Loading...

ନୂଆ ଦର ସହ ଆଜିଠୁ ପୁଣି ମିଳିବ ପାହାଳ ରସଗୋଲା

ନୂଆ ଦର ସହ ଆଜିଠୁ ପୁଣି ମିଳିବ ପାହାଳ ରସଗୋଲା

ନୂଆ ଦର ସହ ଆଜିଠୁ ପୁଣି ମିଳିବ ପାହାଳ ରସଗୋଲା। ଗତ ତିନିଦିନ ଧରି ବନ୍ଦ ଥିବା ମିଠା ଦୋକାନ ଆଜି ପୁଣି ଖୋଲିବା ନେଇ ସୂଚନା ମିଳିଛି। ଦରବୃଦ୍ଧି ପରେ ଦୋକାନ ଖୋଲାଯିବାନେଇ କହିଛନ୍ତି ଦୋକାନୀ ସଂଘ।

ନୂଆ ଦର ସହ ଆଜିଠୁ ପୁଣି ମିଳିବ ପାହାଳ ରସଗୋଲା। ଗତ ତିନିଦିନ ଧରି ବନ୍ଦ ଥିବା ମିଠା ଦୋକାନ ଆଜି ପୁଣି ଖୋଲିବା ନେଇ ସୂଚନା ମିଳିଛି। ଦରବୃଦ୍ଧି ପରେ ଦୋକାନ ଖୋଲାଯିବାନେଇ କହିଛନ୍ତି ଦୋକାନୀ ସଂଘ। ଗ୍ରାହକଙ୍କୁ ଏଣିକି ୫ ଟଙ୍କାରେ ମିଳୁଥିବା ମିଠା ପାଇଁ ୬ଟଙ୍କା, ୧୦ ଟଙ୍କିଆ ମିଠା ପାଇଁ ୧୨ ଓ ୨୦ ଟଙ୍କିଆ ରସୋଗଲା ପାଇଁ ୨୫ ଟଙ୍କା ଦେବାକୁ ପଡ଼ିବ। ସେହିଭଳି ଛେନାଗଜା କିଲୋ ୨ଶହ ବଦଳରେ ୨୨୦ ଓ ଛେନାପୋଡର ଦାମ ୨୫୦ ପରିବର୍ତ୍ତେ ୨୮୦ ଟଙ୍କାକୁ ବୃଦ୍ଧି ପାଇବ। କ୍ଷୀର, ଛେନା ସହ ଅନ୍ୟାନ୍ୟ କଞ୍ଚାମାଲର ଦର ବୃଦ୍ଧି ପରେ ମିଠା ଦର ବଢାଇବା ଅପରିହାର୍ଯ୍ୟ ବୋଲି ଯୁକ୍ତି ରଖିଛି ମିଠା ବ୍ୟବସାୟୀ ସଂଘ।

ସୂଚନାନୁସାରେ, ପାହାଳ ମିଠାର ଦର ବୃଦ୍ଧି ନିଷ୍ପତ୍ତି ପରେ ଗ୍ରାହକଙ୍କୁ ଅବଗତ କରିବାକୁ  ୩ ଦିନ ଧରି ବ୍ୟବସାୟ ବନ୍ଦ ରଖିଛନ୍ତି ସମସ୍ତ ବ୍ୟବସାୟୀ। ସେପଟେ ବଜାରରେ ଅନ୍ୟାନ୍ୟ ସାମଗ୍ରୀର ଦର ବୃଦ୍ଧି ପରେ ମିଠା ଦର ବୃଦ୍ଧିକୁ ଖାଉଟି ସ୍ୱାଭାବିକ ବୋଲି କହିଥିଲେ ବି ଏହା ସେମାନଙ୍କ ପକେଟକୁ ବାଧିବ ବୋଲି ମତ ରଖିଛନ୍ତି ଗ୍ରାହକ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.