News

ଲାଇଭ୍ ସୋରେ ସାମ୍ବାଦିକଙ୍କୁ ପିଟିଲେ ପାକିସ୍ତାନ ନେତା

Untitled 1

ଲାଇଭ୍ ସୋରେ ବରିଷ୍ଠ ପତ୍ରକାରଙ୍କୁ ଆକ୍ରମଣ । ପାକିସ୍ତାନର ଏକ ଟିଭି ଚ୍ୟାନେଲରେ ଆୟୋଜିତ ଡିବେଟରେ ବରିଷ୍ଠ ପତ୍ରକାର ଇମତିୟାଜ୍ ଖାନଙ୍କୁ ଆଟାକ୍ କରିଛନ୍ତି ଜଣେ ନେତା । ଏହି ନେତା ଜଣକ ଆଉ କେହି ନୁହେଁ, ହେଉଛନ୍ତି ଇମରାନ୍ ଖାନଙ୍କ ପାର୍ଟିର ନେତା ମସରୁର ଅଲ୍ଲୀ ସିୟାଲ୍ । ଲାଇଭ୍ କ୍ୟାମେରା ସାମ୍ନାରେ ହୋଇଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଟକ୍ ଶୋରେ ସାମିଲ ମସରୁର ଅଲି ସିୟାଲ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ତହରିକ-ଏ-ଇନ୍ସାଫର ଦଳର ନେତା ।

ମିଳିଥିବା ସୂଚନା ମୁତାବକ ଲାଇଭ ନ୍ୟୁଜ ଚାଲିଥିବାବେଳେ ପ୍ୟାନେଲରେ ବସିଥିବା ପାକିସ୍ତାନ ତେହେରିକ ଇ ଇନସାଫ ଦଳର ନେତା ମସରୁର ଅଲି ଓ କରାଚୀ ପ୍ରେସ କ୍ଲବ ମୁଖ୍ୟ ଇମତିଆଜ ଖାଁ ଏକ ପ୍ରସଙ୍ଗରେ ଚର୍ଚ୍ଚା କରୁଥିଲେ | ହଠାତ ଏହି ପ୍ରସଙ୍ଗରେ ଦୁଇ ଜଣଙ୍କ ଅସହମତି ହୋଇଥିଲେ | ଏଥିରେ ଉତକ୍ଷିପ୍ତ ହୋଇ ମସରୁର ଇମତିଆଜଙ୍କୁ ମାଡ ମାରିଥିଲେ | ତାଙ୍କୁ ଠେଲାପେଲା କରିଥିବା ସହ ଇମତିଆଜ ମଧ୍ୟ ମସରୁରଙ୍କୁ ଧକ୍କା ଦେଇଥିଲେ | ଏଭଳି ପରିସ୍ଥିତି ଦେଖି ଉପସ୍ଥାପକ ଓ ଅନ୍ୟ ଜଣେ ଅତିଥି ଏମାନଙ୍କୁ ବୁଝାସୁଝା କରିଥିଲେ | ଏହାକୁ ନେଇ ଲୋକଙ୍କ ମଧ୍ୟରେ ଢେର ପ୍ରତିକ୍ରିୟା ସୃଷ୍ଟି ହୋଇଛି | ପାକିସ୍ତାନ ସାମ୍ବାଦିକ ସଂଘ ପକ୍ଷରୁ ଏହା ନୂଆ ପାକିସ୍ତାନ କି ବୋଲି ପ୍ରଶ୍ନ କରିଛନ୍ତି |

D92iv Wwwaa7qdy 750x430

ମାରପିଟର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଇମ୍ରାନ ଖାନଙ୍କ ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି । ନାୟଲା ନାମକ ଆଉ ଜଣେ ସାମ୍ବାଦିକ କହିଛନ୍ତି ଯେ, କଣ ଏଇଟା ନୂଆ ପାକିସ୍ତାନ ।

Capture

ପଢନ୍ତୁ: ମାସର ଦ୍ଵିତୀୟ ଓ ଚତୁର୍ଥ ଶନିବାରକୁ ସରକାରୀ ଛୁଟି ଘୋଷଣା କଲେ ସରକାର

Related posts

ବଜ୍ର ନେଲା ୧୯ ଜୀବନ, ବାଲେଶ୍ଵରରେ ସର୍ବାଧିକ

ENO Beuro

ଏଥର ବିଳମ୍ବରେ ଆସିବ, କମ ବର୍ଷିବ ମୌସୁମୀ

Ratnamani Moharana

The Odisha Government Has Decided To Open 30 New Courts To Solve Pending Cases

ENO Beuro

Leave a Comment