Loading...

ବିଶ୍ୱକପ୍ ପାଇଁ ହାଇଦ୍ରାବାଦରେ ପହଞ୍ଚିଲା ବାବର ବାହିନୀ

ବିଶ୍ୱକପ୍ ପାଇଁ ହାଇଦ୍ରାବାଦରେ ପହଞ୍ଚିଲା ବାବର ବାହିନୀ

ଦୀର୍ଘ ୭ ବର୍ଷ ପରେ ଭାରତ ଆସିଛି ପାକିସ୍ତାନ କ୍ରିକେଟ ଟିମ୍ । ଆସନ୍ତା ମାସରୁ ଭାରତରେ ହେବାକୁ ଦିନିକିଆ ବିଶ୍ୱକପ ପାଇଁ ପାକିସ୍ତାନ ଦଳ ଗତକାଲି ରାତିରେ ହାଇଦ୍ରାବାଦ ପହଞ୍ଚିଛି ।

ଦୀର୍ଘ ୭ ବର୍ଷ ପରେ ଭାରତ ଆସିଛି ପାକିସ୍ତାନ କ୍ରିକେଟ ଟିମ୍ । ଆସନ୍ତା ମାସରୁ ଭାରତରେ ହେବାକୁ ଦିନିକିଆ ବିଶ୍ୱକପ ପାଇଁ ପାକିସ୍ତାନ ଦଳ ଗତକାଲି ରାତିରେ ହାଇଦ୍ରାବାଦ ପହଞ୍ଚିଛି । ଅଧିନାୟକ ବାବର ଆଜମ ଏବଂ ପୁରା ଟିମକୁ ଭବ୍ୟ ସ୍ୱାଗତ କରାଯାଇଛି । ଭିସା ମିଳିବାରେ ବିଳମ୍ବ ଯୋଗୁ ପାକିସ୍ତାନ ଟିମ ବିଳମ୍ବରେ ଭାରତ ପହଞ୍ଚିଛି । ଆସନ୍ତାକାଲି ପାକିସ୍ତାନ ଟିମ ହାଇଦ୍ରାବାଦରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଅଭ୍ୟାସ ମ୍ୟାଚ ଖେଳିବ ଏବଂ ଅକ୍ଟୋବର ୩ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଅଭ୍ୟାସ ମ୍ୟାଚ ଖେଳିବ ।  

ସୂଚନାନୁସାରେ,  ଆସନ୍ତା ଅକ୍ଟୋବର ୯ରୁ ନଭେମ୍ବର ୧୯ ତାରଖ ମଧ୍ୟରେ ଭାରତରେ ଆଇସିସିର ସବୁଠୁ ବଡ଼ ଟୁର୍ଣ୍ଣମେଣ୍ଟ ଖେଳାଯିବ । ଦୁଇ ଦେଶ ମଧ୍ୟରେ ସୀମା ଏବଂ ଆତଙ୍କବାଦକୁ ନେଇ ବିବାଦ ଚାଲିଥିବାରୁ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳଙ୍କୁ ଏକାଠି ଦେଖିବାକୁ ମିଳୁଛି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.