News

ପାକିସ୍ତାନ ଆକାଶରେ ପୁଣି ଉଡିବ ଭାରତୀୟ ବିମାନ

Untitled 1

ପୁଣି ପାକ୍ ଆକାଶରେ ଉଡିବ ଭାରତୀୟ ବିମାନ ! ଏନେଇ ଭାରତ ପାଇଁ ପାକିସ୍ତାନ ଖୋଲିଲା ଏୟାରସ୍ପେଶ୍ ।ବାଲାକୋଟ୍ ବିମାନ ଆକ୍ରମଣ ପରଠାରୁ ଭାରତୀୟ ବିମାନ ଉପରେ ପାକ୍ ବ୍ୟାନ୍ ଲଗାଇଦେଇଥିଲା । ଏହା ପରଠାରୁ ପାକ୍ ଆକାଶରେ ଭାରତୀୟ ବିମାନ ପ୍ରବେଶ କରିବା ନିଷିଦ୍ଧ ହୋଇଯାଇଥିଲା । ତେବେ ବର୍ତ୍ତମାନ ପାକ୍ ଏହି ବ୍ୟାନ୍ କୁ ହଟାଇ ଦେଇଛି ।

ସୂଚନା ମୁତାବକ, ପାକିସ୍ତାନ ମୁ୍ଖ୍ୟ ଏବିଏସନ୍ କରିଡର୍  ମଧ୍ୟ ଭାଗରେ ପଡିଥାଏ , ଯେଉଁଥିରେ ପ୍ରତିଦିନ ଶହ ଶହ ଯାତ୍ରୀ ଏବଂ ମାଲବାହୀ ବିମାନ ଉପରେ ସିଧାସଳଖ ପ୍ରଭାବ ପଡିଥାଏ । ଏଥିରେ ଇନ୍ଧନକୁ ନେଇ ଏୟାରଲାଇନ୍ସକୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା ଏବଂ ଯାତ୍ରୀମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାଛଡା ପାକିସ୍ତାନର ମଧ୍ୟ ଏଥିରେ ଖୁବ୍ କ୍ଷତି ହେଉଥିଲା । ପାକ୍ କୁ ଗୋଟିଏ ଫ୍ଲାଇଟ୍ ପାଇଁ ୫୦୦ ଡଲାର ମିଳୁଥିବା ବେଳେ ଏୟାରସ୍ପେଶ୍ ବନ୍ଦ ହେବା କାରଣରୁ ଟଙ୍କା ମିଳିବା ମଧ୍ୟ ବନ୍ଦ ହୋଇଯାଇଥିଲା । ବାଲାକୋଟ୍ ଆକ୍ରମଣକୁ ପୁନଃ ଯେଭଳି ନ ଦୋହରାଇବା ପାଇଁ ପାକ୍ ଭାରତ ସାମ୍ନାରେ ସର୍ତ୍ତ ରଖିଥିଲା ଯଦି ଭାରତ ପୁନଶ୍ଚ ଆକ୍ରମଣ କରେ ତେବେ ଏୟାରସ୍ପେଶ୍ କୁ ବନ୍ଦ କରିବା ପାଇଁ ମଧ୍ୟ ଧମକ ଦେଇ ଆସୁଥିଲା । କିନ୍ତୁ ଏବେ ଏଭଳି ପ୍ରତୀତ ହେଉଛି ଯେ କୁଟନୈତିକ ଚାପ ଏବଂ ଆର୍ଥୀକ ଅଭାବ ଯୋଗୁଁ ପାକିସ୍ତାନ ସ୍ୱୟଂ ନିଜପଟୁ ଏହି ବ୍ୟାନ୍ କୁ ହଟାଇଛି ।

ପଢନ୍ତୁ: ସ୍ଥଗିତ ହେଲା ‘ଚନ୍ଦ୍ରଯାନ-୨’ର ଉତ୍‌କ୍ଷେପଣ, ତ୍ରୁଟି ଖୋଜିବାକୁ ଲାଗିବ ମାସେ

Related posts

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର !

ENO Beuro

ଏଥର ବିଳମ୍ବରେ ଆସିବ, କମ ବର୍ଷିବ ମୌସୁମୀ

Ratnamani Moharana

ଏଣିକି ଜରିମାନା ନୁହଁ ବାଇକ ଜବତ ହେବ, ନିୟମ ନମାନିଲେ ମାମଲା ଯିବ କୋର୍ଟକୁ

ENO Beuro

Leave a Comment