News

ଇମ୍ରାନଙ୍କ ଅନୁମତି: ପାକିସ୍ତାନ ବାୟୁସୀମା ଦେଇ ବିସ୍କେକ୍‌ ଯିବେ ମୋଦି

Square

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ପାକିସ୍ତାନ ଆକଶମାର୍ଗରେ ଉଡ଼ିବ। ଏଥିପାଇଁ ପାକିସ୍ତାନ ସରକାର ଭାରତ ହାଇକମିଶନରଙ୍କ ଅନୁରୋଧ କ୍ରମେ ଅନୁମତି ଦେଇଛନ୍ତି। ୧୩ ତାରିଖରେ ବିସକେକରେ ଆୟୋଜିତ ହେଉଛି ସାଂଘାଇ ସହଯୋଗ ସଂଗଠନ (ଏସସିଓ)। ଏହି ବୈଠକରେ ଭାରତ ପକ୍ଷରୁ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍  ମଧ୍ୟ ଏହି ବୈଠକରେ ଯୋଗଦେବେ। କିନ୍ତୁ ଉଭୟଙ୍କ ମଧ୍ୟରେ କୌଣସି ସାକ୍ଷାତ ହେବ ନାହିଁ।

ପୂର୍ବରୁ ମେ ମାସରେ ମଧ୍ୟ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ   ଏସସିଓର ଏକ ବୈଠକକୁ ଯାଇଥିଲେ। ସେତେବେଳେ ମଧ୍ୟ ପାକିସ୍ତାନ ସରକାର ସୁଷମାଙ୍କ ପାଇଁ ଆକଶ ମାର୍ଗ ଖୋଲିଥିଲେ। ତେବେ ଆବଶ୍ୟକ କିଛି ସରକାରୀ ନିଷ୍ପତ୍ତି ପରେ ପାକିସ୍ତାନ ସରକାର ସମ୍ପୂର୍ଣ୍ଣ ସୂଚନା ଦେବେ ବୋଲି ଜଣାପଡ଼ିଛି। ଏଥିସହ ବେସାମରିକ ବିମାନ ଚଳାଚଳ ଅଧିକାରୀଙ୍କୁ ଏ ବାବଦରେ ସୂଚନା ଦିଆଯିବ ବୋଲି ପାକିସ୍ତାନର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ପାକିସ୍ତାନର ଏହି ସହଯୋଗ ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଓ ସକରାତ୍ମକ  ଆଲୋଚନା ପାଇଁ ଅନୁକୂଳ ହେବ ବୋଲି ପାକିସ୍ତାନ ଆଶା ରଖିଛି।

ପଢନ୍ତୁ: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ

Related posts

ମିସ୍ ଫିଲିପାଇନ୍ସ ହେଲେ ମିସ୍ ୟୁନିଭର୍ସ

ENO Beuro

ସାନିଆ ଓ ସୋଏବଙ୍କ ପୁଅକୁ ମିଳିବନି ପାକିସ୍ତାନ ନାଗରିକତ୍ୱ

ENO Beuro

ସେପ୍ଟେମ୍ବର ୧୫ରେ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ

ENO Beuro

Leave a Comment