EnewsOdia.Com

୧୯ ବର୍ଷ ପରେ ଟପ୍‌ ୧୦୦ରୁ ବାଦ୍‌ ପଡ଼ିଲେ ଲିଆଣ୍ଡର ପେସ୍‌

ଭାରତ ତଥା ବିଶ୍ୱର ଭେଟରାନ ଟେନିସ୍‌ ଖେଳାଳି ଲିଆଣ୍ଡର ପେସ୍‌ଙ୍କୁ ବଡ଼ ଝଟ୍‌କା ଲାଗିଛି। ବିଶ୍ୱର ଶ୍ରେଷ୍ଠ ୧୦୦ ଜଣଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେଲା ରହି ଆସୁଥିବା ପେସ୍‌ ଏବେ ୧୦୧ ତମ ସ୍ଥାନକୁ ଖସି ଯାଇଛନ୍ତି। ଦୀର୍ଘ ୧୯ ବର୍ଷ ପରେ ପେସ୍‌ଙ୍କ ସହ ଏମିତି ଘଟିଛି। ପୂର୍ବରୁ ଏଟିପି ତାଲିକାରେ ୯୬ତମ ସ୍ଥାନରେ ଥିବା ପେସ୍‌କୁ ୫ଟି ସ୍ଥାନ ହରାଇବାକୁ ପଡ଼ିଛି।

ଅନ୍ୟପକ୍ଷରେ ୮୫୬ ପଏଣ୍ଟ ସହ ପେସ୍‌ ଭାରତର ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ୪ର୍ଥ ସ୍ଥାନରେ ରହିଛନ୍ତି। ରୋହନ ବୋପାନ୍ନା ୩୮, ଦିବିଜ ଶାରନ ୪୬ ଓ ପୂର୍ବ ରାଜା ୯୩ତମ ସ୍ଥାନରେ ରହିଛନ୍ତି। ପୂର୍ବରୁ ରାଜା ୧୦୦ ଜଣଙ୍କ ତାଲିକାରେ ନଥିଲେ। ହେଲେ ଏବେ ସେ ୮ଟି ସ୍ଥାନ ଲମ୍ଫ ମାରି ପ୍ରଥମଥର ପାଇଁ ୯୩ତମ ସ୍ଥାନରେ ପହଞ୍ଚିଛନ୍ତି। ୪୬ ବର୍ଷୀୟ ପେସ୍‌ ୨୦୦୦ ମସିହାରେ ଶେଷଥର ପାଇଁ ଟପ୍‌ ୧୦୦ ତାଲିକାରୁ ବାଦ୍‌ ପଡ଼ିଥିଲେ। ସେତେବେଳେ ତାଙ୍କ ରାଙ୍କ ୧୧୮ ଥିଲା।

ପଢନ୍ତୁ: ଦିବା-ରାତ୍ର ଟେଷ୍ଟ୍‌ରେ ଧୋନି ହେବେ ଅତିଥି ଭାଷ୍ୟକାର

ସମ୍ବନ୍ଧିତ ଖବର

୨୦୨୩ ପୁରୁଷ ହକି ବିଶ୍ୱକପ୍ ଆୟୋଜନ ଦୌଡ଼ରେ ଭାରତ

Ratnamani Maharana

ଆଜି ଭାରତ-ଶ୍ରୀଲଙ୍କା ୨ୟ ଟି-୨୦

Ratnamani Maharana

ଡୋପ ଟେଷ୍ଟରେ ଧରାପଡ଼ିଲେ କେ. ରବିକୁମାର

Ratnamani Maharana

ଡ୍ୱେନ୍ ବ୍ରାଭୋଙ୍କ ସହ ଟେବୁଲ୍ ଟେନିସ୍ ଖେଳିଲେ ଧୋନି

Ratnamani Maharana

ଚାଲିଗଲେ ଟିମ୍‌ ଇଣ୍ଡିଆର ସୁପର୍‌ଫ୍ୟାନ୍‌ ଚାରୁଲତା ପଟେଲ

Ratnamani Maharana

ଭୁବନେଶ୍ୱର ହୋଟେଲରେ ପହଞ୍ଚିଲା ଇଣ୍ଡିଆ ଓ ଓ୍ୱେଷ୍ଟିଣ୍ଡିଜ୍‌ କ୍ରିକେଟ ଟିମ

Ratnamani Maharana