CULTURES

ଆଜି ମହାପ୍ରଭୁଙ୍କ ପଇତାଲାଗି, ୪ଘଣ୍ଟା ଦର୍ଶନ ବନ୍ଦ

puri

ଆଜି ଅପରାହ୍ନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି ହେବ। ସେଥିପାଇଁ ସାଧାରଣ ଭକ୍ତମାନେ ୪ ଘଣ୍ଟା ପାଇଁ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ ନାହିଁ।

puri

ପରମ୍ପରା ଅନୁଯାୟୀ ଦଇତାପତି ସେବକ ମହାପ୍ରଭୁଙ୍କୁ ପଇତାଲାଗି କରିବେ । ଦ୍ବିତୀୟ ଭୋଗମଣ୍ଡପ ପରେ ପତିମହାପାତ୍ର ସେବକ ରତ୍ନସିଂହାସନକୁ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବନକଲାଗି କରିବା କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଅପରାହ୍ନ ପ୍ରାୟ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ,ସାଧାରଣ ଭକ୍ତମାନେ ପୂର୍ବବତ୍‍ ଦର୍ଶନ କରିବା ସୁଯୋଗ ପାଇବେ। ମହାପ୍ରଭୁଙ୍କ ଗଳଦେଶରେ ବର୍ଷସାରା ଲାଗି ହେଉଥିବା ଚନ୍ଦନକୁ ଧରି ରଖିବା ପାଇଁ କାଣି ଅଙ୍ଗୁଠି ମୋଟ ପାଟ ସୂତାରେ ଜାଲି ପ୍ରସ୍ତୁତ ହୋଇଥାଏ। ପ୍ରସ୍ତୁତି ଜାଲିକୁ ଲାଗି କରାଯାଇଥାଏ। ଏହାକୁ ପଇତା ଲାଗି ନୀତି କୁହାଯାଇଛି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି ଜଣାପଡ଼ିଛି।

ପଢନ୍ତୁ; ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପୁରିଲା ୧୦ ବର୍ଷ

Related posts

ପ୍ରତ୍ୟେକ ହିନ୍ଦୁ ଧର୍ମ ପୀଠରେ ଆଜି ପାଳନ ହେଉଛି ପବିତ୍ର “ତୁଳସୀ ବିବାହ”

ENO Beuro

ଆଜି ମହାପ୍ରଭୁଙ୍କ ବନକଲାଗି,୪ ଘଣ୍ଟା ଦର୍ଶନ ମନା

ENO Beuro

ଆଜି ପବିତ୍ର ମକର ସଂକ୍ରାନ୍ତି,ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ

ENO Beuro

Leave a Comment