନୀ ୨୦୨୦ରେ ହେବାକୁଥିବା ମହିଳା ବିଶ୍ୱ ଚେସ୍‌ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସିଙ୍ଗାପୁରର ଗୋଙ୍ଗ କ୍ୱିଆନୟୁନ ୭ ପଏଣ୍ଟ ପାଇଥିଲେ ହେଁ ବୁକୋଲଜରେ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି।

ପଢନ୍ତୁ; ଆଇପିଏଲ ନିଲାମ: ଉନାଦକତ,ବରୁଣ ସବୁଠୁ ଦାମୀ

Related posts

Star India Has Won The Television & Digital Rights For IPL For Next Five Years

ENO Beuro

ସିରିଜ୍ ବରାବର: ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ହରାଇଲା ଭାରତ

ENO Beuro

ଆଇପିଏଲରୁ ବିଦା ହେଲେ ଷ୍ଟିଭ ସ୍ମିଥ : ଷ୍ଟିଭ ସ୍ମିଥଙ୍କ ସ୍ଥାନ ନେଲେ ଆଜିଙ୍କ୍ୟ ରାହାଣେ

ENO Beuro

Leave a Comment