POLITICALS

ଶେଷରେ ହାର ମାନିଲା ପାକିସ୍ତାନ: କୂଳଭୂଷଣ ଯାଦବଙ୍କୁ ମିଳିବ ଦୂତାବାସ ସହାୟତା

Untitled 1

କୁଳଭୂଷଣ ଯାଦବଙ୍କୁ ମିଳିବ ଦୂତାବାସର ସହାୟତା । ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୟ ପୂର୍ବ ନୌସେନା ଅଧିକାରୀ କୁଳଭୁଷଣ ଯାଦବଙ୍କ ମାମଲାରେ ଆଇସିଜେର ରାୟ ଆସିବା ପରେ ଏବେ ପାକିସ୍ତାନ ତାର ଭୁଲ ସୁଧାରିବାକୁ ବାଧ୍ୟ ହୋଇଛି । ଶୁକ୍ରବାର ଇମ୍ରାନ ଖାଁଙ୍କ ସରକାର ଭାରତୀୟ ବନ୍ଦୀ କୁଳଭୂଷଣ ଯାଦବଙ୍କୁ ଦୂତାବାସ ସମ୍ପର୍କ ସ୍ଥାପନ ବା କୂଟନୈତିକ ଯୋଗାଯୋଗ ସୁବିଧା ପ୍ରଦାନକୁ ଅନୁମୋଦନ କରିଛନ୍ତି। ଏହାଦ୍ବାରା କୁଳଭୂଷଣଙ୍କ ସହିତ ଭାରତୀୟ କୂଟନୀତିଜ୍ଞ, ଦୂତାବାସ କର୍ମଚାରୀ ଓ ଭାରତୀୟ ଅଧିକାରୀଙ୍କର ଯୋଗାଯୋଗ ହୋଇପାରିବ। ଆଇସିଜେ ରାୟକୁ ସମ୍ମାନ ଜଣାଇ ଏବଂ ଭିଏନ୍ନା ରାଜିନାମାର ଧାରା ୩୬, ପାରା-୧(ବି) ଆଧାରରେ କୁଳଭୂଷଣଙ୍କୁ ଏହି ସୁଯୋଗ ଦିଆଯିବ ବୋଲି ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ  ପକ୍ଷରୁ ଘୋଷଣା କରାଯାଇଛି। ଦାୟିତ୍ବବାନ ରାଷ୍ଟ୍ର ଭାବେ ପାକିସ୍ତାନ ଏହାର ରାଷ୍ଟ୍ରୀୟ ନୀତି ଅନୁସାରେ ଏହି ସୁବିଧା ଯୋଗାଇ ଦେବ ବୋଲି ବିଦେଶ ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି।

ଭାରତ ପକ୍ଷରୁ ଗୁରୁବାର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର  ଆଇସିଜେ ରାୟ ଅନୁସାରେ ତୁରନ୍ତ କୁଳଭୂଷଣଙ୍କୁ କୂଟନୈତିକ ଯୋଗାଯୋଗ ବ୍ୟବସ୍ଥା କରାଇବାକୁ ପାକିସ୍ତାନ ନିକଟରେ ଦାବି କରିଥିଲେ। ଏଥିସହିତ ପାକିସ୍ତାନ ତୁରନ୍ତ ଆଇସିଜେ ରାୟ କାର୍ଯ୍ୟକାରୀ କରିବାକୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର ମଧ୍ୟ ଦାବି କରିଥିଲେ। ପୂର୍ବରୁ ଏଥିପାଇଁ ବାରମ୍ବାର ଭାରତ ପକ୍ଷରୁ ଆବେଦନ କରାଯାଇଥିଲେ ମଧ୍ୟ ପାକିସ୍ତାନ ସରକାର ଅଗ୍ରାହ୍ୟ କରିଆସୁଥିଲେ। ଏବେ ଏଥିପାଇଁ ଭାରତକୁ ଆଉ କୂଟନୈତିକସ୍ତରରେ ଆବେଦନ କରିବାକୁ ପଡ଼ିବ ନାହିଁ।

ପଢନ୍ତୁ: ପ୍ରଥମ ୩ ମାସରେ ଜିଓର ନିଟ୍‌ ଲାଭ ୮୯୧ କୋଟି

Related posts

ଗୁର୍ଦାସପୁରରୁ ଆଜି ନାମାଙ୍କନ ଦାଖଲ କଲେ ଅଭିନେତା ସନ୍ନି ଦେଓଲ

Ratnamani Moharana

୨୦୧୯ ନିର୍ବାଚନରେ ଏକାଠି ଲଢିବେ ଏସ୍‌ପି-ବିଏସ୍‌ପି

ENO Beuro

ଧୀରେ ଧୀରେ ସ୍ପଷ୍ଟ ହେଉଛି ଚିତ୍ର : ଆଗରେ ବିଜେଡ଼ି, ପାଟକୁରାରେ ବିଜେଡ଼ି ସମର୍ଥଙ୍କ ଶଙ୍ଖ ଧ୍ୱନି

Ratnamani Moharana

Leave a Comment