ଅଭିନନ୍ଦନଙ୍କ ତଣ୍ଟି ଚିପି ନିର୍ଯାତନା ଦେଲା ପାକ-ସେନା

Abhinandan

ପାକିସ୍ତାନରେ ଅଭିନନ୍ଦନଙ୍କୁ ୬୦ ଘଣ୍ଟା ନିର୍ଯାତନା ଦେଲା ପାକିସ୍ତାନ ସେନା…..

 

ପାକିସ୍ତାନରେ ଦୀର୍ଘ ୬୦ ଘଣ୍ଟା ରହିଥିଲେ ବାୟୁସେନା ଅଧିକାରୀ ଅଭିନନ୍ଦନ। ପାକିସ୍ତାନ ସେନା କରିଥିଲା ତାଙ୍କଉପରେ ଅକଥନୀୟ ଅତ୍ୟାଚାର । ପାକିସ୍ତାନରୁ ଫେରିଲାପରେ ପାକିସ୍ତାନରେ ଥିବା ସମୟର ଅନୁଭବ ବଖାଣିଛନ୍ତି ଅଭିନନ୍ଦନ। ତାଙ୍କୁ ସେଠାରେ କି ଭଳି ଭାବେ ମାନସିକ ଓ ଶାରୀରିକ  ନିର୍ଯାତନା ଦିଆଯାଉଥିଲା କହିବା ଫଳରେ ସାମ୍ନାକୁ ଆସୁଛି ପାକିସ୍ତାନ ର ପ୍ରକୃତ ଚେହେରା।

Abhinandan
Abhinandan

ଅଭିନନ୍ଦନଙ୍କୁ ବାୟୁସେନାର ଗୁରୁତ୍ବପୂର୍ଣ ତଥ୍ୟ ଓଗାଳିବା ପାଇଁ ତାଙ୍କୁ ମାଡ ମଧ୍ୟ ମରା ଯାଇଥିଲା। ଏପରିକି କିଛି ଅଧିକାରୀ ତାଙ୍କ ତଣ୍ଟି ଚିପିଦେଇଥିଲେ ବୋଲି କହିଛନ୍ତି ଅଭିନନ୍ଦନ। ନିୟମିତ ବ୍ୟବଧାନରେ ତାଙ୍କୁ ଜେରା କରାଯାଉଥିଲା। ଘଣ୍ଟା ଘଣ୍ଟା ଧରି ଛିଡା କରାଯାଉଥିଲା। ଶୋଇବାକୁ ଦଉନଥିଲେ। ଦୀର୍ଘ ୬୦ ଘଣ୍ଟା ଧରି ଏପରି ଅତ୍ୟାଚାର ସହିଥିଲେ ଅଭିନନ୍ଦନ। ଶତ୍ରୁ ହାତରେ ଧାରା  ପଡିବା ୨୪ ଘଣ୍ଟା ପର୍ଯ୍ୟନ୍ତ କୌଣସି ତଥ୍ୟ ନ ଦେବାଲାଗି ଭାରତୀୟ ବାୟୁସେନାର ନିୟମ ରହିଛି। କୌଣସି ସେନା ପାଇଲଟ ଶତ୍ରୁ ହାତରେ ପଡିବାର ୨୪ ଘଣ୍ଟା ମଧ୍ୟରେ ବାୟୁସେନାର ବିଭିନ୍ନ ମୃତୟନ ଯୋଜନାକୁ ପରିବର୍ତନ କରାଯାଇଥାଏ। ତେଣୁ ପାକିସ୍ତାନ ହାତର  ଧରା ପଡିବାର ୨୪ ଘଣ୍ଟା ଥିଲା ଅଭିନନ୍ଦନଙ୍କ ପାଇଁ ସବୁଠୁ ଅଧିକ ସଂଘର୍ଷମୟ ସମୟ।
ପଢନ୍ତୁ: ଆଜି ମାର୍ଚ୍ଚ ୮ ବିଶ୍ଵ ମହିଳା ଦିବସ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More