News

ପାକିସ୍ତାନୀ ମେଜରଙ୍କ ସହ ଅଭିନନ୍ଦନଙ୍କ ଆଳାପରୁ କିଛି…

imagesw

ପାକିସ୍ତାନୀଙ୍କ ହାତରେ ଧରାପଡିବା ପରେ ଅଭିନନ୍ଦନଙ୍କୁ ପାକିସ୍ତାନୀ ମେଜର ପଚାରିଥିଲେ କିଛି ପ୍ରଶ୍ନ। ସେ ପ୍ରଶ୍ନଥିଲା କିଛି ଏପରି……..

 

ପ୍ରଶ୍ନ-୧) ପାକ୍ ମେଜର୍ – ଆପଣଙ୍କ ନାଁ କଣ ଅଟେ ?

ଅଭିନନ୍ଦନଙ୍କ ଉତ୍ତର : ମୋର ନାଁ ୱିଙ୍ଗ୍ କମାଣ୍ତର ଅଭିନନ୍ଦନ ଅଟେ , ଓ ଏହା ସହ ମୋର ପ୍ରମାଣ ବି ଅଛି ।

ପ୍ରଶ୍ନ-୨) ପାକ ମେଜର୍- ଆପଣ ଆଶା କରୁଛନ୍ତି କି ଏଠାରେ ଆପଣଙ୍କୁ ଭଲ ବ୍ୟବହାର କରାଯାଊଛି, ଓ ଆପଣଙ୍କୁ କେଉଁ ଭଳି କିଛି ଅସୁବିଧା ହେଉନାହିଁ ?

ଉତ୍ତର : ହଁ ମୋ ସହ ଭଲ ବ୍ୟବହାର କରାଯାଉଛି , ଓ ଏହି ବୟାନ୍ ମୁଁ ଭାରତ ଫେରିଲା ପରେ ବି ବଦଳାଇବି ନାହିଁ , ଆପଣ ସମସ୍ତେ ମୋତେ ଜନତାଙ୍କ ଭିଡରୁ ବଞ୍ଚାଇଲେ , ଆପଣ ସମସ୍ତେ ଭଲ ଲୋକ ଅଟନ୍ତି , ଓ ଏହି କଥା ମୁଁ ସବୁ ଭାରତୀୟ ସୈନିକଙ୍କୁ ବି କହିବାକୁ ଚାହିଁବି କି ସେ ଆପଣଙ୍କ ସହ ସେମିତି ଭଲ ବ୍ୟବହାର କରନ୍ତୁ ।

ପ୍ରଶ୍ନ ୩) ଆପଣ କେଉଁଠିକାର ବାସିନ୍ଦା ଅଟନ୍ତି ?

ଉତ୍ତର : ମୁଁ ଏହି ସବୁ ବିଷୟରେ ଆପଣଙ୍କୁ କିଛି ବି କହିପାରିବି ନାହିଁ , ଖାଲି ଏତିକି ଜାଣିନିଅନ୍ତୁ କି ଦକ୍ଷିଣ ଭାରତର କେଉଁ ଜାଗାରୁ ମୁଁ ରହୁଛି ।
ପ୍ରଶ୍ନ-୪ ) ଆପଣ କଣ ବିବାହିତ ?

ଉତ୍ତର : ହଁ ମୁଁ ବିବାହିତ ଅଟେ ।

ପ୍ରଶ୍ନ-୫) ଆପଣଙ୍କୁ ଚାହା ପସନ୍ଦ ଲାଗିଲା କି ନାହିଁ ?

ଉତ୍ତର : ହଁ ଚାହା ବହୁତ ବଢିଆ ହୋଇଛି , ଧନ୍ୟବାଦ ।

ପ୍ରଶ୍ନ ୬) ଆପଣ କହିପାରିବେ କି ଆପଣ କେଉଁ ବିମାନ ଉଡାଉଥିଲେ ?

ଉତ୍ତର : ମୁଁ ଆପଣଙ୍କୁ କିଛି ବି କହିପାରିବି ନାହିଁ , ଆପଣ ବିମାନର ଧ୍ୱଂସାବିଶେଷ ଦେଖିଲେ ସେଥିରୁ ଜାଣିପାରିବେ ।

ପ୍ରଶ୍ନ-୭) ପରିଶେଷର ଆପଣଙ୍କୁ ଶେଷ ପ୍ରଶ୍ନ କୁହନ୍ତୁ ଆପଣଙ୍କ କଣ ମିଶନ୍ ଥିଲା ।

ଉତ୍ତର : କ୍ଷମା କରିବେ ମୁଁ ଆପଣଙ୍କୁ ଏହି ବିଷୟରେ କିଛି ବି କହିପାରିବି ନାହିଁ, ଧନ୍ୟବାଦ ।

ଏମିତି କିଛି ବି ସୁଚନା ଦେଇନଥିଲେ ଯେଉଁଥିରେ ଭାରତ ପାଇଁ ବିପଦ ହେବନି   କି ତାଙ୍କ ପରିବାର ଉପରେ କିଛି ଆଞ୍ଚ ଆସିବନି।  ମାତ୍ର ପାକିସ୍ତାନୀ ମେଜର ଜାଣି ନଥିଲେ ଯେ ସେ ଜଣେ ଭାରତୀୟ ଜବାନଙ୍କ ସହ କଥା ହେଉଛନ୍ତି, ମେଜରଙ୍କ ଏଭଳି ସାହସ ଆଗରେ ହାରିଯାଇଥିଲା ପାକିସ୍ତାନୀ ସେନା।

ପଢନ୍ତୁ: ପଣସକଠା ତରକାରୀ

Related posts

ବ୍ରାହ୍ମଣୀ ସେତୁ ଯାତ୍ରୀଙ୍କ ପାଇଁ ପାଲଟିଛି ମରଣ ଜନ୍ତା, ନଭେମ୍ବର ୨ରୁ ବ୍ରାହ୍ମଣୀ ସେତୁ ବଂଚାଅ ଆନ୍ଦୋଳନ

ENO Beuro

ଶଶି ଥରୁରଙ୍କୁ ମିଳିଲା ଆଗୁଆ ଜାମିନ

ENO Beuro

ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ମାଲକାନଗିରି ଓ କୋରାପୁଟ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା

Ratnamani Moharana

Leave a Comment