ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
"ଭାରତ ସହ ତିନିଥର ଯୁଦ୍ଧ ଲଢି ପାକିସ୍ତାନ ଉଚିତ୍ ଶିକ୍ଷା ପାଇସାରିଛି । ଏବେ ଆମେ ଶାନ୍ତିରେ ରହିବାକୁ ଚାହୁଁଛୁ । ଭାରତ ଓ ପାକିସ୍ତାନ ଦୁଇ ପଡୋଶୀ ଏବଂ ପରସ୍ପର ସହ ରହିବା ଉଚିତ୍ ।" ସମ୍ପ୍ରତ୍ତି ପାକିସ୍ତାନ ଉତ୍କଟ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଭାରତକୁ ନେଇ ଏପରି ବିବୃତ୍ତି ଦେଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ।
"ଭାରତ ସହ ତିନିଥର ଯୁଦ୍ଧ ଲଢି ପାକିସ୍ତାନ ଉଚିତ୍ ଶିକ୍ଷା ପାଇସାରିଛି । ଏବେ ଆମେ ଶାନ୍ତିରେ ରହିବାକୁ ଚାହୁଁଛୁ । ଭାରତ ଓ ପାକିସ୍ତାନ ଦୁଇ ପଡୋଶୀ ଏବଂ ପରସ୍ପର ସହ ରହିବା ଉଚିତ୍ ।" ସମ୍ପ୍ରତ୍ତି ପାକିସ୍ତାନ ଉତ୍କଟ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଭାରତକୁ ନେଇ ଏପରି ବିବୃତ୍ତି ଦେଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ । ଆରବିୟା ଟିଭିକୁ ଦେଇଥିବା ସାକ୍ଷାତକାରରେ ସେ ଏହି କଥା କହିଛନ୍ତି ।ପାକ୍ ପ୍ରଧାନମନ୍ତ୍ରୀ କହିଛନ୍ତି, "ଭାରତ ଓ ପାକିସ୍ତାନ ଦୁଇ ପଡୋଶୀ । ଆମେ ଶାନ୍ତିରେ ରହିବା ନା ପରସ୍ପର ସହ ଝଗଡା କରି ନିଜର ସମୟ ଓ ସମ୍ବଳ ବର୍ବାଦ କରିବା ତାହା ଆମ ଉପରେ ନିର୍ଭର କରେ । ପାକିସ୍ତାନ ଭାରତ ସହ ତିନି ଥର ଯୁଦ୍ଧ ଲଢି ଉଚିତ୍ ଶିକ୍ଷା ପାଇସାରିଛି । ପ୍ରତ୍ୟେକ ଥର ଯୁଦ୍ଧରେ କେବଳ ଦାରିଦ୍ର୍ୟ ଓ ବେରୋଜଗାରୀ ସମସ୍ୟା ସୃଷ୍ଟି ହୋଇଛି । ଏବେ ଆମେ ଶାନ୍ତିରେ ବଞ୍ଚିବାକୁ ଓ ନିଜ ସମସ୍ୟା ସମାଧାନ କରିବାକୁ ଚାହୁଁଛୁ । ଦେଶରୁ ଦାରିଦ୍ର୍ୟତା ଦୂରୀକରଣ କରି ସୁଖ ସମୃଦ୍ଧ ଆଣିବାକୁ ଚାହୁଁଛୁ । ଦେଶବାସୀଙ୍କୁ ଉତ୍ତମ ଶିକ୍ଷା, ଉନ୍ନତ ସ୍ବାସ୍ଥ୍ୟସେବା ଓ ରୋଜଗାର ଦେବାକୁ ଲକ୍ଷ୍ୟ ରଖିଛୁ । ପାକିସ୍ତାନ ନିଜ ସମ୍ବଳକୁ ବୋମା ବାରୁଦରେ ନଷ୍ଟ କରିବାକୁ ଚାହୁଁନି ।" ଏହି ବାର୍ତ୍ତା ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେବାକୁ ଚାହୁଁଛି ବୋଲି ଶେହବାଜ ସରିଫ୍ କରିଛନ୍ତି ।ପାକିସ୍ତାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ ଆହୁରି କହିଛନ୍ତି ଯେ, ଆମ ପାଖରେ ଇଞ୍ଜିନିୟର, ଡାକ୍ତର ଓ କୁଶଳୀ ଶ୍ରମିକ ଅଛନ୍ତି । ଏସବୁର ବ୍ୟବହାର ଦେଶର ସମୃଦ୍ଧି କ୍ଷେତ୍ରରେ କରିବାକୁ ଚାହୁଁଛୁ । ଯଦ୍ବାରା ଦେଶରେ ଶାନ୍ତି ପ୍ରତିଷ୍ଠା ହେବା ସହ ଦୁଇ ଦେଶ ପ୍ରଗତି ହାସଲ କରିପାରିବ ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।