• Home
  • News
  • ଖୁବ୍‌ ଶୀଘ୍ର ଲସ୍କର ଇ ତୋଇବା ସୟିଦ ହାଫିଜ୍‌ କୁ ଆତଙ୍କବାଦୀ ବୋଲି ଘୋଷଣା କରିପାରେ
News

ଖୁବ୍‌ ଶୀଘ୍ର ଲସ୍କର ଇ ତୋଇବା ସୟିଦ ହାଫିଜ୍‌ କୁ ଆତଙ୍କବାଦୀ ବୋଲି ଘୋଷଣା କରିପାରେ

ପାକିସ୍ତାନ ସୟିଦ ହାଫିଜକୁ ଆତଙ୍କବାଦୀ ଘୋଷଣା କରିପାରେ

ପାକିସ୍ତାନ ଆତଙ୍କବାଦୀ ଏବେ ଆର୍ନ୍ତଜାତିକ ସମୁଦାୟର ଚାପରେ ରହିଛି। ଆର୍ନ୍ତଜାତିକ ସମୁଦାୟ ଏହା ଉପରେ ଅଙ୍କୁଶ ଲଗାଇବାକୁ ଯାଉଛି। ଯଦି ଆନ୍ତରିକତା ସହିତ ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ଖୁବ୍‌ ଶୀଘ୍ର ଲସ୍କର ଇ ତୋଇବା ଆତଙ୍କବାଦୀ ସୟିଦ ହାଫିଜ୍‌ କୁ ଆତଙ୍କବାଦୀ ବୋଲି ଘୋଷଣା କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ସୂଚନା ମିଳିଛି।

ପାକିସ୍ତାନ ରାଷ୍ଟ୍ରପତି ମମନୁନ୍‌ ହୁସେନ୍‌ ଗତ ସୋମବାର ଦିନ ଏକ ଅଧ୍ୟାଦେଶରେ ଦସ୍ତଖତ କରିଛନ୍ତି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ନିଷିଦ୍ଧ ଘୋଷିତ ଲସ୍କର ଇ ତୋଇବା, ଅଲ କାଏଦା, ତାଲିବାନ ଆଦି ଆତଙ୍କବାଦୀ ସଙ୍ଗଠନ ସହିତ ସମ୍ପୃକ୍ତ ବ୍ୟକ୍ତିବିଶେଷ ଓ ସଙ୍ଗଠନ ଗୁଡ଼ିକ ଉପରେ ଲଗାମ କଷିବା ପାଇଁ ଏହି ଅଧ୍ୟାଦେଶ ମାଧ୍ୟମରେ ଆଇନଗତ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଅଧ୍ୟାଦେଶ ଦ୍ୱାରା ପାକିସ୍ତାନର ଆତଙ୍କବାଦୀ ନିରୋଧ ଆଇନର କେତେକ ସଂଶୋଧନ କରାଯାଇଛିି। ଏହି ସଂଶୋଧନ ଦ୍ୱାରା କର୍ତ୍ତୃପକ୍ଷ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କ୍ଷମତାପ୍ରାପ୍ତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଅଲ କାଏଦା, ତେହେରିକ୍‌ ଇ ତାଲିବାନ ପାକିସ୍ତାନ, ଲସ୍କର ଇ ଝାଙ୍ଗଭି, ଜମାତ ଉଦ ଦାଓ୍ଵା, ଫଲହା ଇ ଇନସାନିୟତ ଫାଉଣ୍ଡେସନ, ଲସ୍କର ଇ ତୋଇବା ଓ ଅନ୍ୟ କୋତକ ଆତଙ୍କବାଦୀ ସଙ୍ଗଠନକୁ ନିଷିଦ୍ଧ ଘୋଷଣା କରିଛି। ଆଉ ଏହି ସବୁ ଆତଙ୍କବାଦୀ ସଙ୍ଗଠନ ପାକିସ୍ତାନର ସହଯୋଗରେ ବେଶ୍‌ ସକ୍ରିୟ ଥିବା ଅଭିଯୋଗ ହେଉଛି। ସେହି ସଙ୍ଗଠନଗୁଡ଼ିକର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିବା, ସେମାନଙ୍କ ଅଫିସକୁ ବନ୍ଦ କରିବା ଆଦି କ୍ଷମତା ଦିଆଯାଇଛି।

ଖୁବ୍‌ ଶୀଘ୍ର ଲସ୍କର ଇ ତୋଇବା ସୟିଦ ହାଫିଜ୍‌ କୁ ଆତଙ୍କବାଦୀ ବୋଲି ଘୋଷଣା କରିପାରେ sayeed hafis

ପଢନ୍ତୁ;

ଆପଣ ପ୍ରତି ଦିନ ନଖ କାମୁଡୁଛନ୍ତି କି ? ଏହି ଅଭ୍ୟାସକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ

Related posts

ବିଦ୍ୟୁତ ଆପେଲେଟ ଟ୍ରିବ୍ୟୁନାଲର ନୂତନ ଅଧ୍ୟକ୍ଷ ଭାବେ ଶପଥ ଗ୍ରହଣ କଲେ ମଞ୍ଜୁଳା ଚେଲ୍ଲୁର

Krishna Kumar Manoj

ଭାରତକୁ ପୁଣି ଚ୍ୟାଲେଂଜ କରିଛି ଆତଙ୍କବାଦୀ ସଂଗଠନ ଜୈଶ । କହିଲେ,ମୋଦି ଓ ଭାରତ ଆମର ସବୁଠୁ ବଡ଼ ଶତ୍ରୁ

Krishna Kumar Manoj

ପୁଅ ମୃତ୍ୟୁ ଖବର ଶୁଣି ମା’ ,ଦୁଇ ଭଉଣୀ ବିଷ ପିଇଲେ  

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More