News

ପୁଣି ଅସ୍ତ୍ରବିରତି ଉଲଂଘନ କଲା ପାକିସ୍ତାନ

pak

ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ପୁଣି ଥରେ କଲା ଅସ୍ତ୍ରବିରତି ଉଲଂଘନ

ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲଂଘନ କରିଛି। ସୂଚନା ଅନୁସାରେ ଆଜି ସକାଳ ୬ଟା ପାଖାପାଖି କୃଷ୍ଣାଘାଟି ସୀମା ରେଖା ପାଖରେ ପାକିସ୍ତାନ ପକ୍ଷରୁ ଆକ୍ରମଣ କରି ସିଜଫାୟାରକୁ ଭାଙ୍ଗିଦେଇଛନ୍ତି। ସ୍ଥାନୀୟ କ୍ରିଷ୍ଣା ଘାଟି ସେକ୍ଟରରେ ଦୁଇପକ୍ଷଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆଯିବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଗତକାଲି ପାକିସ୍ତାନର ଆକାଶୀ ଆକ୍ରମଣ ପରେ ସମାରିକ ଭାବେ ଗୁରୁତ୍ବପୂର୍ଣ୍ଣ ସ୍ଥାନଗୁଡ଼ିକରେ ହାଇ ଆଲର୍ଟ ଜାରି କରାଯାଇଛି।

ଓଡ଼ିଶାର ପାରାଦୀପ ବନ୍ଦରରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଥିବା ଜଣାପଡ଼ିଛି। ଫଳରେ ପାରାଦୀପ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି।

ପଢନ୍ତୁ; ନରମିଲା ପାକିସ୍ତାନ: ଶାନ୍ତି ଆଲୋଚନା ପାଇଁ ନେହୁରା ହେଲେ ଇମ୍ରାନ

Related posts

ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ! ଆସନ୍ତୁ ଜାଣିବା କଣ ଏହି ନାମର ଅର୍ଥ

Ratnamani Moharana

ରାଜ୍ୟ ସରକାର ଶହୀଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା, ଯାତ୍ରା କାଳରେ ମିଳିବ ଲାଇଫ ଜ୍ୟାକେଟ

ENO Beuro

ଡେରା ବାବା ନାନକ-କର୍ତ୍ତାରପୁର ସାହିବ କରିଡର ଶିଳନ୍ୟାସ କଲେ ଉପରାଷ୍ଟ୍ରପତି

ENO Beuro

Leave a Comment