POLITICALS

ପାକିସ୍ତାନ ପ୍ରତି ବଡ ବିପଦ, ବିଶ୍ୱସ୍ତରରେ ହୋଇପାରେ କଳା ତାଲିକାଭୁକ୍ତ

Pakistan Jhataka 750x430

ପାକିସ୍ତାନକୁ ବଡ଼ ଝଟକା । ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଇମ୍ରାନ୍ ସରକାରଙ୍କୁ ଦେଶବାସୀଙ୍କ ଅପେକ୍ଷା ଆତଙ୍କବାଦୀ ପ୍ରେମ ଅଧିକ । ଦେଶ ପଛେ ଚୁଲିକୁ ଯାଉ, ହେଲେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଜାରି ରହୁ । ଭାରତର ଅନ୍ତରୀଣ ମାମଲାରେ ଅଯଥା ମୁଣ୍ଡ ପୁରାଉଥିବା ପାକିସ୍ତାନ ତାକୁ ମହଙ୍ଗା ପଡ଼ିଛି । ଆତଙ୍କବାଦକୁ ପାଣ୍ଠି ଯୋଗାଣ ଓ ଆର୍ଥିକ ଦୁର୍ନୀତି ପ୍ରତିରୋଧ ପାଇଁ ଥିବା ଅନୁଷ୍ଠାନ୍ ଏଫଏଟିଏଫ୍ ପାକିସ୍ତାନକୁ କଳା ତାଲିକା ଭୁକ୍ତ ହୋଇପାରେ। ଫାଇନାନ୍‌ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ ବା FATF ପକ୍ଷରୁ ପାକିସ୍ତାନକୁ ବ୍ଲାକଲିଷ୍ଟ କରିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ବଢ଼ୁଥିବା ଆତଙ୍କବାଦୀ କାର୍ଯ୍ୟକଳାପ, ଆତଙ୍କୀଙ୍କୁ ପ୍ରୋତ୍ସାହନ ଭଳି ବିଭିନ୍ନ କାର୍ଯ୍ୟରେ ପାକିସ୍ତାନ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ତେଣୁ ଏହାକୁ ବ୍ଲାକ୍‌ଲିଷ୍ଟ କରିବାକୁ ବିଭିନ୍ନ ରାଷ୍ଟ୍ର ପକ୍ଷରୁ FATF ଉପରେ ଚାପ ସୃଷ୍ଟି ହୋଇଛି।

ଫରାସୀ ଭାଷାରେ ‘ଗ୍ରୁପ୍ ଡି’ଆକ୍ସନ୍ ଫିନାସିଏର୍’ ଭାବେ ଜଣା ‘ଏଫ୍ଏଟିଏଫ୍’ର ‘ଏପିଜି’ ବୈଠକ ଅଷ୍ଟ୍ରେଲିଆର କାନବେରାରେ ଅନୁଷ୍ଠିତ ହୋଇଥିଲା । ଏବଂ ଦୁଇ ଦିନ ଧରି ସାତ ଘଣ୍ଟାରୁ ଊର୍ଦ୍ଧ୍ୱ କାଳ ଆଲୋଚନା କରାଯାଇଥିଲା । ଜୁନ୍ ମାସରେ ‘ଏଫ୍ଏଟିଏଫ୍’ର ବୈଠକରେ ପାକିସ୍ତାନକୁ ଚେତାବନୀ ଦିଆଯାଇଥିଲା କି, ଯଦି ସେ ଆତଙ୍କବାଦକୁ ପାଣ୍ଠି ଯୋଗାଣକୁ ନିୟନ୍ତ୍ରଣ କରି ନ ପାରେ, ତାକୁ କଳାତାଲିକାଭୁକ୍ତ କରାଯିବ ।

ତେବେ ଏନେଇ ବିଧିବଦ୍ଧ ନିଷ୍ପତ୍ତି ହୋଇନଥିଲେ ବି ଆସନ୍ତା ମାସ ଏ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ହେବ। ଯେଉଁଥିରେ ପାକିସ୍ତାନକୁ ବ୍ଲାକ୍ ଲିଷ୍ଟ କରାଯିବ ନା ନାହିଁ ସେ ନେଇ ନିଷ୍ପତ୍ତି ହେବ। ଯଦି, ପାକିସ୍ତାନ ବ୍ଲାକ୍ ଲିଷ୍ଟ ହୁଏ, ତେବେ ତା’ର ବାଣିଜ୍ୟିକ କାରବାର, ଆର୍ଥିକ ସ୍ତରରେ  ସହାୟତା କ୍ଷେତ୍ରରେ ବାଧା ଉପୁଜିପାରେ।

ପଢନ୍ତୁ: ମହଙ୍ଗା ହେବାକୁ ଯାଉଛି ଓମ୍‌ଫେଡ୍‌ ପ୍ୟାକେଟ୍‌

Related posts

ଦାମୋଦର ରାଉତଙ୍କ ନବୀନଙ୍କୁ ପ୍ରଶ୍ନ ବାଣ: ବିଜୁ ବାବୁ ତାଙ୍କ ଦିଲ୍ଲୀ ଘରକୁ ଯାଉନଥିଲେ କଣ ପାଇଁ

Ratnamani Moharana

ସାଂସଦଭାବେ ଶପଥ ନେବାପରେ ରେଜିଷ୍ଟରରେ ଦସ୍ତଖତ କରିବାକୁ ଭୁଲିଗଲେ ରାହୁଲ ଗାନ୍ଧି

Ratnamani Moharana

‘କାଶ୍ମୀର’ ଆମର, କାଶ୍ମୀର ପାଇଁ ଜୀବନ ଦେଇଦେବି ବୋଲି କହିଲେ ଅମିତ ଶାହା

Ratnamani Moharana