ଭୟଭୀତ ପାକିସ୍ତାନ : ଆଜି ଭାରତୀୟ ପାଇଲଟ ଅଭିନନ୍ଦନଙ୍କୁ ଫେରାଇବ

Abhinandan

ଶେଷରେ ଭାରତ ଆଗରେ ମୁଣ୍ଡ ନୂଆଇ ପାଇଲଟ ଭାରତୀୟ ପାଇଲଟ ଅଭିନନ୍ଦନଙ୍କୁ ଫେରାଇବ ପାକିସ୍ତାନ

ଭାରତୀୟ ସାମରିକ ସେନା ଆଗରେ ମୁଣ୍ଡ ନୂଆଇବାକୁ  ରାଜି ହେଲା ପାକିସ୍ତାନ। ପାକିସ୍ତାନର ମୁଖ୍ୟମନ୍ତ୍ରୀ ଇମରାନ ଖାନ ପାକିସ୍ତାନକୁ ଯୁଦ୍ଧ ନୁହେ, ଶାନ୍ତି ଦରକାର ବୋଲି କହିଛନ୍ତି। ତେଣୁ ସେ ଭାରତୀୟ ପାଇଲଟ ଅଭିନନ୍ଦନଙ୍କୁ ଫେରାଇବା ଦ୍ଵାରା ୨ଦେଶ ମଧ୍ୟରେ ଆଲୋଚନାର ବାଟ ଫେରିବ ବୋଲି ସେ କହିଛନ୍ତି। ସେ ଆଜି ଅଭିନନ୍ଦନଙ୍କୁ ପଞ୍ଜାବ ର ୱାଘା ଠାରେ ହସ୍ତାନ୍ତର  କରିବେ ତେବେ ପାକିସ୍ତାନ କର୍ତ୍ତୁପକ୍ଷ ରେଡକ୍ରସ କୁ ହସ୍ତାନ୍ତର କରିବେ ବୋଲି କୁହାଯାଉଛି ।

 

ଗତକାଲି ଅଭିନନ୍ଦନଙ୍କୁ ଶାରୀରିକ ନିର୍ଯାତନା  ଦେଉଥିବାର ଭିଡିଓ ପ୍ରସାରିତ ହେବାରେ ପରେ ଭାରତ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା  ପ୍ରକାଶ କରିଥିଲା। ପାକିସ୍ତାନ ଜେନେଭା  ଆଇନର ଉଲଂଘନ କରୁଥିବା ଦର୍ଶାଇ ପାକିସ୍ତାନକୁ ଭାରତ ଓ ଆମେରିକା ପଟୁ ବହୁ ଚାପ ପଡିବାରୁ ପାକିସ୍ତାନ ଏହିଭଳି ନିଷ୍ପତି ନେଇଛି।

ପଢନ୍ତୁ;ବିଶ୍ଵର ପ୍ରଥମ ହାତ ବନ୍ଧା ସ୍ମାର୍ଟଫୋନ୍ ଲଞ୍ଚ କଲା ଚୀନ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More