News

ଇସ୍ତଫା ଦେଲେ ପାକିସ୍ତାନ ଅର୍ଥମନ୍ତ୍ରୀ ଅସଦ ଉମର

ଆଜି ପାକିସ୍ତାନ ଅର୍ଥମନ୍ତ୍ରୀ  ଅସଦ ଉମର ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା  ଦେଇଛନ୍ତି। ପାକିସ୍ତାନର ଅର୍ଥବ୍ୟସ୍ଥା ଠିକ ନଥିବା ବେଳେ ଏପରି ନିଜ ପଦବୀରୁ ଇସ୍ତଫା ଦେବାନେଇ ଚର୍ଚା ହେଉଛି।  ତେବେ ଇସ୍ତଫାକୁ ନେଇ ଅସଦ ଉମର ଟୁଇଟ  କରି ଏହାର କାରଣ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏହି ଟୁଇଟରେ ସେ ଉଲ୍ଲେଖ କରିଛନ୍ତିକି, ପାକିସ୍ତାନ ପ୍ରଧାନମନ୍ତ୍ରୀ  ଇମରାନ ଖାନ ମନ୍ତ୍ରୀମଣ୍ଡଳରେ  କିଛି ଅଦଳବଦଳ କରିବାକୁ ଚାହୁଞ୍ଚନ୍ତି। ଏହି ପରିପ୍ରେକ୍ଷୀରେ ତାଙ୍କୁ ଅର୍ଥମନ୍ତରାଳୟ ବଦଳରେ ଶକ୍ତି ମନ୍ତ୍ରାଳୟ  ଦଇତ୍ଵ ନେବାକୁ କୁହାଯାଇଥିଲା। କିନ୍ତୁ ସେ କୌଣସି ମନ୍ତ୍ରାଳୟ ଦାଇତ୍ଵ ନେବାକୁ ଇଚ୍ଛୁକ ନୁହ ବୋଲି କହିଥିଲେ।

 

 

ଗୋଟିଏପଟେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ  ପାଉଥିବାବେଳେ ଅନ୍ୟପଟରେ ମୁଦ୍ରାସ୍ପୀତି ବୃଦ୍ଧି ପାଉଛି। ଏହି କାରଣରୁ ପାକିସ୍ତାନ ସରକାର ନିଜର ଅର୍ଥନିତୀକୁ ଠିକସେ ସମ୍ଭାଳି ପାରୁନାହାନ୍ତି ବୋଲି ଭାବି ଅସଦ ଉମରଙ୍କୁ ପଦରୁ ହଟାଇବା ପାଇଁ ଦାବି  କରାଯାଉଥିଲା।

ପଢନ୍ତୁ: ନିର୍ବାଚନୀ ସଭାରେ ହାର୍ଦ୍ଦିକଙ୍କୁ ଚାପୁଡ଼ା ମାରିଲେ ଜନସାଧାରଣ

Related posts

ରାଜ୍ୟସରକାର ବଢାଇଲେ ବାର୍ଦ୍ଧକ୍ୟ ଭତ୍ତା

ENO Beuro

ଦକ୍ଷିଣ ଓ ଉପକୂଳ ଓଡିଶାରେ ବର୍ଷା, ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ

ENO Beuro

ତାଳଚେରରେ ସାରକାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ENO Beuro

Leave a Comment