News

ପୁଣି ଥରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୁଅନ୍ତୁ ବୋଲି ଆଶାବ୍ୟକ୍ତ କଲେ ଇମରାନ ଖାନ

ଆଜିଠୁ ଆରମ୍ଭ ହେଉଛି ସାଧାରଣ ନିର୍ବାଚନ  । ଏହି ନିର୍ବାଚନର ଫଳାଫଳ କହିବ ଆଗକୁ କିଏ ହେବ ଭାରତର ପ୍ରଧାନମନ୍ତ୍ରୀ । ତେବେ ଏହି ନିର୍ବାଚନୀ ଦୌଡରେ ଆଗରେ ରହିଛି ବିଜେପି। ସମସ୍ତେ ନରେନ୍ଦ୍ର ମୋଦୀଙ୍କୁ ପୁଣିଥରେ ଦେଖିବାକୁ ଚାହାନ୍ତି ପ୍ରଧାନମନ୍ତ୍ରୀ ଭାବେ। ତେବେ ଭାରତର ଯେକୌଣସି ବ୍ୟକ୍ତି ଏପରି ଭାବିବା ସ୍ଵାଭାବିକ କାରଣ ମୋଦୀଙ୍କ ସମୟରେ ହିଁ ଭାରତରେ ଦେଖାଦେଇଛି ବିକାଶ କ୍ଷେତ୍ରରେ ପରିବର୍ତନ। ମାତ୍ର ଏହି ଶବ୍ଦଟି ଭାରତ ସହ ସର୍ବଦା ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ  ଇମରାନ ଖାନଙ୍କ ମୁହଁରୁ ଶୁଣିବାକୁ ଟିକେ ଅଡୁଆ ଲାଗୁଛି। ମାତ୍ର ଏହି କଥା ଖୋଦ ଇମରାନ ନିଜ ମୁହଁରେ ସ୍ଵୀକାର କରିଛନ୍ତି। ପୁଣି ଥରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୁଅନ୍ତୁ ବୋଲି ସେ ଆଶବ୍ୟକ୍ତ କରିଛନ୍ତି।

ଦ୍ୱିଥର ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଉଭୟ ଭାରତ ଓ ପାକିସ୍ତାନ  ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି କହିଛନ୍ତି ଇମରାନ। କଂଗ୍ରେସ ଯଦି ସରକାରକୁ ଆସେ ତେବେ କଶ୍ମୀର ମାମଲା ଅଧିକ ଦୁର୍ବଳ  ସାବ୍ୟସ୍ତ ହେବ। କାଶ୍ମୀର ସମସ୍ୟାର ସମାଧାନ କ୍ଷେତ୍ରରେ କଂଗ୍ରେସ ପଛଘୁଞ୍ଚା ଦେବ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ କିଛି ବିଦେଶୀ ସାମ୍ବାଦିକଙ୍କୁ ସାକ୍ଷାତକାର ଦେବା ଅବସରରେ ଭାରତୀୟ ରାଜନୀତି ଏବଂ ନିର୍ବାଚନ ପ୍ରସଙ୍ଗରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି।
ପଢନ୍ତୁ: ଆଜି ୨୦ଟି ରାଜ୍ୟର ୯୧ ଲୋକସଭା ଆସନ ପାଇଁ ହେଉଛି ମତଦାନ

Related posts

ଖାରବେଳ ସ୍ୱାଇଁଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ

ENO Beuro

ଆଜିଠାରୁ ସଂସଦର ଶୀତ ଅଧିବେଶନ

ENO Beuro

ଅଲଗା ହେଲା ଜଗା-ବଳିଆଙ୍କ ଯୋଡାମୁଣ୍ଡ, ଏବେ ଆସିୟୁରେ ୭୨ ଘଂଟା ଅବଜରଭେସନରେ ରହିବେ

ENO Beuro

Leave a Comment