News

ବର୍ଣ୍ଣବୋଧ ପୋଡା ଭିଡିଓ ଭାଇରାଲ୍ ଘଟଣାରେ ମୁହଁ ଖୋଲିଲେ ପଦ୍ମଶ୍ରୀ ହଳଧର ନାଗ

Haldhar 750x430

୨୦୧୮ ଅଗଷ୍ଟ ୨୬ ତାରିଖରେ ‘ବେନି’  ନାମକ ୟୁଟ୍ୟୁବ୍ ଚାନେଲରେ ଭିଡିଓ ତଳେ ଓଡ଼ିଆ ଭାଷାକୁ ନିନ୍ଦା କରାଯାଇ ଲେଖା ଥିବା ବେଳେ ଭିଡିଓରେ କେହି ଜଣେ ମଧୁସୂଦନ ରାଓଙ୍କ ଓଡ଼ିଆ ବର୍ଣ୍ଣବୋଧକୁ ପୋଡ଼ୁଥିଲା । ତେବେ ସେହି ଭିଡିଓଟିକୁ ‘କୋଶଳି ସାହିତ୍ୟ ଡଟ୍ ଇନ୍’ ନାମକ ଅନ୍ୟ ଏକ ଫେସବୁକ୍ ପୃଷ୍ଠାରେ ଗତକାଲି ସେୟାର କରାଯାଇଥିଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଫେସବୁକ୍ ପେଜର ଏହି ପୋଷ୍ଟରେ ପଦ୍ମଶ୍ରୀ ହଳଧର ନାଗଙ୍କ ଫଟୋ ସ୍ଥାନୀତ ଥିଲା ।

 

ଫଳରେ ଏହି ଘଟଣା ବିବାଦୀୟ ହୋଇଥିଲା । ଆଜି ଏହାକୁ ନେଇ ମତ ରଖିଛନ୍ତି ପଦ୍ମଶ୍ରୀ ହଳଧର ନାଗ। ସେ ପ୍ରତିକ୍ରିୟାରେ କହିଛନ୍ତି, ତାଙ୍କ ଫଟୋ ଦେଖାଇ ଯେଉଁମାନେ ଓଡ଼ିଆ ବର୍ଣ୍ଣବୋଧକୁ ପୋଡିଛନ୍ତି ସେମାନଙ୍କୁ ମୁଁ ଧିକ୍କାର କରୁଛି ।

ଲୋକକବି ପଦ୍ମଶ୍ରୀ ହଳଧର ନାଗଙ୍କ ଫଟୋକୁ ବ୍ୟବହାର କରି ଓଡ଼ିଆ ଭାଷାର ଅସ୍ମିତା ଓ ପରିଚୟକୁ ବଖାଣୁଥିବା ବର୍ଣ୍ଣବୋଧ ପୋଡିର ଭିଡିଓ ସେୟାର କରି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଇଛି । ପୁରୁଣା ବର୍ଣ୍ଣବୋଧ ପୋଡୁଥିବାର ଭିଡିଓକୁ ଏବେ ପୋଷ୍ଟ କରି ଓଡ଼ିଆ ଭାଷାର ମହାନତାକୁ କୁଠାରାଘାତ କରାଯାଇଛି ଯାହାକୁ ନେଇ ମୁହଁ ଖୋଲିଛନ୍ତି ହଳଧର ନାଗ । ଫେସବୁକ  କ‘ଣ ସେ ଜାଣି ନଥିବାବେଳେ ତାଙ୍କ ଫଟୋ ବ୍ୟବହାର କରାଯିବା ଘଟଣାକୁ ସେ ନିନ୍ଦା କରୁଛନ୍ତି ବୋଲି ମତ ରଖିଛନ୍ତି ।

ପଢନ୍ତୁ: ଓଡ଼ିଶାର ଉମରକୋଟ ବଜାରରେ ବିକ୍ରି ହେଉଛି ନକଲି କ୍ଷୀର

Related posts

ବ୍ୟାନ୍‌ ଭୟରେ ୬୦ ଲକ୍ଷ ଭିଡିଓ ଡିଲିଟ୍‌ କଲା ଟିକ୍‌ ଟକ୍‌

Ratnamani Moharana

ମାଲକାନଗିରିର ମାଓ ପ୍ରବଣ ବିଚ୍ଛିନ୍ନାଂଚଳକୁ ବ୍ୟାଙ୍କି, ଇଂଟରନେଟ୍ ଓ ମୋବାଇଲ ସେବା

ENO Beuro

ବହୁ ପ୍ରତୀକ୍ଷିତ ଓ ଚର୍ଚିତ ତିନି ତଲାକ ମାମଲାରେ ସୁପ୍ରିମକୋର୍ଟ ରାୟ ଆଜି ପ୍ରକାଶ ପାଇବ

ENO Beuro