News

ପାକିସ୍ତାନୀ ବିଶ୍ଵକପ ବିଜ୍ଞାପନରେ ଭାରତର ୱିଙ୍ଗ କମାଣ୍ଡର ଅଭିନନ୍ଦନ

Avi

ପାକିସ୍ତାନର ଟିଭିରେ ଘୃଣ୍ୟ ବିଜ୍ଞାପନ

ପାକିସ୍ତାନ ଯେବେଯେବେ ବିଶ୍ୱକପରେ ଭାରତ ବିପକ୍ଷରେ ଖେଳିଛି ତାକୁ କଡା ଜବାବ ମିଳିଛି । ପାକିସ୍ତାନ ପ୍ରତ୍ୟେକଥର ଭାରତ ଠାରୁ ପରାସ୍ତ ହୋଇଛି । ଏଥର ମଧ୍ୟ ପାକିସ୍ତାନର ସେହିଭଳି ଅବସ୍ଥା ହେବ ବୋଲି କ୍ରିକେଟପ୍ରେମୀ କହୁଛନ୍ତି । ଭାରତ ପାକିସ୍ତାନ ମ୍ୟାଚ  ସମୟରେ ଟିଭିରେ ଭାରତ ପାକିସ୍ତାନ କ୍ରିକେଟ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ବିଜ୍ଞାପନ ମଧ୍ୟ ଆସିଥାଏ । ଏଥର ପାକିସ୍ତାନ ଏକ ନିହାତି ଖରାପ ବିଜ୍ଞାପନ ତିଆରି କରିଛି । ଏହି ବିଜ୍ଞାପନ ପାକିସ୍ତାନର ନିମ୍ନ ଚିନ୍ତାଧାରାକୁ ସଫାସଫା ଦର୍ଶାଉଛି । ଏହି ବିଜ୍ଞାପନ ମାଧ୍ୟମରେ ଭାରତୀୟ ବାୟୁସେନା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ  ବର୍ତ୍ତମାନଙ୍କ ପରିହାସ କରିଛି ପାକିସ୍ତାନ ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ବିଶ୍ଵକପ ମ୍ୟାଚକୁ ନେଇ ଏକ ପାକିସ୍ତାନୀ ଚ୍ୟାନେଲ ନୀଚ ସ୍ତରକୁ ଖସିଯାଇ ବିଜ୍ଞାପନ ପ୍ରସ୍ତୁତ କରିଛି, ଯେଉଁଥିରେ ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ମଜାକ ଉଡ଼ାଯାଇଛି।

Asd

ପୁଲୱାମା ଆକ୍ରମଣ   ପରେ ଅଭିନନ୍ଦନ ପାକିସ୍ତାନୀ ସେନା ଦ୍ବାରା ଗିରଫ ହୋଇଥିଲେ। ପାକ୍‌ ସେନା ତାଙ୍କଠାରୁ ଗୁପ୍ତ ତଥ୍ୟ ହାସଲ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲା। ତାଙ୍କୁ ଭାରତକୁ ହସ୍ତାନ୍ତର କରିବାର କିଛି ସମୟ ପୂର୍ବରୁ ପାକିସ୍ତାନୀ ସେନା ଦ୍ବାରା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିଲା। ସେଥିରେ ଅଭିନନ୍ଦନଙ୍କୁ ଚା’ ପିଆଯାଇ କିଛି ତଥ୍ୟ ବିଷୟରେ ପ୍ରଶ୍ନ କରାଯାଇଥିଲା। କିନ୍ତୁ ସେ ପାକ୍‌ ସେନାକୁ କିଛି କହିବାକୁ ମନା କରିଦେଇଥିଲେ। ସେହିସବୁ କଥାକୁ ନେଇ ପାକ୍‌ର ଏକ ଟିଭି ଚ୍ୟାନେଲ ଏକ ବାଜେ ବିଜ୍ଞାପନ ପ୍ରସ୍ତୁତ କରିଛି। ଯେଉଁଭଳି ଭାବେ ପୂର୍ବ ଭିଡିଓରେ ଅଭିନନ୍ଦନଙ୍କୁ ଚା’ର ସ୍ବାଦକୁ ନେଇ ପ୍ରଶ୍ନ ପଚରାଯାଇଛି, ଠିକ୍‌ ସେହିପରି ଏହି ବିଜ୍ଞାପନରେ ଅଭିନନ୍ଦନଙ୍କ ପରି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କୁ ଚା’ ବିଷୟରେ ପ୍ରଶ୍ନ କରାଯାଇଛି। ଅଭିନନ୍ଦନଙ୍କ ଭଳି ଉକ୍ତ ବ୍ୟକ୍ତିଙ୍କର ନିଶ ରହିଛି ଏବଂ ସମ୍ପୃକ୍ତ ବ୍ୟକ୍ତି ଭାରତୀୟ କ୍ରିକେଟ ଟିମର ଜର୍ସି  ପିନ୍ଧିଛନ୍ତି। ତାଙ୍କ ହାତରେ ଏକ ଚା’ କପ୍‌ ରହିଛି। ଅଭିନନ୍ଦନଙ୍କୁ ଯେପରି ଚା’ ପିଆଇବା ସମୟରେ ପାକିସ୍ତାନରେ ପଚରାଉଚରା କରାଯାଇଥିଲା, ସେହିଭଳି ବିଜ୍ଞାପନରେ ବି ପଚରାଉଚରା କରାଯାଉଛି। ବିଜ୍ଞାପନରେ ଉକ୍ତ ବ୍ୟକ୍ତିଙ୍କୁ ପଚରାଯାଉଛି ଯେ, ଭାରତ ଓ ପାକିସ୍ତାନ ମଧ୍ୟ​‌ରେ ହେବାକୁ ଥିବା ମ୍ୟାଚରେ ପ୍ଲେଇଂ ଇଲେଭେନ   କ’ଣ ? ଏହା ପରେ ଉକ୍ତ ବ୍ୟକ୍ତିଙ୍କୁ ସେଠାରୁ ଯିବାକୁ କୁହାଯାଉଛି। କିନ୍ତୁ ଯେତେବେଳେ ସେ ଯିବାକୁ ବାହାରୁଛନ୍ତି, ସେତେବେଳେ ପୁଣି କୁଆଯାଉଛି ଟିକେ ରୁହନ୍ତୁ, କପ୍‌ କେଉଁଆଡ଼େ ନେଇ ଯାଉଛ ବୋଲି ପ୍ରଶ୍ନ କରାଯାଇଛି। ଏଠାରେ କପ୍‌ ଅର୍ଥ ବିଶ୍ଵକପ୍‌ ଟ୍ରଫି

Try
Try

ପଢନ୍ତୁ: ଗୁଜରାଟରେ ବିଭୀଷିକା ରଚିବ ବାତ୍ୟା ‘ବାୟୁ’

Related posts

ବ୍ୟବସାୟିକ ସୁଗମତା ଗ୍ରାଣ୍ଡ ଚାଲେଞ୍ଜର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ENO Beuro

Odisha Government – Laptop For All Panchayats In The State

ENO Beuro

୨୦୧୫ ଦଙ୍ଗା ମାମଲା: ହାର୍ଦ୍ଦିକ୍‌ ପଟେଲ ଦୋଷୀ ସାବ୍ୟସ୍ତ,୨ ବର୍ଷ ଜେଲ

ENO Beuro

1 comment

Leave a Comment